ଖୋର୍ଦ୍ଧା ଜିଲ୍ଲା ବାଜପୁର ପଞ୍ଚାୟତ ତଥା ବଣିଆଟାଙ୍ଗୀ ସ୍ଥିତ ଆଇନ୍ ଷ୍ଟାଇନ୍ ଗ୍ରୁପ୍ ମହାବିଦ୍ୟାଳୟରେ ୨୦୨୩-୨୦୨୪ ନୂଆ B-tech,M-tech,MBA ଏବଂ MCA ଆଡ୍ ମିସନ୍ ବ୍ୟାଚ୍ ଛାତ୍ର ଛାତ୍ରୀ ମାନଙ୍କର ସମ୍ବର୍ଦ୍ଧନା ମହୋତ୍ସବ (ଆବାହନ ୨୦୨୩) ମହାଧୁମ୍ ଧାମରେ ସମ୍ପନ୍ନ ହୋଇଯାଇଛି। ଏହି ମହୋତ୍ସବରେ ଶ୍ରୀଯୁକ୍ତ ପ୍ରମୋଦ କୁମାର ପାତ୍ର (ଅବସରପ୍ରାପ୍ତ ଜେନେରାଲ ମ୍ୟାନେଜର, ନାଲକୋ), ଶ୍ରୀଯୁକ୍ତ ଏସ୍.ଏମ୍. ଅଲି( ଅବସରପ୍ରାପ୍ତ G.G.M ନାଲକୋ ) ଯଥାକ୍ରମେ ମୁଖ୍ୟ ଅତିଥି ତଥା ମୁଖ୍ୟ ବକ୍ତା ଭାବରେ ଯୋଗଦେଇଥିଲେ। ଉଭୟ ଅତିଥି ତାଙ୍କ ଅଭିଭାଷଣରେ ଇଞ୍ଜିନିୟରିଂ, କମ୍ପ୍ୟୁଟର ଏବଂ ଏସ୍.ବି.ଏ ଶିକ୍ଷା ର ମହତ୍ୱ ଏବଂ ଏହାକୁ ଉପଯୋଗ କରି କିପରି ଭାବରେ ନିଜର ଭବିଷ୍ୟତ ଗଢି ପାରିବେ ସେହି ବିଷୟରେ ନୂତନ ଛାତ୍ରଛାତ୍ରୀମାନଙ୍କୁ ଦିଗ୍ ଦର୍ଶନ ଦେଇଥିଲେ। ଅନୁଷ୍ଠାନ ଅଧକ୍ଷ ଡ଼ ସୂ ଭେନ୍ଧୁ ପ୍ରସାଦ ସାହୁ ଏବଂ ଡାଇରେକ୍ଟର ଡ଼ ବିଶ୍ୱଜିତ ତ୍ରିପାଠୀ ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଗତ କରିବା ସଙ୍ଗେସଙ୍ଗେ BPuT ବିଶ୍ୱବିଦ୍ୟାଳୟ ର ବିଭିନ୍ନ ନିୟମ କାନୁନ ବିଷୟରେ ଅବଗତ କରାଇଥିଲୁ ! ଏଥି ସହିତ ଛାତ୍ର ଛାତ୍ରୀ ମାନେ ଜୀବନକୁ କିପରି ସୃଙ୍ଖଳିତ ଭାବରେ ଗଢିତୋଳିବେ ସେହି ବିଷୟରେ ଦିଗଦର୍ଷନ ଦେଇଥିଲେ ! ଏହି କାର୍ଯ୍ୟକ୍ରମଣି କୁ ଶ୍ରୀ ଦୀପକ ରଂଜନ ସପଥି ପରିଚାଳନା କରିଥିଲେ!ଅନୁଷ୍ଠାନରସମସ୍ତ ଶିକ୍ଷକ ଏବଂ ଶିକ୍ଷୟତ୍ରି ତଥା ଅନ୍ୟ କର୍ମଚାରି ଏବଂ ଛାତ୍ରଛାତ୍ରି ବୃନ୍ଦ ସହଯୋଗ ପ୍ରଦାନ କରିଥିଲେ !
ସମ୍ବର୍ଦ୍ଧନା ମହୋତ୍ସବ (ଆବାହନ ୨୦୨୩) ମହାଧୁମ୍ ଧାମରେ ସମ୍ପନ୍ନ
By: SANGHARSA TV
0
Tags
Breaking News