ଯୋଡ଼ା, ୨୦, ୨୦୨୩: ୟୁବିଏସ୍ ଫୋରମ୍ ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) ସମ୍ମିଳନୀ ଓ ପୁରସ୍କାର-୨୦୨୩ ରେ ଟାଟା ଷ୍ଟିଲ୍ର କଳମଙ୍ଗ ଓ ଗନ୍ଧଲପଦା ପ୍ରକଳ୍ପ ଶ୍ରେଷ୍ଠ ସିଏସ୍ଆର୍ ଲିଡର୍ସିପ୍ ପୁରସ୍କାର ହାସଲ କରିଛି । ଏହି ସମ୍ମାନଜନକ ପୁରସ୍କାର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ପ୍ରତି ଟାଟା ଷ୍ଟିଲ୍ର ପ୍ରତିବଦ୍ଧତା ଓ ଦୀର୍ଘସ୍ଥାୟୀ ବିକାଶ ପ୍ରତି ଏହାର ଉଲ୍ଲେଖନୀୟ ଯୋଗଦାନକୁୁ ଦର୍ଶାଉଛି ।
କଂପାନି ତରଫରୁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ର ୟୁନିଟ୍ ମୁଖ୍ୟ ସଞ୍ଜୟ ସରଦାର ଓ କଳମଙ୍ଗ ଓ ଗନ୍ଧଲପଦା ପ୍ରକଳ୍ପର ସହକାରୀ ପ୍ରବନ୍ଧକ-ଏଚ୍ଆର୍ ତେଜିନ୍ଦର ସିଂହ ପୁରସ୍କାର ଗ୍ରହଣ କରିଛନ୍ତି । ପ୍ରତି ବର୍ଷ ଆୟୋଜନ କରାଯାଉଥିବା ଏହି କାର୍ଯ୍ୟକ୍ରମ ସିଏସ୍ଆର୍ ଅଭିଯାନ ପାଇଁ ଉଦାହରଣ ସୃଷ୍ଟିକାରୀ ପ୍ରତିବଦ୍ଧତା ଭାବ ପ୍ରଦର୍ଶନ କରିଥିବା ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ସ୍ୱୀକୃତି ଦେଉଥିବା ବେଳେ ସେମାନଙ୍କ ସଫଳତାର ଉତ୍ସବ ପାଳନର ଏକ ମଂଚ ଭାବେ କାର୍ଯ୍ୟ କରୁଛି । ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ସିଏସ୍ଆର୍ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ନେତୃବୃନ୍ଦଙ୍କୁ ମାନ୍ୟତା ପ୍ରଦାନ କରିବା ଲାଗି ପ୍ରମୁଖ ଶିଳ୍ପ ସଂସ୍ଥା, ବିଶେଷଜ୍ଞମାନେ ଏକତ୍ରୀତ ହୋଇଥିଲେ । ଏହି ସମ୍ମାନ ଏକ ସାମାଜିକ ଦାୟିତ୍ୱବାନ କର୍ପୋରେଟ୍ ସଂସ୍ଥା ଭାବେ ଟାଟା ଷ୍ଟିଲ୍ର ସ୍ଥିତିକୁ ଆହୁରି ସୁଦୃଢ଼ କରୁଛି ଯାହା ସମାଜର କଲ୍ୟାଣ ପାଇଁ ଅର୍ଥପୂର୍ଣ୍ଣ ଯୋଗଦାନ ପ୍ରଦାନ କରୁଛି ।