ଆସିକା 22/09/23
ଆଜି ଆସିକା ସମିତି ସଭା ଗୃହରେ ପଂଚାୟତ ସମିତି ଅଧକ୍ଷା ତ୍ରିବେଣୀ ନାହାକ ଙ୍କ ପୌରହିତ ରେ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ବିଡ଼ିଓ ଫକୀର ଚରଣ ପରିଡା, ଉପାଧକ୍ଷା ରେଶମା ଦୋରା, ସହକାରୀ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ଶତପଥି, ବିଧାୟକ ପ୍ରତିନିଧି ନଚିକେତା ସ୍ୱାଇଁ, ସାଂସଦ ପ୍ରତିନିଧି, ପ୍ରମୁଖ ଉପସ୍ଥିତ ଥିଲେ l ଗ୍ରାମପଂଚାୟତ ଅଧିକାରୀ ସୁକାନ୍ତ କୁମାର ନାଏକ ସ୍ୱାଗତ ଭାଷଣ ଦେବା ସହ ପୂର୍ବ ବୈଠକ ର ବିବରଣୀ ପଠନ କରିଥିଲେ l ଆଜିର ଏହି ସମିତି ବୈଠକ ରେ ବିଭିନ୍ନ ପଂଚାୟତ ମାନଙ୍କୁ ପାନୀୟ ଜଳ ଯୋଗାଣ,ବିଦ୍ୟୁତ ସମ୍ବନ୍ଧୀୟ ମାଳତୀ, ଭେଟନଇ, ଏବଂ ନିମିନା ଟ୍ରାନ୍ସଫର୍ମର ସ୍ଥାନ୍ତାନ୍ତିକାରଣ ନହେବା,ଆଦର୍ଶ ବିଦ୍ୟାଳୟ ରେ ଅସୁରକ୍ଷିତ ରେ ଥିବା ବିଦ୍ୟୁତ ଖୁଣ୍ଟ କୁ ପରିବର୍ତନ ନହେବା,ଶିଶୁ ବିକାଶ ଉପରେ କିଛି କେନ୍ଦ୍ରରେ ଅଙ୍ଗନବାଡି କେନ୍ଦ୍ର ବିଳମ୍ବ ରେ ଖୋଲିବା, କିଛି କେନ୍ଦରେ ଅଙ୍ଗନବାଡି ଗୃହ ଶୀଘ୍ର ନିର୍ମାଣ କରିବା, ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ 24 ଘଣ୍ଟିଆ ନୀରିବିଛିନ୍ନ ସ୍ୱାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ବ୍ୟବସ୍ଥାକରିବା,କିଛି ସ୍କୁଲ ରେ ଛାତ୍ର, ଛାତ୍ରୀ ଅଧିକ ବସିବାକୁ କୋଠରୀ ନାହିଁ ଆଉ କେତେ ବିଦ୍ୟାଳୟ ରେ ଶିକ୍ଷକ ଅଭାବ ଉପରେ ଆଲୋଚନା ହେବା ସହ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ମାନେ ପଂଚାୟତ ର ଥିବା ସ୍କୁଲ ମାନଙ୍କରେ ହେଉଥିବା କାର୍ଯ୍ୟକ୍ରମ ରେ ନିମନ୍ତ୍ରଣ ନକରିବା ଏବଂ ପଂଚାୟତ ବୈଠକରେ ଉପସ୍ଥିତ ନରହିବା ହେତୁ ଶିଶୁ ସୁରକ୍ଷା ଉପରେ ସମାଧାନ ହେଉନାହିଁ, ଗ୍ରାମଞ୍ଚଳ ର କୃଷକ ମାନଙ୍କୁ ସରକାର ଙ୍କ କୃଷି ସମ୍ଭନ୍ଧୀୟ ସୂଚନା ମିଳୁନାହିଁ କୃଷକ ସାଥି ଏବଂ କୃଷି କର୍ମଚାରୀ ମାନଙ୍କୁ ପ୍ରେରଣ କରି କୃଷି ସୂଚନା ପ୍ରଦାନ କରିବାକୁ ଗୁରୁତ୍ୱ, ଆଗାମୀ 2023-24 ଆର୍ଥିକ ବର୍ଷ ରେ ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ କମିଶନ ର 55 ଲକ୍ଷ 50 ହଜାର 876 ଟଙ୍କା ର ପ୍ରକଳ୍ପ ମଂଜୁର, ଏବଂ ପଞ୍ଚମ ରାଜ୍ୟ ଅର୍ଥ କମିଶନ ର 54 ଲକ୍ଷ 51 ହଜାର 840 ଟଙ୍କା ର ପ୍ରକଳ୍ପ ର ଅନୁମୋଦନ, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମ୍ୟ କର୍ମ ନିଯୁକ୍ତି ଯୋଜନା ରେ ଅଧିକ ରୁ ଅଧିକ ଶ୍ରମ ଦିବସ ସୃଷ୍ଟି,ରାଜ୍ୟ ସରକାର ଙ୍କ ଖାଦ୍ୟ ନିରାପତ୍ତା ଯୋଜନାରେ ବାଦପଡ଼ିଥିବା ପରିବାର ର ସଦସ୍ୟ କୁ ଖାଲି ଥିବା ସ୍ଥାନରେ ପୂରଣ କରିବା, ସାମାଜିକ ସୁରକ୍ଷା ରେ ରହିଯାଇଥିବା ହିତାଧିକାରୀ ମାନଙ୍କୁ ଚିନ୍ହଟ କରି ବିଭିନ୍ନ ଯୋଜନାରେ ସାମିଲ କରିବା କୁ ମତ ରଖିଥିଲେ l ଏହି ବୈଠକ ରେ ମସ୍ୟ ଅଧିକାରୀ ଏବଂ ଜୀବିକା ମିଶନ ଅଧିକାରୀ ଅନୁପସ୍ଥିତ କାରଣ ରୁ ଏହା ଉପରେ ବିସ୍ତୃତ ଆଲୋଚନା ହୋଇ ପାରିଲା ନାହିଁ l ଏହି ବୈଠକ ରେ 03 ଜଣ ଜିଲ୍ଲାପରିଷଦ ସଦସ୍ୟ ମନୋଜ ଦୋରା, ଅନିମା ପରିଡା,ତନ୍ମୟୀ ନାହାକ,ବହୁ ସମିତି ସଭ୍ୟ,ସଭ୍ୟା, ସରପଞ୍ଚ ଯୋଗ ଦେଇଥିବା ବେଳେ ଶିକ୍ଷା, ସ୍ୱାସ୍ଥ୍ୟ, ଶିଶୁ ବିକାଶ, ବିଦ୍ୟୁତ, ଜଳ ପରିମଳ, କୃଷି, ସାମାଜିକ ସୁରକ୍ଷା, ମୃତ୍ତିକା ସଂରକ୍ଷଣ, ସମେତ ଅନେକ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ l