ପୂର୍ବତନ ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଙ୍କ ବିୟୋଗ
ପୂର୍ବତନ ବାଚସ୍ପତି, ଦିଗପହଣ୍ଡି ର ବିଧାୟକ ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଙ୍କ ଆଜି ସନ୍ଧ୍ୟା ୭.୩୧ ସମୟ ରେ ଏକ ଘରୋଇ ହସ୍ପିଟାଲ ରେ ପରଲୋକ ହୋଇ ଯାଇଛି। କିଛି ସମୟ ପୂର୍ବରୁ ଅସୁସ୍ଥ ହୋଇ ପଡ଼ିବାରୁ ଏକ ଘରୋଇ ହସ୍ପିଟାଲ ରେ ଭର୍ତ୍ତି ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା ।
ସ୍ବର୍ଗତ ପାତ୍ର ଗଞ୍ଜାମ ରାଜନୀତି ପାଇଁ ଖୁବ୍ ଜଣା ଶୁଣା। ସେ ୧୯୯୦ ମସିହାରୁ ଗଞ୍ଜାମ ବିଧାନସଭା ରୁ ୪ ଥର ଆଉ ଦିଗପହଣ୍ଡି ବିଧାନସଭା ରୁ ୩ ଥର ନିର୍ବାଚିତ ହୋଆସିଥିଲେ। ବାଚସ୍ପତି ସହ ବହୁତ୍ ବିଭାଗର ମନ୍ତ୍ରୀ ହୋଇ ମୁଖ୍ୟମନ୍ତ୍ରୀ ଙ୍କ ବିଶ୍ୱାସ ଭାଜନ ହୋଇ ପାରିଥିଲେ। ସଂଘର୍ଷ ଟିଭି ତରଫ ରୁ ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ର ଙ୍କ ଆମର ଆତ୍ମା ର ସଦଗତି କାମନା କରୁଛୁ।