ଆସିକା 11/09/23(ମନୋଜ କୁମାର ସାହୁ)ଆସିକା ର ଲାଲାଶାସନ ବିମଳା କଲ୍ୟାଣ ମଣ୍ଡପ ଠାରେ ପୁରାତନ ଛାତ୍ର ଏବଂ ସଚେତନ ନାଗରିକ ଓ
ସତ୍ୟନାରାୟଣ ମନ୍ଦିର ମଧ୍ୟରେ ଥିବା ମମ ବିଦ୍ୟାଳୟ ରେ ଦକ୍ଷିଣ ଓଡିଶାର ଜଣାଶୁଣା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ଜେନା ଙ୍କ ଅକାଳ ବିୟୋଗ ରେ ଶୋକସଭା ଅନୁଷ୍ଠିତ ହୋଇଛି l ସ୍ବର୍ଗତ ଜେନା ସାର ବୋଲି ଜଣେ ଦକ୍ଷିଣ ଓଡିଶା ର ଜଣାଶୁଣା ବିଜ୍ଞାନ ଶିକ୍ଷକ, ପରିଦର୍ଶକ, ଜଣେ ସୁଫଳ ଶିକ୍ଷାବିତ, ପ୍ରକୃତି ବନ୍ଧୁ, ସମାଜ ସେବୀ, ଅସମୟ ର ସହାୟତା, ଗରିବ ମେଧାବୀ ବିଦ୍ୟାର୍ଥୀ ଙ୍କ ପୃଷ୍ଟପୋଷାକତା, ଶିକ୍ଷକ ବତ୍ସଳ, ଶୈକ୍ଷିକ ପରାମର୍ଶଦାତା ରୂପେ ସାରା ରାଜ୍ୟ ରେ ବିଖ୍ୟାତ ହୋଇଥିଲେ l ସେ 1978-2013 ପର୍ଯ୍ୟନ୍ତ ସରକାରୀ ଏନ ଏ ସି ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ରୂପେ କାର୍ଯ୍ୟ କରିଥିଲେ l ଅବସର ପରେ ବ୍ରହ୍ମପୁର ନୀଳକଣ୍ଠ ନଗର ଶିଶୁ ବିଦ୍ୟା ମନ୍ଦିର ରେ ଉପ ସଭାପତି ରୂପେ ରହି ପିଲା ମାନଙ୍କ ଦକ୍ଷତା ବୃଦ୍ଧି ଉପରେ ଯଥେଷ୍ଟ ସମୟ ଦେଉଥିଲେ l ଆଜିର ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୁରାତନ ଛାତ୍ର, ଶିକ୍ଷାବିତ, ସମାଜ ସେବୀ, ପ୍ରମୁଖ ଉପସ୍ଥିତ ଥିଲେ l ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଦୀପ ହୋତା, ଶିକ୍ଷକ ପ୍ରଦୀପ ଶତପଥି, ସୁରେନ୍ଦ୍ର ନାଥ ପଟନାୟକ, ସନ୍ତୋଷ ପୋଲାଈ, ସୂର୍ଯ୍ୟକାନ୍ତ ପରିଡା, କାଳିଚରଣ ତ୍ରିପାଠୀ, ଜଗତ ଜୀବନ ବେହେରା, ସନ୍ତୋଷ ସେଠି, ସୁଶାନ୍ତ କୁମାର ପଣ୍ଡା ପ୍ରମୁଖ ଜେନାସାର ଙ୍କ ବହୁ ମୁଖି ପ୍ରତିଭା ର ସ୍ମୃତି ଚାରଣ କରିଥିଲେ l