//BREAKING//
Loading...

ଆସିକା ବ୍ଲକ ରେ 09 ଗୋଟି ହାଇସ୍କୁଲ 5ଟି ମାନ୍ୟତା କେବେ !


ଆସିକା 10/09/23(ମନୋଜ କୁମାର ସାହୁ)ରାଜ୍ୟ ସରକାର ଙ୍କ ସ୍କୁଲ ଏବଂ ଗଣ ଶିକ୍ଷା ବିଭାଗ ଦ୍ୱାରା ରାଜ୍ୟରେ ଥିବା ସମସ୍ଥ ବିଦ୍ୟାଳୟ ଗୁଡିକର ରୂପାନ୍ତରଣ ସକାଶେ ପ୍ରୟାସ ଜାରି ରଖିଛନ୍ତି l ଓଡିଶା ରେ ସରକାରୀ ଉଚ୍ଚ ବିଦ୍ୟାଳୟ 6193 ଗୋଟି, ସ୍ୱୀକୃତି ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ 894 ଗୋଟି ଏବଂ 151 ଗୋଟି ଅନୁମତି ପ୍ରାପ୍ତ ବିଦ୍ୟାଳୟ କୁ ମିଶି ମୋଟ 7238 ଗୋଟି ରାଜ୍ୟରେ ରହିଛି l ସେଥି ମଧ୍ୟରୁ 03 ଗୋଟି ପର୍ଯ୍ୟାୟ ରେ ମୋଟ 6872 ଗୋଟି ବିଦ୍ୟାଳୟ କୁ 3,411 କୋଟି ବ୍ୟୟ ରେ ସମ୍ପୂର୍ଣ ହୋଇଛି l ବଳକା 366 ଗୋଟି ତିଆରି ଅତି ଶୀଘ୍ର କାର୍ଯ୍ୟକାରୀ ହେବ l ରାଜ୍ୟ ସରକାରଙ୍କ ପକ୍ଷରୁ ବଳକା 366 ଗୋଟି ବିଦ୍ୟାଳୟରେ ପର୍ଯ୍ୟୟ କ୍ରମେ ଫାଇଭ ଟି ରେ ସାମିଲ କରାଯିବା ବ୍ୟବସ୍ତା ରହିଛି lସେହି କ୍ରମ ରେ ଆସିକା ବ୍ଲକ ରେ ମୋଟ 34 ଗୋଟି ବାଳକ ଓ ବାଳିକା ମାନଙ୍କ ଉଚ୍ଚ ବିଦ୍ୟାଳୟ ରହିଛି l ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଦ୍ୱାରା 03 ଟି ପର୍ଯ୍ୟୟରେ 25 ଗୋଟି ବିଦ୍ୟାଳୟ କାର୍ଯ୍ୟ ସମ୍ପୂର୍ଣ ହୋଇ ପିଲାମାନେ ପାଠ ପଢ଼ା କରୁଛନ୍ତି l ଅନ୍ୟ 09 ଗୋଟି ସ୍କୁଲ ମଧ୍ୟରେ ସୁଦର୍ଶନ ହାଇସ୍କୁଲ, କିଶୋର ଚନ୍ଦ୍ର ପଲ୍ଲୀ, ସୁଗାର ଇଣ୍ଡଷ୍ଟ୍ରି ହାଇସ୍କୁଲ ନୂଆଗାଁ, ଭୀମସେନ ହାଇସ୍କୁଲ ଭେଟନଇ, ବାବନପୁର ବାଳିକା ହାଇସ୍କୁଲ, ଶ୍ରୀ କ୍ଷେତ୍ର ହାଇସ୍କୁଲ, ଆଲିପୁର, ବାଉରୀବନ୍ଧୁ ହାଇସ୍କୁଲ କେ ରାଇସିଂ ପୁର, ପଂଚାୟତ ହାଇସ୍କୁଲ ସିଦ୍ଧନଇ, ରାଧାକୃଷ୍ଣ ବିଦ୍ୟା ମନ୍ଦିର ବେଣାପାଟ, ଏବଂ କାମାଗଡ଼ ହାଇସ୍କୁଲ କାମାଗଡ଼ର ପିଲାମାନେ ଏହି 5ଟି ସ୍କୁଲ ର ସୁବିଧା ମିଳିନାହିଁ l ରାଜ୍ୟ ସରକାର ବିଦ୍ୟାଳୟ ଗୁଡିକ ର ଉନ୍ନତ ଧରଣ ର ଶୈକ୍ଷିକ ଜ୍ଞାନ ଆହୋରଣ, ଭିତିଭୂମି ର ସୁଦୃଢ କରିବା, ଉନ୍ନତ ଜ୍ଞାନ କୌଶଳ ର ସାରଞ୍ଜାମ, ସ୍କୁଲ ଗୁଡିକ ର ରୂପାନ୍ତିକରଣ ନିମନ୍ତେ ଏହି 5ଟି ସ୍କୁଲ ନିର୍ମାଣ ର ମୂଳ ଲକ୍ଷ ଅଟେ l ଗଞ୍ଜାମ ଜିଲ୍ଲା ର ଆସିକା ବ୍ଲକ ରେ ନଅ ଗୋଟି ବିଦ୍ୟାଳୟ କେବେ 5ଟି ମାନ୍ୟତା ମିଳିବ ବିଦ୍ୟର୍ଥୀ ମାନେ ଅପେକ୍ଷା କରିଛନ୍ତି l ଏ ସମ୍ପର୍କ ରେ ଆସିକା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଫକୀର ଚରଣ ପରିଡା ଙ୍କୁ ପଚାରିବାରୁ ଅତି ଶୀଘ୍ର ଏହି 09 ଗୋଟି ସ୍କୁଲ 05 ରେ ସାମିଲ ହେବ ବୋଲି ପ୍ରକାଶ କରିଛନ୍ତି l

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe