//BREAKING//
Loading...

ଜିନ୍ଦଲ ନଗର ଦେବ ଭୂମି ଠାରେ ଦେବାଳୟର ଭୂମି ପୂଜନ

 



ଯୋଡ଼ା :-୨୯/୦୯ (sangharsatv) କେନ୍ଦୁଝର ଜିଲ୍ଲା ଯୋଡ଼ାବ୍ଲକ ବଦବିଲ୍ଵ ତହସିଲ ଅନ୍ତର୍ଗତ ଦେଓଝର ପଂଚାୟତ ଦେଓଝର ଗ୍ରାମରେ ଅବସ୍ଥିତ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ପକ୍ଷରୁ ୬୦ ଫୁଟ ଉଚ୍ଚତା ବିଶିଷ୍ଠ ଏକ ଦେବ ଦେବ ମହାଦେବଙ୍କ ମନ୍ଦିର ନିର୍ମାଣ ନିମନ୍ତେ ଆଜି ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିନ୍ଦଲ କମ୍ପାନୀର ପ୍ରତିଷ୍ଠାତା ନବୀନ ଜିନ୍ଦଲ ଓ ଜିନ୍ଦଲ ଫାଉଣ୍ଡେସନର ଅଧକ୍ଷ୍ୟା ଶାଲୁ ଜିନ୍ଦଲଙ୍କ ନିର୍ଦେଶ କ୍ରମେ କମ୍ପାନୀର ସି.ଏସ. ଆର ମୁଖ୍ୟ ତଥା କର୍ପୋରେଟ କମୁନିକେସର ଓଡିଶା ମୁଖ୍ୟ ଶ୍ରୀ ପ୍ରଶାନ୍ତ କୁମାର ହୋତା ଏବଂ ବଡ଼ବିଲ ୟୁନିଟର କର୍ପୋରେଟ କମୁନିକେସନ ମେନେଜର ଚୌଧୁରୀ ପ୍ରଣବ ପ୍ରକାଶ ଦାସଙ୍କ ଅକ୍ଲାନ୍ତ ପରିଶ୍ରମରେ ଏହି କାର୍ଯ୍ୟକ୍ରମଟି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଯାଇଛି । ମନ୍ଦିର ସ୍ଥାପନ ସ୍ଥାନଟିକୁ ଦେବଭୂମି ନାମରେ ନାମିତ କରାଯାଇଥିବା ବେଳେ ମନ୍ଦିରର ନାମ ଦେବାଳୟ ରଖା ଯାଇଛି । ଉକ୍ତ ଭୂମି ପୂଜନ କାର୍ଯ୍ୟକ୍ରମରେ ୟୁନିଟ ମୁଖ୍ୟ ଶ୍ରୀ ପୁରୁଷୋତ୍ତମ ଏମ.ଡି ଓ ତାଙ୍କ ପତ୍ନୀ ସଂକଳ୍ପ କାର୍ଯ୍ୟ ତୁଲାଇଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଯୋଗ ଦେଇ ଭିତ୍ତିପ୍ରସ୍ତର ସ୍ଥାପନର ଶୁଭ ଉଦଘାଟନ କରିଥିବା ଜଣାପଡ଼ିଛି । ଦେବ ଦେବ ମହାଦେବ ତଥା ତାଙ୍କ ପରିବାରର ସମସ୍ତ ଦେବାଦେବୀ ଓ ପାର୍ଶ୍ଵ ଦେବାଦେବୀଙ୍କ ସ୍ଥାପନା କରାଯିବାର ବ୍ୟବସ୍ଥା କରା ଯାଇଛି । ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ଆସନ୍ତା ୧୮ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବା ସହିତ ଆସନ୍ତା ଶିବରାତ୍ରି ଦିନ ପ୍ରତିଷ୍ଠା କରାଯିବାର ଲକ୍ଷ ରଖାଯାଇଛି । ଏହି ମନ୍ଦିରଟି କମ୍ପାନୀ କର୍ମଚାରୀ ତଥା ଆଖପାଖ ଗ୍ରାମର ସମସ୍ତଙ୍କ ଦର୍ଶନ ପାଇଁ ଉଦ୍ଧିଷ୍ଟ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଭଗବାନଙ୍କ ଆଶ୍ରିବାଦ ବିନା ମାନବ ସମାଜ କେବେ ସୁସ୍ଥ ରହି ପାରିବ ନାହିଁ । ଏହି ପରିପ୍ରେକ୍ଷୀରେ ଜିନ୍ଦଲ ଫାଉଣ୍ଡେସନର ମୁଖ୍ୟ ଶ୍ରୀମତୀ ଶାଲୁ ଜିନ୍ଦଲ କହନ୍ତି ମଣିଷର ଦେହ ଅସୁସ୍ଥ ହେଲେ ଡାକ୍ତରଙ୍କ ନିକଟକୁ ଯାଇଥାଏ ସତ କିନ୍ତୁ ମହାଦେବଙ୍କ ଆଶ୍ରିବାଦ ବିନା ସୁସ୍ଥ ହେବା ସମ୍ଭବ ନୁହଁ । ଜିନ୍ଦଲ ନଗର ପରିସରରେ ଏକ ଆରୋଗ୍ୟମ ନାମକ ଡାକ୍ତରଖାନାର କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଯାହା ଆସନ୍ତ ଜୁନ ମାସ ସୁଦ୍ଧା କାର୍ଯ୍ୟକ୍ଷ୍ୟମ ହେବାକୁ ଯାଉଛି । ଜିନ୍ଦଲ ପରିବାର କହିବାକୁ ଗଲେ ଆମେ ବଡ଼ବିଲ ତହସିଲ ବାସିନ୍ଦାଙ୍କୁ ବୁଝିଥାଉ । ଯଦି କେବେ କାହାର ଦେହ ଅସୁସ୍ଥ ହୁଏ ତେବେ ଉକ୍ତ ଡାକ୍ତରଖାନାରେ ଚିକିତ୍ସିତ ହେବା ସହିତ ମହାଦେବଙ୍କୁ ପୂଜାର୍ଚ୍ଚନା କରି ଆଶ୍ରିବାଦ ଲଭିବା ସହିତ ସୁସ୍ଥ ହୋଇ ଘରକୁ ଫେରିବା ଲକ୍ଷରେ ଏହା ଏକ ଛୋଟ ପ୍ରୟାସ । ଉକ୍ତ କାର୍ଯ୍ୟକ୍ରମରେ କମ୍ପାନୀର ପରିଚାଳନା ନିର୍ଦେଶକ ବିମଳେନ୍ଦ୍ର ଝା , ସହ ପରିଚାଳକ ଦାମୋଦର ମିତଲ, ସ୍ଲରି ପାଇପ ଓ ଲୌହ ପଦାର୍ଥ ମୁଖ୍ୟ ଆଶିଷ ପାଣ୍ଡେ , କାଶିଆ ଖଣି ମୁଖ୍ୟ ପ୍ରମୋଦ କୁମାର ପାତ୍ର,ଟେନସା ଖଣି ମୁଖ୍ୟ କମଳାକାନ୍ତ ନନ୍ଦ,ମାନବ ସମ୍ବଳ ମୁଖ୍ୟ ଆଶିଷ ରଞ୍ଜନ ମହାନ୍ତିଙ୍କ ତତ୍ୱାବଧାନାରେ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦିଆଯାଇଥିବା ଦେଖିବାକୁ ମିଳିଛି ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe