*ନୂଆଦିଲ୍ଲୀ ୨।୯: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି, ଯେଉଁଥିରେ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ ଡାଟାବେସ୍ ସାର୍ବଜନିକ କରାଯିବ ନାହିଁ ବୋଲି କହିଛନ୍ତି। ୟୁଜିସି ବିଶ୍ୱବିଦ୍ୟାଳୟଙ୍କୁ ଛାତ୍ରଛାତ୍ରୀଙ୍କ ଡିଗ୍ରି ଓ ସାର୍ଟିଫିକେଟରେ ଆଧାର କାର୍ଡ ନମ୍ବର ପ୍ରିଣ୍ଟ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଷ୍ପତ୍ତି ନେଇ ୟୁଜିସି ସଚିବ ପ୍ରୋ.ମନିଷ ଆର. ଜୋଶୀ ବିଶ୍ୱବିଦ୍ୟାଳୟଙ୍କୁ ପତ୍ର ଲେଖିଛନ୍ତି। ମାମଲାକୁ ନେଇ ୟୁଜିସିଙ୍କ ପକ୍ଷରୁ ଅଧିକାରୀ ୱେବସାଇଟ୍ ୟୁଜିସି ଡଟ୍ ଜିଓଭି ଡଟ୍ ଇନ୍ରେ ଏକ ନୋଟିସ୍ ମଧ୍ୟ ଜାରି କରାଯାଇଛି।*
*ୟୁଜିସିଙ୍କ ଅନୁସାରେ ସମ୍ବାଦପତ୍ର ରିପୋର୍ଟରେ ଦାବି କରାଯାଇଛି ଯେ କେତେକ ରାଜ୍ୟ ସରକାରଙ୍କ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ପ୍ରୋଭିଜନାଲ ଡିଗ୍ରି ଓ ଅନ୍ୟ ପ୍ରମାଣପତ୍ରରେ ଆଧାର ନମ୍ବର ଲେଖିବାକୁ ବିଚାର କରୁଛନ୍ତି। ଏଣୁ ପତ୍ରରେ ୟୁଜିସି ସଚିବ ସମସ୍ତ ବିଶ୍ୱବିଦ୍ୟାଳୟଙ୍କୁ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ଡିଗ୍ରି ପ୍ରତ୍ୟାବର୍ତନ କରିବା ପାଇଁ ନିର୍ଦେଶ ନାମା ଜାରିକରିଛନ୍ତି