//BREAKING//
Loading...

କଂଗ୍ରେସ ଦଳ ପକ୍ଷରୁ ବ୍ଲକ ଘେରାଓ କାର୍ଯ୍ୟକ୍ରମ

କଂଗ୍ରେସ ଦଳ ପକ୍ଷରୁ ବ୍ଲକ ଘେରାଓ କାର୍ଯ୍ୟକ୍ରମ l ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ମାଧ୍ୟମରେ ରାଜ୍ୟପାଳ ଙ୍କୁ ସ୍ମାରକ ପତ୍ର ପ୍ରଦାନ 

ଓଡିଶା ପ୍ରଦେଶ କଂଗ୍ରେସ ର ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ଆସିକା ଏବଂ ଧରାକୋଟ ବ୍ଲକ କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ରମେଶ ଜେନା ଏବଂ ବ୍ଲକ ସଭାପତି ମାନେ ଏକ ରାଲି କରି ବ୍ଲକ କାର୍ଯ୍ୟଳୟ ରେ ପହଂଚି ଥିଲେ l ସ୍ଥାନୀୟ ବି ଡ଼ି ଓ ମାନଙ୍କ ଜରିଆରେ ମହାମହିମ ରାଜ୍ୟପାଳ ପାଖକୁ ପ୍ରେରଣ ପାଇଁ ଦାବୀ ପତ୍ର ପ୍ରଦାନ କରିଥିଲେ l ନ ଦଫା ଦାବୀ ଗୁଡିକ ହେଲା ବ୍ଲକ ସ୍ତର ରେ ଚାଲିଥିବା PC କାରବାର ବନ୍ଦ ହେଉ,ପ୍ରତେକ ପଂଚାୟତ କୁ ଆସିଥିବା 50 ଲକ୍ଷ ଟଙ୍କା କୁ ଗ୍ରାମସଭା ମଧ୍ୟମ ରେ ଅନୁମୋଦିତ ପ୍ରକଳ୍ପ କାର୍ଯ୍ୟକାରୀ କରିବା, ରାଜ୍ୟ ର ବିଭିନ୍ନ କାର୍ଯ୍ୟଳୟରେ ଖାଳିପଡିଥିବା 2,26,559 ପଦବୀ ପାଇଁ ଉଚ୍ଚ ଶିକ୍ଷିତ ବେକାର ଯୁବକ, ଯୁବତୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା,ନିତ୍ୟ ବ୍ୟବହାର ଜିନିଷ ତଥା ପେଟ୍ରୋଲ, ଡିଜେଲ, କିରୋସିନ, ଗ୍ୟାସ, ର ଅହେତୁକ ମୂଲ୍ୟ ବୃଦ୍ଧି କମାଇବା, କୃଷିଜାତ ପଦାର୍ଥ ର ଅଭାବ ବିକ୍ରି ବନ୍ଦ ସହ ପ୍ରତେକ ବ୍ଲକ ରେ ଶୀତଳ ଭଣ୍ଡାର ଖୋଲିବା
,ଟାଟା କମ୍ପାନୀ ର ଖାଉଟି ମାରଣନିତି ବନ୍ଦ କରି ଦେୟ ବୃଦ୍ଧି କୁ କମାଇବା,କଂଗ୍ରେସ ସମୟରେ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଙ୍କ ପାଇଁ ପ୍ରଦତ୍ତ ଅଧିକାରକୁ କ୍ଷୁର୍ଣ୍ଣ ନକରିବା
,ନାରୀ ନିଯ୍ୟାତନା ବନ୍ଦ କରିବା ସହ ମହିଳା ଙ୍କ ଆର୍ଥିକତା କୁ ସଶକ୍ତ କରିବା, ଗ୍ରାମର ପ୍ରକୃତ ଗରିବ ବାସହୀନ ପରିବାର ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ନେଇ ଦାବୀ ରଖିଥିଲେ l ଆସିକା ବ୍ଲକ କଂଗ୍ରେସ ସଭାପତି ସୁଶାନ୍ତ କୁମାର ରାଉତ ଙ୍କ ନେତୃତ୍ୱ ରେ ଯୁବ କଂଗ୍ରେସ ସଭାପତି ମନୋଜ ମୁନି, ଧରାକୋଟ ରେ ବ୍ଲକ ସତୁନ୍ୟୁଘନ ଗୌଡ଼, ପାଣ୍ଡଵ ଭୂୟାଁ, ବୁଲୁସ୍ୱାଇଁ, ସତ୍ୟ ବାଦୀ ସ୍ୱାଇଁ, ପ୍ରଶ୍ନ ପ୍ରଧାନ ,ଅନ୍ତର୍ଯ୍ୟାମୀ ପ୍ରଧାନ, ମୁନା ସ୍ୱାଇଁ ପ୍ରମୁଖ ରହିଥିବା ବେଳେ ବ୍ଲକ ସଭାପତି ସୁନୀଲ କୁମାର ଚୌଧୁରୀ ଙ୍କ ନେତୃତ୍ୱ ରେ ବହୁ ସରପଞ୍ଚ ସମିତି ସଭ୍ୟ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ, କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ l

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe