Category ସରକାରୀ ସ୍ତରରେ ହିନ୍ଦୀକୁ ରାଷ୍ଟ୍ରଭାଷାର ମାନ୍ୟତା କେବେ ମିଳିବ By: SANGHARSA TV September 26, 2023 0 ଆସିକା ତା ୨୬/୯ : (ମନୋଜ କୁମାର ସାହୁ)ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ସଭାପତିତ୍ବରେ ଏବଂ ହିନ୍ଦୀ ବିଭାଗର ସହଭାଗିତାରେ ହିନ୍ଦୀ ଦିବସ ସମାପନ ସମାରୋହ ଆନୁଷ୍ଠାନିକ ରୂପେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମାରୋହରେ ମୁଖ୍ୟ ଅତିଥିରୂପେ ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟର ହିନ୍ଦୀ ପ୍ରଫେସର ଗଙ୍ଗାଧର ବେହେରା, ସମ୍ମାନିତ ଅତିଥି ରୂପେ ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଜଗନ୍ନାଥପୁର ସରକାରୀ ଉଚ୍ଚ ବିଦ୍ୟାଳୟ, ଜଗନ୍ନାଥପୁରର ହିନ୍ଦୀ ଶିକ୍ଷକ କେ. ଚ଼ିରଞ୍ଜୀବୀ ଆଚ଼ାରୀ ଉପସ୍ଥିତ ଥିଲେ। ହିନ୍ଦୀ ଅଧ୍ୟାପକ ରାଜେଶ୍ କୁମାର ସାହୁ ମଞ୍ଚାସୀନ ଅତିଥିଙ୍କ ପରିଚ଼ୟ ପ୍ରଦାନ କରିଥିଲେ।ଅଧ୍ୟାପକ ଅଜିତ୍ କୁମାର ମୁନୀ ମନ୍ତ୍ର ପାଠ କରିଥିବା ବେଳେ ମଞ୍ଚାସୀନ ଅତିଥିଙ୍କ ଦ୍ବାରା ଦେବ ବିଗ୍ରହରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା। ପ୍ରାକ୍ତନ ଛାତ୍ର ତୌଫିକ୍ ଅଲି ହିନ୍ଦୀ କବି ଇକବାଲଙ୍କ ଦେଶପ୍ରେମ ସଂଗୀତ 'ହିନ୍ଦୀ ହେ ହମ ବତନ କେ...' ପରିବେଷଣ କରିଥିଲେ। ହିନ୍ଦୀ ବିଭାଗ ମୁଖ୍ୟ ଜିନିତ୍ ସବା ହିନ୍ଦୀ ଦିବସ ସମାପନ ସମାରୋହର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ହିନ୍ଦୀ ଛାତ୍ରୀ କୁମକୁମ୍ ପାଣିଗ୍ରାହୀ ଏବଂ ସ୍ବରୂପାରାଣୀ ସ୍ବାଇଁ ବୈଠକରେ ଆଙ୍କରିଙ୍ଗ୍ କରିଥିଲେ। ମୁଖ୍ୟ ଅତିଥି ପ୍ରଫେସର ବେହେରା ହିନ୍ଦୀ ସାହିତ୍ୟ ଇତିହାସର ସମ୍ୟକ୍ ଆଭାସ ପ୍ରତିପାଦନ କରିଥିବା ବେଳେ ସମ୍ମାନିତ ଅତିଥି ଶ୍ରୀମାନ୍ ଆଚାରୀ, ହିନ୍ଦୀ ଭାଷାକୁ ଆନ୍ତରିକତାର ସହ ଆପଣାଇ ପାରିଲେ ହିଁ ହିନ୍ଦୀ କୁ ରାଷ୍ଟ୍ରଭାଷାର ମାନ୍ୟତା ମିଳିପାରିବ। ଦେଶ ସ୍ବାଧୀନତାର ୭୬ ବର୍ଷ ଅତିବାହିତ ହୋଇ ଯାଇଥିଲେ ମଧ୍ୟ ଏବଂ ହିନ୍ଦୀ ଭାଷା ଆନ୍ତର୍ଜାତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଥିଲେ ମଧ୍ୟ ଭାରତ ବର୍ଷରେ ହିନ୍ଦୀ କେବଳ ମୌଖିକରୂପେ ରାଷ୍ଟ୍ରଭାଷା ରହିଆସିଛି ବୋଲି ସମସ୍ତ ଅତିଥି ବୃନ୍ଦ ପ୍ରଶ୍ନ ରଖିଥିଲେ ଏବଂ କ୍ଷୋଭ ପ୍ରକାଶ କରିଥିଲେ। ହିନ୍ଦୀ ଅଧ୍ୟାପକ ଶ୍ରୀ ସାହୁ ହିନ୍ଦୀ ଭାଷାରେ ବିଭିନ୍ନ ପ୍ରକାରର ପଦପଦବୀ - ହିନ୍ଦୀ ମୌଖିକ ଅନୁବାଦକ, ହିନ୍ଦୀ ଅନୁବାଦକ, ହିନ୍ଦୀ ଅଧିକାରୀ, ହିନ୍ଦୀ ସହାୟକ, ହିନ୍ଦୀ ଶିକ୍ଷକ, ହିନ୍ଦୀ ଅଧ୍ୟାପକ, ହିନ୍ଦୀ ପ୍ରଫେସର, ହିନ୍ଦୀ ଗାଇଡ୍, ହିନ୍ଦୀ ଭାଷ୍ୟକାର, ହିନ୍ଦୀ ଉପଦେଷ୍ଟା, ହିନ୍ଦୀ ପ୍ରବନ୍ଧକ, ହିନ୍ଦୀ ସାହିତ୍ୟିକ (ଲେଖକ ଓ କବି) ଆଦିର ଯୋଗ୍ୟତା ଏବଂ ଉପଲବ୍ଧତାକୁ ବିଦ୍ୟାର୍ଥୀ ମାନଙ୍କୁ ଅବଗତ କରାଇଥିଲେ। ଅଧ୍ୟକ୍ଷ ଡ. ତ୍ରିପାଠୀ ହିନ୍ଦୀ ଭାଷାର ମହତ୍ବକୁ ଅନୁଭବ କରିବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଥିଲେ।ହିନ୍ଦୀ ଦିବସ ନିମନ୍ତେ ଆୟୋଜିତ ହିନ୍ଦୀ ପ୍ରଶ୍ନୋତ୍ତରୀ (କୁଇଜ୍), ତର୍କ-ବିତର୍କ ଏବଂ ନିବନ୍ଧ ପ୍ରତିଯୋଗିତାର କୃତିଛାତ୍ର ଛାତ୍ରୀମାନଙ୍କୁ ମଞ୍ଚାସୀନ ଅତିଥିଙ୍କ କରକମଳରେ ପୁରଷ୍କାର ବିତରଣ କରାଯାଇଥିଲା। ଉକ୍ତ ସମାରୋହରେ ମହାବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଉପସ୍ଥିତ ଥିଲେ। ପରିଶେଷରେ ନବାଗତ ହିନ୍ଦୀ ଅଧ୍ୟାପିକା ସୁଶ୍ରୀ କୁନିକା ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। Copy this URLCopy