//BREAKING//
Loading...

ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଇଂରାଜୀ ପ୍ରୀତି

ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଇଂରାଜୀ ପ୍ରୀତି

ଆସିକା:୩-୯ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବିଜ୍ଞାପନ ମାଧ୍ୟମରେ ସରକାରୀ- ବେସରକାରୀ ଅନୁଷ୍ଠାନ ରେ ଓଡ଼ିଆ ରେ ନାମ ଫଳକ ଲେଖିବାକୁ ସୂଚନା ଦେଉଛନ୍ତି। ତାହାର ବ୍ୟତିକ୍ରମ ଓ ବିରୋଧା ଭାଷ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଏଠାରେ ଦେଖିବାକୁ ମିଳିଛି। ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ମୁକୁନ୍ଦପୁର ଓ କଳାଷଣ୍ଢ ପୁର ର ପ୍ରଵେଶ ପୂର୍ବରୁ ଉଭୟ ପାର୍ଶ୍ୱରେ ଲେଖା ଯାଇଛି "ୱେଲକମ ନୋଟିଫାଇଡ଼ ଏରିଆ କାଉନସିଲ ଆସିକା"ବୋଲିଲେଖା ଯାଇଛି।ସ୍ୱାଗତଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଆସିକା ଲେଖିବା ପାଇଁ କଣ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜାଣିନାହାନ୍ତି, ନା ମହାଶୟ ଙ୍କ ଇଂରାଜୀ ପ୍ରୀତି କି ବୋଲି ସହର ରେ ଚର୍ଚ୍ଚାରେ ବିଷୟ ହୋଇଛି। ରାଜ୍ୟ ସରକାର ବାରମ୍ବାର ଓଡ଼ିଆ ରେ ନାମ ଫଳକ ଲେଖିବାକୁ ନିବେଦନ କରୁଥିବା ବେଳ ଗତ କିଛି ଦିନ ତଳେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଏହି ନାମ ଫଳକ ଲଗାଇବାର ଉଦ୍ଧେଶ୍ୟ କଣ ହୋଇଥାଇ ପାରେ ବୋଲି ଚାର୍ଚ୍ଚା ହେଉଛି। ଯଦି ଜଣେ ଅଧିକାରୀ ହୋଇ ଓଡ଼ିଆ ରେ ନାମ ଫଳକ ନଲେଖିବେ ତାହା ହେଲେ ଅନ୍ୟ ବ୍ୟବସାୟୀ ମାନେ ନିଜର ଦୋକାନ ର ନାମଫଳକ କାହିଁକି ଓଡ଼ିଆରେ ଲେଖିବେ, ଏଣୁ ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ଦାବୀ ହେଉଛି।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe