ରାଜ୍ୟ ମୁକ୍ତ ବିଦ୍ୟାଳୟରେ ନାମ ଲେଖିଲେ 73 ଜଣ ବିଦ୍ୟାର୍ଥୀ
ଆସିକା 03/09/23(ମନୋଜ କୁମାର ସାହୁ)ରାଜ୍ୟ ସରକାର ଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଧରାକୋଟ, ଏବଂ ଆସିକା ଏନଏସି ଏବଂ ବ୍ଲକ ରେ ଅଧାରୁ ପାଠ ଛାଡିଥିବା ଶିଶୁ, ମେଟ୍ରିକ ଫେଲ ପୁଅ, ଝିଅ,ବିଦ୍ୟାଳୟ ରେ ଅନୁପସ୍ଥିତ ଥିବା ଆସିକା ରୁ 52 ଜଣ ଛାତ୍ର ଛାତ୍ରୀ ଙ୍କୁ ସ୍ଥାନୀୟ
ହରି ହର ହାଇସ୍କୁଲ ରେ ଥିବା ରାଜ୍ୟ ମୁକ୍ତ ବିଦ୍ୟାଳୟରେ ନାମ ଲେଖା ହୋଇଥିବା ବେଳେ ଧରାକୋଟ ରେ 21 ଜଣ ଶ୍ରୀରାଜ ହାଇସ୍କୁଲ ର ଛାତ୍ରୀ ଏବଂ ଛାତ୍ର ମାନଂକୁ ମାଗଣା ରେ ନାମ ଲେଖା, ପାଠ ପଢ଼ା,ପରୀକ୍ଷା ଏବଂ ପାଠ୍ୟ ପୁସ୍ତକ ପ୍ରଦାନ କରାଯିବା ବ୍ୟବସ୍ଥା ରାଜ୍ୟ ସରକାର ପ୍ରଦାନ କରିଥାନ୍ତି l ଆଜି ସୁଦ୍ଧା ରାଜ୍ୟରେ 15,500 ଜଣ ନାମ ପଞ୍ଜିକରଣ କରିଥିବା ବେଳେ ଗଞ୍ଜାମ ଜିଲ୍ଲା ପାଇଁ 1616 ଜଣ ନିମନ୍ତେ ଲକ୍ଷ୍ୟ ରଖାଯାଇଛି l ସେହିଭଳି ଆସିକା ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁନ ରାଣୀ ମହାନ୍ତି ଏବଂ ଧରାକୋଟ ବ୍ଲକ ଶିକ୍ଷା ଅଧିକାରୀ ଲିଙ୍ଗରାଜ ସ୍ୱାଇଁ ଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ କ୍ଲଷ୍ଟର ମାନଙ୍କ ର ଆଞ୍ଚଳିକ ସଂଯୋଜକ, ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଘର ଘର ବୁଲି ପରିବାର ଏବଂ ଶିଶୁ କୁ ପରାମର୍ଶ କରି ଏହି ବିଦ୍ୟାଳୟ ରେ ନାମ ଲେଖା କରିଥାନ୍ତି l ଶିଶୁ ମାନଙ୍କ ବୟସ 14 ରୁ 18 ବର୍ଷ ପର୍ଯ୍ୟନ୍ତ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ନାମ ଲେଖା କରିବା ବ୍ୟବସ୍ଥା ରହିଛି l ପିଲାମାନେ ନିଜର ଭବିଷ୍ୟତ ନିଜେ ଗଢିବା,ନିଜେ ନିଜର ରୋଜଗାର କରିବା ରେ ସକ୍ଷମ ହେବା, ନିଜ ଅଧ୍ୟରେ ଆତ୍ମବିଶ୍ଵାସ ଆଣିବା ସକାଶେ ସରକାର ନାମ ଲେଖା ଶେଷ ତାରିଖ ଅଗଷ୍ଟ ମାସ 31 ପରିବର୍ତ୍ତେ ସେପ୍ଟେମ୍ବର 15 ତାରିଖ ପର୍ଯ୍ୟନ୍ତ ନାମ ଲେଖା କାର୍ଯ୍ୟକ୍ରମ ବଢ଼ାଇ ଦେଇଛନ୍ତି l ଆହୁରି ଅନେକ ଶିଶୁ ବାହାର ରାଜ୍ୟ କୁ କାମ କରିବାକୁ ଚାଲିଯାଇଥିବାରୁ ଏହି ସ୍କୁଲ ରେ ନାମ ଲେଖା ହୋଇପାରୁନଥିବା କିଛି ଶିକ୍ଷକ ମତ ରଖିଛନ୍ତି l ପଂଚାୟତ ସ୍ତର ରେ ଶିଶୁ ସୁରକ୍ଷା କମିଟି, ଗ୍ରାମ ସ୍ତର ରେ ଗାଁ ଶିଶୁ ସୁରକ୍ଷା କମିଟି ସୁଦୃଢ ହେଲେ ଶିଶୁ ଶ୍ରମିକ ରୋକିବା ସହ ଅନେକ ଶିଶୁ ରାଜ୍ୟ ମୁକ୍ତ ବିଦ୍ୟାଳୟ ଅଧ୍ୟୟନ କରିପାରିବେ l ପ୍ରତ୍ୟେକ ରବିବାର ଦିନ ଏହି ସ୍କୁଲ ରେ ଅଧ୍ୟୟନ ରତ ଛାତ୍ର ଛାତ୍ରୀ ମାନଙ୍କୁ ବିଷୟ ଭିତିକ ପାଠ୍ୟ ଖସଡ଼ା ପଢ଼ାଯିବ l