ଆସିକା 10/09/23(ମନୋଜ କୁମାର ସାହୁ)ଆଜିର ଦିନରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆତ୍ମହତ୍ୟା ରୋକିବା ନେଇ ସରକାରୀ ସଂସ୍ଥା , ବେସରକାରୀ ସଂଗଠନ,ମାନେ ଗାଁ ଠାରୁ ସହର ପର୍ଯ୍ୟନ୍ତ ସଚେତନତା କରିବା ଜରୁରୀ ବୋଲି ଅନେକ ମାନସିକ ଚିକିତ୍ସକ ମାନେ ମତ ରଖିଛନ୍ତି i ସାମ୍ପ୍ରତିକ ପରିସ୍ଥିତି ରେ ଆତ୍ମହତ୍ୟା ସାଧାରଣତଃ ସାମାଜିକ, ଅର୍ଥନୈତିକ କାରଣ, ପ୍ରେମ ରୁ ବିଫଳ, ଶିକ୍ଷା କ୍ଷେତ୍ରରେ ଅସଫଳତା, ସାଇବର ଠକେଇ ର ଶିକାର, ଘରୋଇ ହିଂସା, ଅତ୍ୟଧିକ ଋଣ ଭାର, ମାନସିକ ଚାପ ଭଳି ଅନେକ କାରଣ ରୁ ପୁରୁଷ କିମ୍ବା ମହିଳା, ଯୁବକ ଓ ଯୁବତୀ ମାନେ ନିଜ ର ଜୀବନକୁ କ୍ଷଣକ ରାଗ କୁ ଆୟତ ନକରି ଆତ୍ମହତ୍ୟା କରିବାର ନିଷ୍ପତି ନିଅନ୍ତି l କେତେକ ବିଷ ପାନ କରିବା, ବେକରେ ଦଉଡି କିମ୍ୱା ଲୁଗା ଲଗାଇ ଘରେ ଆତ୍ମ ହତ୍ୟା କରିବା, କୀଟନାଶକ ପାନ କରି ମାରିବା, ହାତ, ଜିଭ, ଶିର କାଟି ମାରିବା, ଟ୍ରେନ ଆଗକୁ କିମ୍ୱା ପାଣିରେ ବୁଡ଼ି ଆତ୍ମହତ୍ୟା କରିବାର ଏହି ତରିକା କୁ ଅବଲମ୍ବନ କରନ୍ତି l ଏହାର ନିରାକାରଣ ପାଇଁ ପ୍ରତେକ ପଂଚାୟତ, ଗ୍ରାମ, ୱାର୍ଡ ସ୍ତର ରୁ ସଚେତନତା, ବ୍ୟକ୍ତିଗତ ପରାମର୍ଶ ପ୍ରଦାନ, ସହ ଆତ୍ମ ହତ୍ୟା ରୋକିବା ନିମନ୍ତେ ପ୍ରତିରୋଧକ ବ୍ୟବସ୍ତା କୁ ଶକ୍ତିଶାଳୀ କରିବା ହେଲେ ଏଭଳି ଆତ୍ମହତ୍ୟା ର ସଂଖ୍ୟା ହ୍ରାସ ହୋଇ ପାରିବ l