//BREAKING//
Loading...

ନିଶାଣରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର କର୍ମଚାରୀ, ଉପସ୍ଥିତ ବୁଦ୍ଦ୍ଧିଯୋଗୁ ବତ୍ଥିଗଲେ ଯୁବକ

 




ଯୋଡା, ୩୦ା୯ : ସରକାର ସାଇବର ଠକେଇ ରୋକିବାପାଇଁ ରାଜ୍ୟର ବିଭିନ୍ନ ଜିଲାରେ ସଚେତନତା କାର୍ଯ୍ୟକ୍ରମମାନ ଅନୁଷ୍ଠିତ କରିବାର ବିଜ୍ଞପ୍ତି ଜାରିକରିଛନ୍ତି । ହେଲେ ଏହି ଠକମାନଙ୍କ କବଳରୁ ଜନସାଧାରଣ ରକ୍ଷାପାଇବା କଷ୍ଟକର ହୋଇପଡିଛି । ଠକମାନେ ଅଶ୍ଳିଳ ଭିଡିଓ ଭାଇରାଲ କରିବାନେଇ ଭୟଭୀତକରି କିମ୍ବା ସରକାରୀ ସହାୟତା ଲୋଭଦେଖାଇ ଲୋକଙ୍କଠାରୁ ମୋଟାଅଙ୍କର ଅର୍ଥ ଲୁଟିନେଉଛନ୍ତି । ଏହି ସାଇବର ଠକମାନେ ଏବେ ଅଭିନବ ଉପାୟରେ ନିରିହ, ଆଦିବାସୀ, ଅଳ୍ପଶିକ୍ଷିତ ବ୍ୟକ୍ତିମାନଙ୍କଠାରୁ ଅର୍ଥ ଠକିନେଉଥିବା ଘଟଣା ସାମ୍ନାକୁ ଆସିଛି । ବିଶେଷକରି ଏମାନେ ଅଙ୍ଗନବାଡି କର୍ମିି, ଆଶାକର୍ମି, ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର କର୍ମଚାରୀ ମାନଙ୍କୁ ନିଶାଣକରୁଥିବା ଜଣାପଡିଛି । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଯୋଡାଥାନା ଅନ୍ତର୍ଗତ ବିଲେଇପଦା ଠାରେ । ବିଲେଇପଦାର ଗୌତମ ସାହୁଙ୍କୁ ୭୬୮୧୮୫୩୮୦୭ ନମ୍ବର ଫୋନରୁ ମହିଳା ବାଲ ବିକାଶ କେନ୍ଦ୍ରରୁ କହୁଥିବା କହି ଏକ ଫୋନ କଲ ଆସିଥିଲା । ସେଥିରେ ଗୌତମଙ୍କ ସ୍ତ୍ରୀ ବନସ୍ମୀତା ଅନ୍ତସତ୍ୱାଥିବା ବେଳେ ତାଙ୍କ ନାମ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ ପଞ୍ଜିକୃତ କରାଯାଇଛିକି ନାହିଁ ପଚାରିବା ସହ ଅଙ୍ଗନବାଡି କେନ୍ଦ୍ରରୁ ତାଙ୍କୁ ସମସ୍ତ ପ୍ରକାରର ସରକାରୀ ସହାୟତା ମିଳିବାରେ ଅସୁବିଧା ରହିଛିକି ବୋଲି ପଚାରି ବୁଝିଥିଲେ । ଏହାପରେ ଗୌତମଙ୍କୁ ସେଠାକାର ଆଶାକର୍ମି କୁମୁଦିନି ମହାକୁଡଙ୍କ ସହ କନଫରେନ୍ସରେ ନେଇ କଥାବାର୍ତ୍ତା କରାଇ ଏହି ସାଇବର ଠକମାନେ ବିଶ୍ୱାସ ଜନ୍ମାଇବାପରେ କୁମୁଦିନିଙ୍କ ଫୋନଟିକୁ ହୋଲ୍ଡ କରି ଗୌତମଙ୍କୁ ତାଙ୍କର ବ୍ୟାଙ୍କଖାତାରେ ଆର୍ଥିକ ସହାୟତା ପଠାଯିବ କହି ଏହି ଫୋନରେ ତାଙ୍କର ଫୋନପେ ଅଛିକି ନାହିଁ ବୁଝିଥିଲେ । ଗୌତମ ଫୋନପେ ଥିବା କହିବାପରେ ସେମାନଙ୍କ ନମ୍ବରକୁ ତାଙ୍କ ଫୋନରେ ଯୋଡିବାପାଇଁ କହିଥିଲେ । ଠକ ଜଣଙ୍କ ଗୌତମକୁ ତାଙ୍କ କହିବା ମୁତାବକ କରିବାପାଇଁକହି ୨ଟି ପର୍ଯ୍ୟାୟରେ ୬୦୧୨, ୫୫୦୧ ମାରି ନିଜର ପିନ ନଂ ଦେବାପାଇଁ କହିଥିଲେ । ତେବେ ଗୌତମ ଠକେଇର ଶିକାର ହେବାପୁର୍ବରୁ ଏହା ଜାଣିପାରି ଭୁଲ ନମ୍ବର ଦେଇଥିଲେ । ଏଥିରେ କ୍ଷୁବ୍ଧହୋଇ ଠକ ଜଣଙ୍କ ହିନ୍ଦିରେ ଗାଳିଦେବାସହ ତୁ ବଞ୍ଚିଗଲୁ ବୋଲି କହି ଫୋନଟିକୁ କାଟିଦେଇଥିଲା । ଏନେଇ ଗୌତମ ବିଲେଇପଦା ଫାଣ୍ଡିରେ ଅଭିଯୋଗ କରିଥିବା ଜଣାପଡିଛି । ଏହି ଗୋଟିଏ ନମ୍ବରରେ ଠକ ଜଣଙ୍କ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ବିରିକଳା ପଞ୍ଚାୟତର 

ବିଲେଇପଦା ଅଙ୍ଗନବାଡି କର୍ମୀ ସସ୍ମୀତା ମୁଣ୍ଡା, କାରଣସାହି ଆଶାକର୍ମୀ ବିଳାସ ବାରିକ, ମୁଟୁଦା ଆଶାକର୍ମୀ କୁନ୍ତଳା ସେଠୀ, ଏଏନ୍ଏମ୍ ଦମୟନ୍ତି ଗିରିଙ୍କୁ ମଧ୍ୟ ଅନେକଥର ଫୋନ୍ କରିଥିବା ଜଣାପଡିଛି । ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ତଥ୍ୟ ସହିତ କର୍ମୀ ମାନଙ୍କର ଫୋନ ନମ୍ବର ଏହି ଠକ ମାନଙ୍କ ହାତରେ ପଡୁଥିବାରୁ କୌଣସି ସରକାରୀ ଅଧିକାରୀଙ୍କ ସହିତ ଏମାନଙ୍କ ସମ୍ପର୍କ ଥାଇପାରେବୋଲି ସନେ୍ଦହ କରାଯାଉଛି ।ବିକଶିତ ରାଷ୍ଟ୍ର ନିର୍ମାଣ ନିମନ୍ତେ ସରକାର ଦୃତଗତୀରେ ସମସ୍ତ କାର୍ଯ୍ୟକୁ ଡିଜିଟାଲ କରିବା ଉପରେ ଗୁରୁତ୍ୱ ଦେଉଥିବାବେଳେ ଆଧାରକାର୍ଡ ଲିଙ୍କ୍, ପ୍ୟାନକାର୍ଡ ଲିଙ୍କ୍, ଅନଲାଇନ୍ ସପିଂ, ନଗଦବିହୀନ କାରବାର ଭଳି କେତେକ କ୍ଷେତ୍ରରେ ସ୍ମାର୍ଟଫୋନ ମାଧ୍ୟମରେ ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିଆସୁଛନ୍ତି । ତେବେ ପ୍ରଶାସନ ଅଧିକ ସଚେତନ ନରହିଲେ ଏହି ଠକମାନଙ୍କ ହାବୁଡରୁ ନିରିହ ଲୋକଙ୍କୁ ରକ୍ଷାକରିବା କଷ୍ଟକର ହୋଇପଡିବ ବୋଲି ମତପ୍ରକାଶ ପାଇଛି ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe