*
ଆସିକା :-21/09/23
ଏସିଆ ମହାଦେଶରେ ଦିନ ଥିଲା ଆସିକା ଚିନିକଳ ନାମ ସୁନାମ ହୋଇଥିଲା l
1963 -64 ମସିହା ଠାରୁ ସୁଗାର ଇଣ୍ଡଷ୍ଟ୍ରି ନାମରେ ରାଜ୍ୟ ରେ ବିଖ୍ୟାତ ଲାଭ କରିଥିଲା l ଗତ କିଛି ବର୍ଷ ହେଲା ଆନ୍ତରିକତା ଅଭାବ କାରଣରୁ ଏହି କାରଖାନା ବହୁ ଅସୁବିଧା ର ସମ୍ମୁଖୀନ ହୋଇ ଆସୁଛି l ତଥାପି ଏହାକୁ ବଞ୍ଚାଇ ରଖିବା ପାଇଁ ହାତ ଗଣତି କେତେ ସମବାୟବିତ ଙ୍କ ଉଦ୍ୟମ, ଆପ୍ରାଣ ଚେଷ୍ଟା, ଯୋଗୁଁ ଏହା ସମ୍ଭବ ହୋଇପାରିଛି l କିନ୍ତୁ କିଛି ମୁଷ୍ଟିମେୟ ମାନଙ୍କ ଏକଛତ୍ର ଯୋଗୁଁ ସୂତାକଳ ଭଳି ଏହାର ମଧ୍ୟ ଅବସ୍ଥା ହେବ ବୋଲି ଜଣାପଡୁଛି l ସରକାର କା ମାଲ ଦରିୟା ମେ ଡାଲ ନ୍ୟାୟ ରେ ଚାଲିଛି ବୋଲି ଶୁଣିବାକୁ ମିଳୁଛି l ଗତ ଅଗଷ୍ଟ ମାସ ରେ ସମବାୟ ଚିନି କାରଖାନାର ଓଜନ ମାପ ମେସିନ ଖରାପ ହୋଇଛି ବୋଲି ଦାୟିତ୍ୱ ରେ ଥିବା ଅଧିକାରୀ ଉଚ୍ଚ କତୃପକ୍ଷ ଙ୍କୁ ଜଣାଇଛନ୍ତି l କିନ୍ତୁ ନୂତନ ଓଜନ ମାପ ଯନ୍ତ୍ର କିମ୍ବା ଖରାପ ମେସିନ ମରାମତି ନହେବା ସତ୍ୱେ ଗତ କିଛି ଦିନ ହେଲା କାରଖାନା ର ବର୍ଜ୍ୟବସ୍ତୁ କୁ ଟ୍ରକ ଯୋଗେ ସେହି ଖରାପ ମେସିନ ରେ ଓଜନ କରି ଠିକାଦାର କୁ ଦିଆଯାଉଛି l କିନ୍ତୁ ବାହାର ରୁ ଆସୁଥିବା ମାଲବାହୀ ଟ୍ରକ କୁ ବାହାରେ ଓଜନ କରି ଗେଟ ପାସ କରୁଛନ୍ତି l କାରଖାନା ର ଏଭଳି ଏତା ଦୃଶ୍ୟ ଦେଖି କିଛି ନିର୍ଦେଶକ ଚିନି କାରଖାନା ରେ ପହଂଚି ଗେଟ ବାହାରକୁ ଯାଉଥିବା ବର୍ଜ୍ୟବସ୍ତୁ ଭରି ଟ୍ରକଟି ଖରାପ ଓଜନ ମେସିନରେ କିଭଳି ଓଜନ ହେଲା ମନରେ ପ୍ରଶ୍ନ ଆସିଥିଲା l ବର୍ଜ୍ୟବସ୍ତୁ ବୋଝଇ ଟ୍ରକର ଓଜନ କୁ କାରଖାନା କିଭଳି ସଠିକ ଭାବେ ଗ୍ରହଣ କରିବ, ସେନେଇ ଓଜନ ଉପରେ ସନ୍ଦେହ ହେବାରୁ ନିକଟସ୍ଥ ଓଜନ ମେସିନ ରେ ଓଜନ କରାଇଥିଲେ l କାରଖାନା ରେ ଓଜନ ହୋଇଥିବା ORJ 11GB 4816 ନାମକ ଟ୍ରକ ର ଓଜନ ବାହାର ଓଜନ ଠାରୁ ପାଖାପାଖି ଦେଢ଼ରୁ ଦୁଇ କୁଇଣ୍ଟାଲ ଓଜନ କମ ବିଲ କରି ଟ୍ରକ କୁ ଛାଡୁଥିଲେ l ଏ ସମ୍ପର୍କରେ କିଛି ନିର୍ଦେଶକ ପରିଚାଳନା ସଭାପତି, ସମ୍ପାଦକ ଏବଂ ଡାକ ଯୋଗେ ଜିଲ୍ଲାପ୍ରଶାସନ କୁ ଜଣାଇଛନ୍ତି ବୋଲି ନିର୍ଦେଶକ ଶ୍ରୀ ବରାଡ଼ କହିଛନ୍ତି l ଏସବୁ ବିଷୟରେ କାରଖାନା ର ସମ୍ପାଦକ କୁ ପଚାରିବାରୁ ସେ ଅନ୍ୟ କାମରେ ବ୍ୟସ୍ତ ଏବଂ ସମୟ ନଥିବା କଥା କହିଥିଲେ l ପରିଚାଳନା ପରିଷଦ ର ସଭାପତି ଙ୍କୁ ପଚାରିବାରୁ ସେ କହିଛନ୍ତି ଏହାର ଏକ ତଦନ୍ତ ହେବପରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମତ ରଖିଛନ୍ତି l ତଦନ୍ତ ରେ ଯଦି ପାତର ଅନ୍ତର ହୁଏ ତେବେ ନିର୍ଦ୍ଦେଶକ ମାନେ ମିଲ ଆଗରେ ଧାରଣା ଦେବେ ବୋଲି କହିଛନ୍ତି l ଚିନି କାରଖାନା କିମ୍ବା ଆଖୁ ଚାଷ ଏବଂ ଚାଷୀ ପ୍ରତି ଗୁରୁତ୍ୱ ନଦେଇ ଅଫିସ ରେ ଥିବା ବହୁ କର୍ମଚାରୀ ଏଭଳି ଘୋଟାଲା ରେ ସାମିଲ ହୋଇ ନିଜର ପକେଟ, ନିଜର ପିଲାଛୁଆଙ୍କ ଭବିଷ୍ୟତ ପାଇଁ ସ୍ବପ୍ନ ଦେଖୁଛନ୍ତି l କିନ୍ତୁ ଚିନି କାରଖାନା ର ବିକାଶ, ଆଖୁ ପେଡା ଚିରସ୍ଥାୟୀ ହେବା, ଜିଲ୍ଲା କିମ୍ବା ଜିଲ୍ଲା ବାହାରେ ଆଖୁ ଚାଷ ର ବହୁଳ ବୃଦ୍ଧି କରିବା,ଅତ୍ୟାଧୁନିକ କାରଖାନା ରେ ପରିଣତ ହୋଇ ପୁଣି ପୂର୍ବ ଗୌରବ ଫେରାଇ ଆଣିବା ପାଇଁ ମିଶନ ରେ କାମ କରିବା ପାଇଁ ଆଗ୍ରହ ରହିବା ଆବଶ୍ୟକ ରହିଛି ବୋଲି ଆସିକାର ବରିଷ୍ଠ ସମବାୟ ବିତ ମତ ରଖିଛନ୍ତି l