ବ୍ରହ୍ମପୁର:୨୨-୯ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ବର୍ଜ୍ୟବସ୍ତୁ ମୁକ୍ତ ଭାରତ କାର୍ଯ୍ୟକ୍ରମ ଜାକ ଜମକରେ ଚାଲିଛି। ଆସିକା ସହର ବାସ୍ତବ ଚିତ୍ର ହେଉଛି ଅଲଗା ବିଭିନ୍ନ ୱାର୍ଡ ରେ କେତେକ ଘର ର ଲୋକଙ୍କୁ ଡ଼ଷ୍ଟବିନ ଶାଗୁଆ, ନୀଳରଙ୍ଗ ର ଦିଆ ଯାଇଥିଲା।ଏବେ ପୁଣି ନାଲି ରଙ୍ଗର ଡ଼ଷ୍ଟବିନ ଦିଆଯାଉ ଥିବା ଦେଖିବାକୁ ମିଳୁଛି। ଏହି ସବୁ କାର୍ଯ୍ୟକ୍ରମ ରେ କାହା ନିର୍ଦ୍ଧେଶ ରେ ଆଖି ପିଛୁଳାକେ ଅର୍ଥ ଖର୍ଚ୍ଚ କରାଯାଉଛି। ଏହି ସବୁ ଡ଼ଷ୍ଟବିନ ବିନ କେତେ ଟଙ୍କାରେ କ୍ରୟ କରାଯାଇଛି,ବିଲ କେତେ ଟଙ୍କାର ହେଇଛି ବୋଲି ଚାର୍ଚ୍ଚା ହେଉଛି। ଆସିକା ସହର କୁ ଉପରକୁ ସୁନ୍ଦର ଜାକଜମକ କରି ଅର୍ଥ ଖର୍ଚ୍ଚ କେବଳ କରିବାରେ ବଡ଼ ବାବୁ ବ୍ୟସ୍ତଥିବା ଦେଖିବାକୁ ମିଳିଛି। ସହରର ବିଭିନ୍ନ ୱାର୍ଡ ରେ ଥିବା ଡ୍ରେନ ଉପରେ ଢ଼ାଙ୍କୁଣୀ ଘୋଡାଇ ଦେଇ ସ୍ୱଚ୍ଛତା ଦେଖାଇବା ଛାର ହୋଇଛି। ଡ୍ରେନ ଗୁଡିକରୁ ମାଟି ନକାଢ଼ିବା ଯୋଗୁଁ ଲଗାଣ ବର୍ଷା ହେଲେ ସାହି, ବସ୍ତି ର ରାସ୍ତା ଉପରେ ଦୀର୍ଘ ଘଣ୍ଟା ନାଳ ନର୍ଦ୍ଧମା ପାଣି ଜମି ରହୁଛି। ଦୂଷିତ ପାଣି ଜମି ରହିବ ଫଳରେ ମଶା ବଂଶ ବୃଦ୍ଧି ପାଉଛି,ଡ୍ରେନ ଗୁଡ଼ିକରେ ଫିନେଲ କିମ୍ବା ମଶା ତେଲ ଛିଞ୍ଚନ କରା ଯାଉନାହିଁ। ସ୍ୱଚ୍ଛତା ମିଶନ ଏଠାରେ ଫେଲ ମାରିଥିବା ଯୋଗୁଁ ଡେଙ୍ଗୁ ହେବାର ସମ୍ଭାବନା ଦେଖା ଦେଇଛି। ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଯେଉଁ ଭଳି ଅର୍ଥ ପାଣି ଭଳି ଖର୍ଚ୍ଚ କରାଯାଉଛି ,ଏହାର ତଦନ୍ତ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ହେଲେ ଅସଲ ମୁଖା ଖୋଲିବ ବୋଲି ବିଭିନ୍ନ ମହଲ ରେ ଚାର୍ଚ୍ଚା ହେଉଛି।
।