କମାଗଡ ଗ୍ରାମରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ
ଆସିକା (ମନୋଜ କୁମାର ସାହୁ): ଜିଲ୍ଲା ପ୍ରଶାସନର ଅନୁମୋଦନ କ୍ରମେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶସ୍ତୀକରଣ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆସିକା ପଞ୍ଚାୟତ ସମିତି ପକ୍ଷରୁ କମାଗଡ଼
ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଭତ୍ତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି ।କମାଗଡ଼ ସରପଞ୍ଚ ରିଙ୍କି ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବିଧାୟିକା ମଞ୍ଜୁଳା ସ୍ଵାଇଁ, ବ୍ଲକ ଯୁବ ବିଜେଡି ସଭାପତି ଶିବ ନାହାକ, ଓ ଡିଶା ରାଜ୍ୟ ଖାଉଟି ମହାସଂଘର ନିର୍ଦ୍ଦେଶକ ରବିନ୍ଦ୍ର କୁମାର ସାମଲ, ସମିତି ସଭ୍ୟ ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ୪୪ ନୂଆ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରି ରାଜ୍ୟ ତଥା ଭାରତବର୍ଷର ୧ ନମ୍ବର ଅପ୍ରତିଦ୍ଵନ୍ଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାର
କାର୍ଯ୍ୟକାରୀ କରୁଥିବା ଲୋକାଭିମୁଖୀ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବସନ୍ତ କୁମାର ଲେଙ୍କା, ଚିତ୍ରସେନ ବେହେରା, କୁଳମଣି ନାହାକ, ପଞ୍ଚାନନ ସ୍ଵାଇଁଙ୍କ ସମେତ ବହୁ ଗ୍ରାମବାସୀ ଯୋଗ ଦେଇଥିଲେ।