//BREAKING//
Loading...

ତିନି ସେକ୍ଟର ରେ ଗର୍ଭବତୀ, ପ୍ରସୂତୀ ଏବଂ କିଶୋରୀ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ


ଆସିକା 27/09/23(ମନୋଜ କୁମାର ସାହୁ)ଆସିକା ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ର ଦେବଭୂମି, ମଙ୍ଗଳପୁର, ବାଲିସିରା ସେକ୍ଟରରେ ଜାତୀୟ ପୋଷଣ ମାହ ଅନୁଷ୍ଠିତ ସହ ଗର୍ଭବତୀ, ପ୍ରସୂତୀ ଏବଂ କିଶୋରୀ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ହୋଇଥିଲା lଦେବଭୂମି ସେକ୍ଟର ର ଗୁଣ୍ଠପଡା ର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା l ଦେବଭୁମି ର ଅଂଚଳ ପରିଦର୍ଶିକା ଦୀପ୍ତି ଧୋବାଙ୍କ ଆବାହକତ୍ବ ରେ ସିଡିପିଓ ଭାଗ୍ୟଲତା ପାତ୍ର ସରପଞ୍ଚ ଶୈଳବାଳା ଦଳାଇ,ଯୋଗ ଦେଇଥିଲେ l ମୋଟ 03 ଗୋଟି ସେକ୍ଟର ର ଅଙ୍ଗନୱାଡି କେନ୍ଦ୍ର ର ପୃଷ୍ଟିକର ଖାଦ୍ୟ ପ୍ରଦର୍ଶନୀ କରାଯାଇଥିଲl l ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମ ରେ ସିଡିପିଓ ଭାଗ୍ୟଲତା ପାତ୍ର,ଅଂଚଳ ପରିଦର୍ଶିକା ପ୍ରମିଳା ସାହୁ, ମହିଳା ସ୍ୱାସ୍ଥ୍ୟ କର୍ମୀ, ପଂଚାୟତ ନିର୍ବାଚିତ ପ୍ରତିନିଧି, ଅଙ୍ଗନବାଡି କର୍ମୀ,ଏହି ସେକ୍ଟର ର ଅଧୀନରେ ଥିବା ଅଙ୍ଗନବାଡି କେନ୍ଦ୍ର ର ଯାଞ୍ଚ କମିଟି, ମାତୃ କମିଟି ସଦସ୍ୟ, ପ୍ରାକ ବିଦ୍ୟାଳୟ ର ଅଭିଭାବକ,କିଶୋର କିଶୋରୀ, ପ୍ରସୂତି ମହିଳା, ଗର୍ଭବତୀ ମହିଳା ମାନେ ଯୋଗ ଦେଇଥିଲେ l ଶିଶୁ ଏବଂ କିଶୋରୀ, କିଶୋର ମାନଙ୍କ ମାନଙ୍କ ବିକାଶ ନିମନ୍ତେ ପୋଷଣ ଯୁକ୍ତ ଖାଦ୍ୟ ମା ମାନେ ଗର୍ଭ ଅବସ୍ଥା ରୁ ଖାଇବା କୁ ହେବ ବୋଲି ଅନେକ ବକ୍ତା ମତ ବ୍ୟକ୍ତ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ଦୁଇ ଜଣ କିଶୋର, କିଶୋରୀ, ଶିଶୁ ମାନଙ୍କୁ ପୁରସ୍କୃତ କରାଗଲା l ଶେଷରେ ପୋଷଣ ଡିପି ସି ମନୋଜ ଜେନା ପରିଚାଳନା କରିଥିଲେ l

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe