//BREAKING//
Loading...

ଆସିକା ରେ ମୋ ମେଡିକାଲ କାର୍ଯ୍ୟ ରେ ନିୟୋଜିତ ନକଲି ଠିକାଦାର ଙ୍କଗୁଣ୍ଡାରାଜ ତଦାରଖ କରିବାକୁ ଆସିଥିବା ଅଧିକାରୀ ଗଣମାଧ୍ୟମ କୁ ଦେଖି ଛୁ ମାରିଲେ


 ଆସିକା ୨୫ -୯ ଆସିକା ରେ ୫ ଟି ସଚିବ ଙ୍କୁ ବଦନାମ କରିବାକୁ ଠିକାଦାର ଙ୍କ ପ୍ରୟାସ - ତଦନ୍ତ ପରେ ତଦନ୍ତ ରେ ବ୍ୟସ୍ତ ଅଧିକାରୀ।ଆସିକା ଉପଖଣ୍ଡ ଚିକିତ୍ସାଳୟ ର ପୁନଃ ଉନ୍ନତି କରଣ ଯୋଜନା ରେ ଆମ ଡାକ୍ତର ଖାନା ୫ଟି ରୂପାନ୍ତରଣ ର କୋଠା ନିର୍ମାଣ କାର୍ଯ୍ୟ ଚାଲିଛି। ଗତ ଜୁନ ମାସ ୯ ତାରିଖ ରେ ଆସିକା ସାଂସଦ ଓ ବିଧାୟିକା ଭିତ୍ତିପ୍ରସ୍ତ ସ୍ଥାପନ କରିଥିଲେ।ଏହି କୋଠା ନିର୍ମାଣ ପାଇଁ ଆମ ଡ଼ାକ୍ତର ୫ ଟି ମାଧ୍ୟମରେ ୧ କୋଟି୬୩ ଲକ୍ଷ ଟଙ୍କାର ଅଟକଳ ରେ କାର୍ଯ୍ୟ ଚାଲିଛି। ସରକାରଙ୍କ ନିର୍ଦ୍ଧାରିତ ଓ ଚୁକ୍ତି ମୁତାବକ କାର୍ଯ୍ୟ ନ ହୋଇ ନିମ୍ନ ମାନର କାର୍ଯ୍ୟ ଚାଲିବା ସମ୍ପର୍କ ରେ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ହୋଇଥିଲା। ଗ୍ରାନାଇଟ ଉପରେ ଟାଇଲ ମଧ୍ୟ ଲଗାଯାଉଥିବା ଅଭିଯୋଗ ହେଉଛି।ଖବର ପ୍ରକାଶ ପରେ ଆସିକା ବିଧୟିକା ମଞ୍ଜୁଳା ସ୍ୱାଇଁ ଅଗଷ୍ଟ ୩୧ ତାରିଖ ରେ ଚିକିତ୍ସାଳୟ କୁ ଯାଇ କାର୍ଯ୍ୟ ତଦାରଖ କରି ଫେରିଥିଲେ। ଆଜି ପୂର୍ତ୍ତ ବିଭାଗର କନିଷ୍ଟ ଯନ୍ତ୍ରୀ କ୍ୱାଲିଟି କଣ୍ଟ୍ରୋଲ ର ଅଧିକାରୀ ଓ ଅନ୍ୟ ଅଧିକାରୀ ମାନେ କାର୍ଯ୍ୟାଦେଶ ଦେଖିବାକୁ ଆସିଥିଲେ। ଖବର ପାଇ ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚିବା ପରେ ଅଧିକାରୀ ଓ ଠିକାଦାର ସେଠାରୁ ଚମ୍ପଟ ମାରିଥିଲେ ।ସେଠାରୁ ପୂର୍ତ୍ତ ବିଭାଗ କାର୍ଯ୍ୟଳୟ କୁ ଅଧିକାରୀ ଙ୍କୁ ଗଣମାଧ୍ୟମ ପ୍ରତିନିଧି ମିଶିବାରୁ ସେଠାରୁ ମଧ୍ୟ ବାବୁ ମାନେ ଭୋକ ହେଲାଣୀ ବୋଲି ଚାଲିଯାଇଥିଲେ। ନିମ୍ନ ମାନର କାର୍ଯ୍ୟ ସମ୍ପର୍କରେ ମିଡ଼ିଆ ଆଘରେ ମୁହଁ ଖୋଲିବାକୁ ଅଧିକାରୀ ମାନେ ଚୁପ ହେବ ପଛରେ ରହସ୍ୟ କଣ ବୋଲି ଚର୍ଚ୍ଚା ହେଉଛି। ୫ ଟି ସଚିବଙ୍କୁ ବଦନାମ କରିବାକୁ ଠିକାଦାର ନିମ୍ନ ମାନରକାମ କରୁଥିଲେ ମଧ୍ୟ ଠିକାଦାର- ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ପୂର୍ତ୍ତ ବିଭାଗ ଚୁପ ରହିବାକୁ ବାଧ୍ୟ ହେଉଛି ବୋଲି ଚାର୍ଚ୍ଚା ହେଉଛି। ଠିକାଦାର ମହାଶୟ ଏହି କାର୍ଯ୍ୟ କୁ ନିମ୍ନ ମାନର କରି ଖୋଲା ଚ୍ୟାଲେଞ୍ଜ ଦେଉଥିବା ଘଟଣା ଏବେ ସ୍ପଷ୍ଟ ପ୍ରମାଣ ଦେଉଛି ଯେ "ଦାଲ ମେ କୁଛ କାଲା ହୈ" ଯାହା ଆଲୋଚନା ହେଉଛି।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe