//BREAKING//
Loading...

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଭାରତୀୟ ରାଜନୀତି ବିଜ୍ଞାନ ପରିଷଦର ସଭାପତି ମନୋନୀତ


ବ୍ରହ୍ମପୁର , ୧୩/୦୯ - ( ଆରତ କୁମାର ହୋତା ) -:- ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୂଳପତି ଭାରତୀୟ ରାଜନୀତି ବିଜ୍ଞାନ ପରିଷଦର ସଭାପତି ବ୍ରହ୍ମପୁର ବିଶ୍ବବଦ୍ୟାଳୟର ଇତିହାସ ରେ ନୂଆ ଫର୍ଦ୍ଦ ଯୋଡି ବିଶ୍ଵବିଦ୍ୟାଳୟର କୂଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଭାରତୀୟ ରାଜନୀତି ବିଜ୍ଞାନ ପରିଷଦର ସଭାପତି ଭାବେ ମନୋନୀତ ହୋଇଛନ୍ତି । ୱର୍ଦ୍ଧାଠାରେ ୯-୧୦ ସେପ୍ଟେମ୍ବର ୨୦୨୩ ଅନୁଷ୍ଠିତ ଭାରତୀୟ ରାଜନୀତି ପରିଷଦର ୬୦ ତମ ବାର୍ଷିକ ଅଧିବେଶନରେ ନିର୍ଦ୍ଵନ୍ଦୀୟ ନିର୍ବାଚିତ ହୋଇଛନ୍ତି । ଏହି ପରିଷଦ ଭାରତରେ ରାଜନୀତି ବିଜ୍ଞାନ କ୍ଷେତ୍ରରେ ଅଧ୍ୟୟନ ଗବେଷଣାରତ ସମସ୍ତ ବିଦ୍ୟାର୍ଥୀ, ଗବେଷକ ଓ ଅଧ୍ୟାପକ ମାନଙ୍କର ସର୍ବୋଚ୍ଚ ଅନୁଷ୍ଠାନ। ୧୯୩୮ ମସିହାରେ ପ୍ରତିଷ୍ଠିତ ଏହି ପରିଷଦ ଦୀର୍ଘ ୮୫ ବର୍ଷ ଧରି ଏହି ଐତିହାସିକ ଯାତ୍ରା ସଫଳତା ର ସହିତ ପୂରଣ କରିସାରିଛି । ଏହି ପଦ ମଣ୍ଡନ କରିବାରେ ପ୍ରଫେସର ଗୀତାଞ୍ଜଳୀ ଦାଶ ଓଡ଼ିଶା ର ପ୍ରଥମ ମହିଳା। ଏହା ପୂର୍ବରୁ ପ୍ରଫେସର ଶ୍ରୀରାମଚନ୍ଦ୍ର ଦାଶ , ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ ଓ ପ୍ରଫେସର ଯୁଗୋଲ କିଶୋର ମିଶ୍ର ଓଡ଼ିଶା ରୁ ମନୋନୀତ ହୋଇଥିଲେ । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପାଇଁ ଏହା ଏକ ଗର୍ବର ବିଷୟ। ଏହି ସର୍ବୋଚ୍ଚ ପଦ ପାଇଁ ମନୋନୀତ ହେବା ପରେ ସମଗ୍ର ଓଡ଼ିଶାରେ ବିଭିନ୍ନ ବିଶ୍ଵବିଦ୍ୟାଳୟ, ମହାବିଦ୍ୟାଳୟ, ରାଜନୈତିକ ମହଲରୁ ଶୁଭେଚ୍ଛାର ସୂଅ ଛୁଟିଛି । ପ୍ରଫେସର ଦାଶ ଏହି ପଦ ପାଇଁ ଭାରତୀୟ ରାଜନୀତି ପରିଷଦ ର ସମସ୍ତ ସଦସ୍ୟମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଭବିଷ୍ୟତରେ ପରିଷଦର ଉନ୍ନତି ତଥା ରାଜନୀତି ବିଜ୍ଞାନ କ୍ଷେତ୍ରରେ ଗବେଷଣାକୁ ପ୍ରମୁଖ ଦୃଷ୍ଟି ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe