//BREAKING//
Loading...

ଶିକ୍ଷକ ସଂଘ ତରଫରୁ ଦାବି ପତ୍ର

ଆସ୍କା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ 03 ଦଫା ଦାବୀପତ୍ର ବିଧାୟିକା ଙ୍କୁ ପ୍ରଦାନ, ଦାବୀ ପୂରଣ ନହେଲେ ଆସନ୍ତା 08 ତାରିଖ ରୁ ସମୂହ ଛୁଟି 
ଆସିକା 31/08/23(ମନୋଜ କୁମାର ସାହୁ)ନିଖିଳ ଉତ୍କଳ ପ୍ରାଥମିକ ସଂଘ ଫେଡ଼ରେସନ ର ଆସିକା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଏକ 03 ଦଫା ଦାବିପତ୍ର ନେଇ ବିଧାୟିକା ଙ୍କ ବାସଭଵନ ରେ ପ୍ରଦାନ କରିଛନ୍ତି l ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ଏହି ଦାବିପତ୍ର ଗ୍ରହଣ କରି ରାଜ୍ୟ ସରକାର ଙ୍କୁ ଶିକ୍ଷକ ମାନଙ୍କ ଏହି ଦାବୀ ଉପରେ ଆଲୋଚନା କରିବାକୁ ପ୍ରତିଶୃତି ପ୍ରଦାନ କରିଛନ୍ତି l ଆସିକା ବ୍ଲକ ରେ ଥିବା 120 ଗୋଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ରେ 450 ରୁ ଉର୍ଦ୍ଧ ଶିକ୍ଷକ, ଶିକ୍ଷୟତ୍ରୀ, କଳା ଓ ଧନ୍ଦା ମୂଳକ ଶିକ୍ଷକ କାର୍ଯ୍ୟରତ ଥିବା ବେଳେ 16 ହଜାର ରୁ ଉର୍ଦ୍ଧ ବିଦ୍ୟାର୍ଥୀ ଅଧୟନ କରୁଛନ୍ତି l ରାଜ୍ୟ ସରକାର ଗତ ବର୍ଷ ଠିକା ନିଯୁକ୍ତି ରାଜ୍ୟରେ ରହିବ ନାହିଁ ବୋଲି ଗୋଷଣା କରିଥିଲେ ମଧ୍ୟ କାର୍ଯ୍ୟ କାରି କରୁନଥିବା କାରଣରୁ ପୁଣି ଶିକ୍ଷକ ସଂଘ ଦାବୀ ପୂରଣ ନହେଲେ ଆସନ୍ତା ସେପ୍ଟେମ୍ବର 08 ତାରିଖ ରୁ ସମୂହ ଛୁଟି ରେ ରହିବେ ବୋଲି ଆଜି ଏହି ଦାବୀ ପାତ୍ରରେ ଉଲେଖ କରିଛନ୍ତି l ଶିକ୍ଷକ ସଂଘ ର 03 ଦାବୀ ମଧ୍ୟରୁ କଳା ଓ କ୍ରୀଡା ଶିକ୍ଷକ, ଶିକ୍ଷା କର୍ମୀ ଏବଂ ଶିକ୍ଷା ସହାୟକ, ସହ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା, ଗ୍ରେଡ଼ ପେ 4200 ଟଙ୍କା ଦେବା ସହ ମୂଳ ବେତନ ଲେବେଲ 09 ଅନୁଯାୟୀ ଦରମା ପ୍ରଦାନ, ନୂତନ ପେନସନ ବ୍ୟବସ୍ତା କୁ ବାଦ ଦେଇ ପୂର୍ବତନ ପେନସନ ନିୟମ ଲାଗୁ କରିବା ସକାଶେ ଦାବୀ ରଖିଛନ୍ତି l ଆଜିର ଏହି ବିଧାୟିକା ବାସ ଭବନ କୁ ଆସିକା ମାଧ୍ୟମିକ ଶିକ୍ଷକ ସଂଘ ର ସମ୍ପାଦକ ଅର୍ଜୁନ ନାଏକ, ସି ଆର ସି ସି ଶୁଭେନ୍ଦୁ ଶେଖର ଜେନା, ଶିବରାମ ଗୌଡ଼, ସନ୍ତୋଷ କୁମାର ସେଠି, ପାଣ୍ଡଵ ନାଏକ, ଅର୍ଜୁନ ସ୍ୱାଇଁ, ଗୁରୁ ଗୌଡ଼, ବିପିନ ବିହାରୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe