//BREAKING//
Loading...

ବ୍ଲକ ସ୍ତରୀୟ ଲୋକକଳା ଦଳର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର

ଆସିକା 23/09/23(ମନୋଜ କୁମାର ସାହୁ)ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରାଜ୍ୟ ସରକାର ଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡିକ ଦିଗରେ ଅଧିକ ସୂଚନା ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ
ଲୋକକଳାର ପ୍ରୟୋଗ ଉପରେ ଦୁଇ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା l ପ୍ରଥମ ଦିବସରେ ବିଡ଼ିଓ ଫକୀର ଚରଣ ପରିଡାଙ୍କ ଅଧକ୍ଷତା ରେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା,ତହସିଲଦାର ସଂଜୟ କୁମାର ଶତପଥୀ,ଭଞ୍ଜନଗର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି,ତାଲିମ ଦାତା ରୂପେ ଜଗଦୀଶ ପାଣିଗ୍ରାହୀ ପ୍ରମୁଖ ମଂଚାସୀନ ରହିଥିଲେ l ଆଜିର ଏହି ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ରେ ମୋଟ 67 ଦଳର 478 ଜଣ କଳାକାର ଯୋଗ ଦେଇଥିଲେ l ଏହି ପ୍ରଶିକ୍ଷଣରେ ଗାହାଣି, ପାଲା, ଦଶକାଠି, କୀର୍ତନ, ଭରାତଲୀଳା, ପ୍ରହଲ୍ଲାଦ ନାଟକ, ରାମଲିଳା, କୃଷ୍ଣ ଲୀଳା, ସଖି ନାଚ, ପଶୁ ମୁଖା, ଘଣ୍ଟମୃଦଙ୍ଗ, ବୀଣାକାର, ଯୋଡିଶଙ୍ଖ ନାଚ ମାଧ୍ୟମରେ ସରକାର ଙ୍କ ଏଗାର ଗୋଟି ଯୋଜନା ଉପରେ ପରିବେଷଣ ମାଧ୍ୟମରେ ସଚେତନତା କରାଯିବା ଉପରେ ସ୍ଥିର କରାଯାଇଛି l ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମଧୁବାବୁ ପେନସନ ଯୋଜନା, ମମତା ଯୋଜନା, ମିଶନ ଶକ୍ତି ଯୋଜନା, ଓଡିଶା ଆଦର୍ଶ ବିଦ୍ୟାଳୟ, ଫସଲ ବୀମା ଯୋଜନା, ଫସଲ ଋଣ ସୁଧ ରିହାତି, ଆମ ହସ୍ପିଟାଲ, କ୍ରୀଡା, ଆମ ଓଡିଶା ନବୀନ ଓଡିଶା, ଫାଇଭ ଟି ସ୍କୁଲ ରୂପାନ୍ତିକରଣ ଯୋଜନା ଉପରେ ବିଭିନ୍ନ ସାଂସ୍କୃତିକ ଦଳ ମାନେ ଲୋକ ମାନଙ୍କୁ ଆକୃଷ୍ଟ ହେଲା ଭଳି ମନୋରଞ୍ଜନ ମାଧ୍ୟମରେ ପରିବେଷଣ କରିବେ l ନିଶା ଦ୍ରବ୍ୟ, ମାଦକ ଦ୍ରବ୍ୟ ଠାରୁ କଳାକାର ମାନେ ଦୁରେଇ ରହିବେ ବୋଲି ପ୍ରଶିକ୍ଷଣ ଦିଆଯାଇଥିଲା l

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe