ଆସିକା 13/09/23(ମନୋଜ କୁମାର ସାହୁ)ଆସିକା ସବ ଜେଲ ର କାର୍ଯ୍ୟରତ ଜେଲ ମୁଖ୍ୟ କାରାରକ୍ଷୀ ଏବଂ କାରାରକ୍ଷୀ ମାନେ 05 ଦଫା ଦାବୀ ନେଇ ପାଠକ ଆଗରେ କଳାବ୍ୟଜ ପରିଧାନ କରି ପ୍ରତିବାଦ ଜଣାଇଥିଲେ l ଓଡିଶା ଜେଲ ଗୃହ ରକ୍ଷୀ ସଂଘ ନିର୍ଦ୍ଦେଶ କ୍ରମେ ଆସିକା ଜେଲ କାରାରକ୍ଷୀ ର ସଭାପତି ରାଜେଶ ସାହୁ, ଉପ ସଭାପତି ସୁବାସ ଡାକୁଆ, ସମ୍ପାଦକ ସୁକାନ୍ତ ନାୟକ, କୋଷାଧକ୍ଷ ରମେଶ ନାୟକ ସମେତ 07 ଜଣ ପୁରୁଷ କର୍ମଚାରୀ ଏବଂ 02 ମହିଳା କର୍ମଚାରୀ କଳାବ୍ୟଜ ପିନ୍ଧି ନିଜର ଦାୟିତ୍ୱ କରିଛନ୍ତି l ରାଜ୍ୟସରକାର ସେମାନଙ୍କ 05 ଦଫା ଦାବୀ ମଧ୍ୟରୁ ମୁଖ୍ୟ କାରାରକ୍ଷୀ ମାନଙ୍କ 2 ହଜାର ଟଙ୍କା ରୁ 4 ହଜାର ଟଙ୍କା କୁ ଗ୍ରେଡ଼ ପେ ବୃଦ୍ଧି,19 ଶହ ଗ୍ରେଡ଼ ପେ ପାଉଥିବା କାରାରକ୍ଷୀ ଙ୍କୁ 2 ହଜାର ବୃଦ୍ଧି,2012 ଅନୁସାରେ ପୁରୁଣା ପଦୋନ୍ନତି ନିୟମ ଲାଗୁ,, ଉପଖଣ୍ଡ ସ୍ତରକୁ ବଦଳି ନିୟମ କୋହଳ କରିବା, ଖାଦ୍ୟ ବାବଦକୁ ଆସୁଥିବା ଭତ୍ତା ଟଙ୍କା 400 ରୁ 1400 କୁ ବୃଦ୍ଧି,13 ମାସିଆ ଦରମା ବୃଦ୍ଧି କରିବା ନେଇ ସଂଘ ର ନିୟମ ପ୍ରକାର ରେ ଆଜି ଏଭଳି ଢଙ୍ଗରେ ପ୍ରତିବାଦ ଜଣାଇ ଥିଲେ l ଆସନ୍ତା 24 ତାରିଖ ସୁଦ୍ଧା ସରକାର ଏହି ଦାବୀ ଉପରେ ନଶୁଣିଲେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି ଜଣାଇଛନ୍ତି l କାରାରକ୍ଷୀ ମଞ୍ଜୁବାଳା ସାହୁ, ତିଲତମା କଅଁର, ହରି ହର ବେହେରା, ସିମାଞ୍ଚଳ ବେହେରା ପ୍ରମୁଖ କଳାବ୍ୟଜ କୁ ସମର୍ଥନ କରିଛନ୍ତି l