*ସ୍ୱାୟତ୍ତ ଶାସନ ଦିବସରେ ଅନୁପସ୍ଥିତ ରହିଲେ ଉପାଧ୍ୟାକ୍ଷା ସହ ଦୁଇ କାଉନସିଲର, ଭାଇରଲ ଅର୍ଦ୍ଧନଗ୍ନ ନାଚକୁ ବିଜେପି ର ନାପସନ୍ଦ*
ଆସିକା 01/09/23
ଗତ କାଲି ସାରା ରାଜ୍ୟ ରେ ସହରାଞ୍ଚଳର ମୁଖ୍ୟ କାର୍ଯ୍ୟଳୟ ଠାରେ ମହା ଆଡ଼ମ୍ବରରେ ପାଳନ କରାଯାଇଥିଲା ସ୍ୱାୟତ୍ତ ଶାସନ ଦିବସ l ସେହିକ୍ରମ ରେ ଆସିକା ଏନ ଏ ସି ର ଟାଉନ ହଲ ଠାରେ ମଧ୍ୟ ଅନୁରୂପ ଭାବରେ ମହାସମାରୋହ ରେ ପାଳନ କରାଯାଇଥିଲା l ଏଥିରେ ଆସିକା ସାଂସଦ, ବିଧାୟିକା,ଓକିଲ ସଂଘ ର ସଭାପତି, ବଣିକ ସଂଘ ର ପୂର୍ବତନ ସଭାପତି ପ୍ରମୁଖ ଉପସ୍ଥିତ ରହିଥିଲେ l ଏହି କାର୍ଯ୍ୟକ୍ରମ କୁ ଉପାଧ୍ୟାକ୍ଷା ଜୟନ୍ତୀ ବିଷୋୟୀ ସମେତ ଦୁଇ ଜଣ କାଉନସିଲର ସରୋଜ ଭଞ୍ଜ ଓ ରାଘବ ସିଅ ଅନୁପସ୍ଥିତ ଥିଲେ l ଆସିକା ଏନ ଏ ସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ମନମୁଖୀ କାର୍ଯ୍ୟ କଳାପ ରେ ସନ୍ତୋଷ ନହୋଇ ଯୋଗ ଦେଇନଥିଲେ l ବିଗତ ଦୁଇ ବର୍ଷ ହେଲା ଆସିକା ଏନ ଏ ସି ର ରାସ୍ତା ଘାଟ ତିଆରି , ସ୍କୁଲ ନିର୍ମାଣ ନହେବା, ସାହି ମାନଙ୍କ ରେ ଦୁଇ ବର୍ଷ ହେଲା ଲାଇଟ ନଲlଗିବା, ବର୍ଷା ହେଲେ ପାଣି ନିଷ୍କାସନ ନହୋଇ ଜମାଟ ବାନ୍ଧି ରହିବା,ଅଫିସର ନିଜେ ମନ ଇଛା କାର୍ଯ୍ୟ କରୁଥିବା, କାଉନସିଲ ନିଷ୍ପତି ପ୍ରକାର ରେ ସ୍ୱୟତଶାସନ ଅଫିସ ମଧ୍ୟରେ ହେବା ପାଇଁ ନିଷ୍ପତି ହୋଇ ଥିଲେ ମଧ୍ୟ ମନଇଚ୍ଛା ଟାଉନହଲ ରେ କାର୍ଯ୍ୟକ୍ରମ କରି ଏନ ଏ ସି ର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ନେଇ ଅସନ୍ତୋଷ ଜାହିର କରି ସ୍ୱୟତ୍ତ ଶାସନ ଦିବସ ର ସନ୍ଧ୍ୟା କାର୍ଯ୍ୟକ୍ରମ କୁ ବର୍ଜନ କରିଥିଲେ l ତତ ସହିତ ଏହି ସଭାରେ ପରିବେଷଣ ହେଉଥିବା ଭାଇରଲ ଭିଡିଓ ଯାହାକି ଅର୍ଦ୍ଧନଗ୍ନ ନାଚ କୁ ବିଜେପି ଯୁବ ମୋର୍ଚା ନାପସନ୍ଦ କରି ଛନ୍ତି l ଏଥି ସହିତ ନିମନ୍ତ୍ରଣ ରେ ଲେଖା ଯାଇଥିବା ଅତିଥି ମଧ୍ୟରୁ ଭଞ୍ଜନଗର ଉପ ଜିଲ୍ଲପାଳ, ଉପଖଣ୍ଡ ଅରକ୍ଷୀ ଅଧିକାରୀ ପ୍ରମୁଖ ଅନୁପସ୍ଥିତ ରହିଥିଲେ l ଆସିକା ଅଂଚଳ ର ବହୁ ସାମ୍ବାଦିକ ମାନଙ୍କୁ ଏହି କାର୍ଯ୍ୟକ୍ରମ ରେ ସୂଚନା ନଦେବା ମଧ୍ୟ ଏକ ଚର୍ଚ୍ଚା ର ବିଷୟ ହୋଇ ରହିଛି l ହେଲେ ଏତେ ସବୁ ବ୍ୟତିକ୍ରମ ଘଟଣା ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ କରୁଥିବା ରୁ ଆଗାମୀ ଦିନରେ ଉପରସ୍ଥ ଅଧିକାରୀ ଙ୍କ ଅବଗତ କରାଯିବ ବୋଲି ଉପାଧ୍ୟାକ୍ଷା ଏବଂ କାଉନସିଲର ଦ୍ୱୟ ପ୍ରକାଶ କରିଛନ୍ତି l