//BREAKING//
Loading...

ଦିବ୍ୟାଙ୍ଗ ଶିଶୁର ଅଭିଭାବକଙ୍କ ପ୍ରଶିକ୍ଷଣ ଶିବିର

ଆସିକା 26/09/23(ମନୋଜ କୁମାର ସାହୁ)ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଆସିକା ବ୍ଲକର 04 ଗୋଟି କ୍ଳଷ୍ଟର ଦିବ୍ୟାଙ୍ଗ ଶିଶୁ ମାନଙ୍କ ଅଭିଭାବକ ମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଆସିକା ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ବିଭୁ ନନ୍ଦନ ପଣ୍ଡା, ହରିଡ଼ାପଦର କ୍ଳଷ୍ଟର ସିଆରସିସି ସମୀରକାନ୍ତ ନାୟକ, ଗୋଷ୍ଠୀ ସମ୍ବଳ ଶିକ୍ଷକ ହେମନ୍ତ ନନ୍ଦ,ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ l ହରିଡ଼ାପଦର, ନଳବଣ୍ଟା, କାଳଷଣ୍ଢପୁର ଏବଂ ଆସିକା ଏନ ଏ ସି ରୁ ବହୁ ଅଭିଭାବକ ଯୋଗ ଦେଇଥିଲେ l ତାଲିମ ଦାତ୍ରୀ ରୂପେ ସନ୍ତୋଷିନୀ ମୁନି, ଅର୍ଚନା ବେହେରା ତାଲିମ ପ୍ରଦାନ କରିଥିଲେ l ଦିବ୍ୟାଙ୍ଗ ଶିଶୁ ମାନଙ୍କ ଅଧିକାର କୁ ସୁନିଶ୍ଚିତ କରିବା, ଏଭଳି ଶିଶୁ ମାନଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ, ଆଶ୍ରିବାଦ, ଗ୍ରୀନ ପାସେଜ,ରାସନ କାର୍ଡ ଏବଂ ଦିବ୍ୟାଙ୍ଗ ଶିଶୁ ମାନଙ୍କ ସାମଗ୍ରୀ, ପୃଷ୍ଠେପୋଷକତା ଏବଂ ଅନ୍ୟ ସରକାରୀ ଯୋଜନା ଉପରେ ଆଲୋଚନା କରାଯାଇଥିଲା l ଦିବ୍ୟାଙ୍ଗ ଶିଶୁ ମାନଙ୍କ ମାନସିକ ସ୍ଥିତି, ଚାଳିଚଳନ ଏବଂ ସାମଗ୍ରୀକ ବିକାଶ, ଭଳି ଅନେକ କାର୍ଯ୍ୟକ୍ରମ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଅନ୍ତନିର୍ବେସୀ ଶିକ୍ଷା ସ୍ବେଛାସେବୀ ନୃସିଂହ ଲେଙ୍କା, ଶିବସଙ୍କର ପଣ୍ଡା, ଶାନ୍ତିଲତା ପାତ୍ର, ଫକୀର ମୋହନ ପ୍ରଧାନ ସହଯୋଗ କରିଥିଲେ l

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe