ଆସିକା 22/09/23
ପବିତ୍ର ଗଣେଶ ପୂଜା ବିସର୍ଜନ ଉତ୍ସବ ରେ ଆସିକା ଆସିକା ଓକିଲ ସଂଘ ପକ୍ଷରୁ ଓଡିଶା ରାଜ୍ୟ ଆଇନଜୀବି ପରିଷଦର 02 ନବ ନିର୍ବାଚିତ ସଦସ୍ୟ ଙ୍କୁ ସମ୍ବର୍ଦ୍ଧନା କରାଯାଇଛି l ଆସିକା ଓକିଲ ସଙ୍ଘର ସଭାପତି ରବୀନ୍ଦ୍ର ନାଥ ଶର୍ମା ଙ୍କ ଅଧକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ରାଜ୍ୟ ବାର କାଉନସିଲ ର ସଦସ୍ୟ ରୂପେ ଗଞ୍ଜାମ ଜିଲ୍ଲା ର ପୀତବାସ ପଣ୍ଡା, ଏବଂ ସଂଜିତ କୁମାର ପାଣିଗ୍ରାହୀ, ଆସିକା ଓକିଲ ସଂଘ ର ସମ୍ପାଦକ ନାରାୟଣ ମୁନି ଉପ ସଭାପତି ଛବିଳରାମ ମିଶ୍ର,ବରିଷ୍ଠ ଆଇନଜୀବି ବିଦେଶୀ ନାହକ,ଶିବ ଶଙ୍କର ପାତ୍ର, ଚନ୍ଦ୍ରଶେଖର ପାତ୍ର, ଜି. ସୂର୍ଯ୍ୟ ପ୍ରକାଶ ରାଓ, ସୁଧାଂଶୁ ପଣ୍ଡା, ଦିଲୀପ ପାଣିଗ୍ରାହୀ, ସରୋଜ ତ୍ରିପାଠୀ, ସୁରେନ୍ଦ୍ର ନାଥ ପଣ୍ଡା, ଅଜିତ ଚୌଧୁରୀ,ସନ୍ତୋଷ ପାଣିଗ୍ରାହୀ,ଯୁବ ଆଇନଜୀବି ପ୍ରତାପ ଭୂୟାଁ, ଦେବକାନ୍ତ ଶର୍ମା,ପ୍ରମୁଖ ଉପସ୍ଥିତ ରହିଥିଲେ l ଆଜିର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ରାଜ୍ୟ ବାର କାଉନସିଲ ସଦସ୍ୟ ଦ୍ୱୟ କୁ ଆସିକା ଓକିଲ ସଂଘ ପକ୍ଷରୁ କାର୍ଯ୍ୟରତ ଓକିଲ କଲ୍ୟାଣକାରୀ ଯୋଜନାରେ ଆଇନଜୀବୀ ମାନଙ୍କୁ ପେନସନ ବ୍ୟବସ୍ଥା ଲାଗୁ କରିବା,ସ୍ୱାସ୍ଥ୍ୟ ବୀମା ରେ ସାମିଲ, ଗଞ୍ଜାମ ଜିଲ୍ଲା ରେ ଲୟରସ ଏକାଡେମୀ, ଯୁବ ଆଇନଜୀବି ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବାକୁ ପ୍ରସ୍ତାବ ରଖାଯାଇଥିଲା l ଏହି ପ୍ରସ୍ତାବ ଗୁଡିକୁ ନିଶ୍ଚିତ ଭାବେ ଓଡିଶା ରାଜ୍ୟ ଆଇନଜୀବି ପରିଷଦରେ ଉପସ୍ଥାପନା କରାଯିବ ବୋଲି ପ୍ରତିଶୃତି ପ୍ରଦାନ କରିଥିଲେ l