ପୁରୀ: ଭୁବନେଶ୍ୱରରୁ ପ୍ରକାଶିତ ଏକ ଦୈନିକ ଖବର କାଗଜରେ କାର୍ଯ୍ୟ କରୁଥିବା ଜଣେ ପୁରୀ ପ୍ରତିନିଧିଙ୍କ ନାମରେ ତାଳବଣିଆ ଥାନାରେ ଜଣେ ବାଲି ଗୋଡ଼ି ବ୍ୟବସାୟୀଙ୍କୁ ଖବର ଛାପିବା ନେଇ ଧମକ ଦେଇ ଦାଦା ବଟି ମାଗିବା ଅଭିଯୋଗରେ ପୁରୀ ତାଳବଣିଆ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି। ଏହି ଅଭିଯୋଗ ଆଣିଛନ୍ତି ପୁରୀ ବାଲିଘାଟ ଠାରେ ସିମେଣ୍ଟ, ବାଲି ଗୋଡ଼ି ଓ ଲୁହା ଛଡ଼ ବ୍ୟବସାୟ କରୁଥିବା ବ୍ୟବସାୟୀ ରଞ୍ଜନ କୁମାର ରାଉଳ।ସେ ଥାନାରେ ଦେଇ ଥିବା ଏତଲାରେ ଉଲ୍ଲେଖ କରିଛନ୍ତି ଯେ ବାଲିଘାଟ ଛକ ଠାରେ ତାଙ୍କର ଏକ ବାଲି, ଗୋଡି, ସିମେଣ୍ଟ ଦୋକାନ ରହିଛି। ଗତ ସେପ୍ଟେମ୍ବର ୧୦ ତାରିଖ ଦିନ କାଂହା ପଟ୍ଟନାୟକ ସାମ୍ବାଦିକ ତାଙ୍କ ଦୋକାନ ସମ୍ମୁଖରେ ଗଦା ହୋଇ ଥିବା ବାଲିର ଫୋଟୋ ଉଠାଇ ଥିଲେ। ସେ ପ୍ରତିବାଦ କରିବାର କାଂହା ତାଙ୍କୁ କୋଡ଼ିଏ ହଜାର ଟଙ୍କା ବଟି ମାଗି ଥିଲେ। ରଞ୍ଜନ ବଟି ଦେବାକୁ ମନା କରିବାରୁ ତାଙ୍କର କନ୍ନାଙ୍କ ସହିତ ବଚସା ହୋଇଥିଲ। ଦାବି ମୁତାବକ ବଟି ନ ଦେଲେ ତାଙ୍କ ନାମରେ ଖବର ପ୍ରକାଶ କରାଯିବ ବୋଲି କଂହା ଧମକ ଦେଇ ଥିଲେ। ଏନେଇ ରଞ୍ଜନ ଘଟଣା ପରଦିନ ସେପ୍ଟେମ୍ବର ୨୦ ତାରିଖରେ ଥାନାରେ ଏତଲା ଦାଏର କରି ଥିଲେ। ତାଙ୍କ ଅଭିଯୋଗ ମୁତାବକ ତାଳବଣିଆ ଥାନା କେଶ ନମ୍ବର ୧୪୫/୨୩ କ୍ରମେ ଆଇପିସିର ଦଫା ୩୮୬/୫୯୬ ବଳରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଯାହା ଏବେ ପୋଲିସର ତଦନ୍ନ୍ତାଧିନ ରହିଛି। ସୂଚନା ଯୋଗ୍ୟ ଏହି ସାମ୍ୱାଦିକ ଙ୍କ ନାମ ପୂର୍ବରୁ ବହୁ ଚର୍ଚ୍ଚିତ ଆଇନ ଜିବୀ ଚନ୍ଦନ କୁମାର ବେହେରା ହତ୍ୟା କାଣ୍ଡ ଘଟଣାରେ ପୋଲିସର ତଦନ୍ତ ସମୟରେ ଫୋନ କଲ ସିଡି ଆରରେ ବାରମ୍ବାର କଲ କରିବା ନେଇ ଚର୍ଚ୍ଚା ପରିସରକୁ ଆସିଥିଲା।