//BREAKING//
Loading...

ବିଛିନ୍ନ ହୋଇପଡ଼ିଛି ଗମନାଗମନ

ବିଛିନ୍ନ ହୋଇପଡ଼ିଛି ଗମନାଗମନ, ଯାତାୟତରେ ବାଧାପ୍ରାପ୍ତ, ବାଧକ ସାଜିଛି ଶିରିଗୁଡା ନାଳ ଅସ୍ଥାୟୀ କଲଭେଟ । ସ୍ବାଧୀନତାର ୭୬ ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଆଜି ଏପରି ଅବସ୍ଥାରେ ଜୀବନ ବିତାଉଛନ୍ତି ଆଦିବାସୀ ଅଧ୍ୟୁସିତ ଅଞ୍ଚଳ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଳକ ତଥା ଗୁଡ଼ାରୀ ବ୍ଳକ ସୀମାନ୍ତ ଚନ୍ଦ୍ରପୁର ବ୍ଳକ ଅଞ୍ଚଳ ବାସୀ । ଗୁଣୁପୁର ଉପଖଣ୍ଡ ଚନ୍ଦ୍ରପୁର - ଗୁଡ଼ାରୀ ବ୍ଳକ ସଂଯୋଗୀକରଣ କରିଥିବା ଶିରିଗୁଡା ଗ୍ରାମପଞ୍ଚାୟତ ସଦର ମହକୁମା ଅବବାହିକାରେ ବୋହି ଯାଉଥିବା ନାଳ ଅସ୍ଥାୟୀ କଲଭେଟ ଆଜି ବିପଦ ସଂକୁଳ ଅବସ୍ଥାରେ । ଗମନାଗମନରେ ବାଧାପ୍ରାପ୍ତ, ବିପଦ ସଂକୁଳ ଅବସ୍ଥାରେ ଯାତାୟାତ କରୁଛି ଯାତ୍ରୀବାହୀ ବସ । ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଶିକ୍ଷକ ଓ ଛାତ୍ରଛାତ୍ରୀ, ଅସୁବିଧାର ସମ୍ମୁଖିନ ହେଉଛନ୍ତି ବିଧବା, ବାର୍ଦ୍ଧକ୍ୟ, ବିକଳାଙ୍ଗ ଏବଂ ପିଡିଏଫ କାର୍ଡ ଧାରୀ, ରୋଗୀ ସେବାରେ ବ୍ୟାଘାତ ଖଟିଖିଆରେ ବୁହା ହେଉଛନ୍ତି ରୁଗୁଣା ଓ ଗର୍ଭବତୀ ମହିଳା । ସୂଚନା ଥାଉକି ନାଳରେ ସ୍ଥାୟୀ ବ୍ରିଜ ନିର୍ମାଣ ନିମନ୍ତେ ଅସ୍ଥାୟୀ କଲଭେଟ କରାଯାଇଛି । ଚଳିତବର୍ଷ ଅଗଷ୍ଟ ମାସ ୩ ତାରିଖରେ ଲଗାଣ ବର୍ଷାର ପ୍ରଖର ଜଳ ପ୍ରବାହିତ ଫଳରେ ମାଟି ଧୋଇ ହୋଇ ଅସ୍ଥାୟୀ କଲଭେଟ ଦବି ଯାଇଥିଲା । ଗ୍ରାମ୍ୟ ଉନ୍ନୟନ ବିଭାଗରୁ ଏସଡିଓ,ଜେଇ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ପରେ କଲଭେଟ ଉପରେ ବାଲିବସ୍ତା ପେକିଂ କରାଯାଇ ମାଟି ପକେଇ ସମତଳ କଲେ ଭାରିଜାନକୁ ବାଦ୍ ଦେଲେ ଦୁଇ ଚକିଆ ଏବଂ ଜନସାଧାରଣଙ୍କ ଯାତାୟତରେ ସୁବିଧା ହୋଇପାରିବ ବୋଲି ପ୍ରତିଶ୍ରୁତି ଦେଇଥିବାବେଳେ ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗଙ୍କ ସମେତ ଅନ୍ୟାନ୍ୟ ନେତା କର୍ମୀମାନେ ଘଟଣା ସ୍ଥଳକୁ ଯାଇ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ପ୍ରତିଶୃତି ପାଣିର ଗାର ହୋଇଛି । ବର୍ତ୍ତମାନ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି । 
ରାୟଗଡ଼ା ଜିଲ୍ଲା ଗୁଣୁପୁର ଉପଖଣ୍ଡ ସ୍ତରୀୟ ପ୍ରତିନିଧି ପ୍ରସାଦ ଲିମାଙ୍କ ରିପୋର୍ଟ ସଂଘର୍ଷ ଟିଭି ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe