ପଇସା ଦିଅ ପଟ୍ଟା ନିଅ ନିତିରେ ଚାଲିଛି ଆସିକା ତହସିଲ !
ଆସିକା:୧୭-୮(ମନୋଜ କୁମାର ସାହୁ) ଗତ କିଛି ଦିନ ହେଲା ଆସିକା ତହସିଲ ରେ ଲାଞ୍ଚ କାରବାର ଚରମ ସୀମା ରେ ପହଞ୍ଚି ଥିବା ଅଭିଯୋଗ ହେଉଛି। ତହସିଲ ର କେତେକ କର୍ମଚାରୀ ଲୋକେ ପଟା ପାଇଁ ଆବେଦନ କରିଥିଲେ ସେମାନଙ୍କୁ ନା ନା ହଇରାଣ ହରକତ କରିବାପରେ ଲୋକେ ନିରାଶ ହେବାକୁ ବାଧ୍ୟ ହେଉଛନ୍ତି। ଏହାର ସୁଯୋଗ ନେଇ ଲୋକଙ୍କୁ ପଟ୍ଟା ଦେବା ବାହାନା ରେ ମୋଟା ଅଙ୍କ ଦାବି କରି କାମ ହାସଲ କରିବା ପରେ ଲୋକଙ୍କୁ ପଟ୍ଟା ଦିଆଯାଉଥିବା ଘଟଣା ଏବେ ଚର୍ଚ୍ଚା ର ବିଷୟ ହୋଇଛି। ଏଠାକାର କେତେକ କର୍ମଚାରୀ ମାନେ ଦୁଇ ଭାଗରେ ବିଭକ୍ତ ହୋଇ କୁଆଡେ ଗୋଟିଏ ଗ୍ରୁପ ପଟ୍ଟା ପାଇଁ ଟଙ୍କା ଆଦାୟ କରୁଥିବା ବେଳେ ଅନ୍ୟ ଗ୍ରୁପ ଲୋକଙ୍କୁ ଲେଗଲ ହେର ସାର୍ଟିଫିକେଟ ଦେବାକୁ ମଧ୍ୟ ମୋଟା ଅଙ୍କ ଦାବି କରୁଥିବା ଅଭିଯୋଗ ହେଉଛି। ଆସିକା ତହସିଲ ଉପରେ ପୂର୍ବରୁ ଦୁର୍ନୀତି ନିବାରଣ ବିଭାଗ ଚଢ଼ାଉ କରିଥିବାର ନଜିର ରହିଛି। ଅତର୍କିତ ଚଢ଼ାଉ କରିଲେ ଏହି ଦୁର୍ନୀତି ଖୋର କର୍ମଚାରି ଙ୍କ ମୁଖା ଖୋଲିବା ସହ ସେମାନଙ୍କର ସମ୍ପତ୍ତି ଯାଞ୍ଜ କରିଲେ ମୁଠା ମୁଠା ଟଙ୍କା ଠୁଳ କରିବା ଘଟଣା ଲୋକ ଲୋଚନ କୁ ଆସିବ ବୋଲି ଚର୍ଚ୍ଚା ହେଉଛି।