//BREAKING//
Loading...

ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସୁଛି ଲକ୍ଷ ଲକ୍ଷ ଟଙ୍କା !!!


ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସୁଛି ଲକ୍ଷ ଲକ୍ଷ ଟଙ୍କା ।

କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ର ବାଟିପଡା ପଞ୍ଚାୟତର ବାଟିପଡା ଗାଁରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ଦେଖିବାକୁ ମିଳିଛି ହଜାର ହଜାର ଲୋକଙ୍କର ଭିଡ । କାରଣ ବ୍ୟାଙ୍କରେ ଥିବା ଲୋକମାନଙ୍କର ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ଜମା ହୋଇଥିବା ଖବର ସାରା ଅଞ୍ଚଳରେ ପ୍ରଚାର ହୋଇ ଯାଇଥିଲା ।ଲୋକ ମାନେ ବ୍ୟାଙ୍କରେ ଭିଡ ଜମାଇଥିଲେ ଟଙ୍କା ନେବା ପାଇଁ ।ଏ ସଂପର୍କରେ ଶାଖା ପରିଚାଳକ କହିଛନ୍ତି ଯେ ଆଜି ଲୋକ ମାନେ ଭିଡ ଜମାଇଥିଲେ ବ୍ୟାଙ୍କରେ ସେମାନଙ୍କର ଆକାଉଣ୍ଟକୁ କେଉଁଠୁ ଟଙ୍କା ଆସୁଛି ଜାଣିବା ପାଇଁ । ବ୍ୟାଙ୍କ କର୍ତ୍ତୃପକ୍ଷ ମଧ୍ୟ ଏ ବାବଦରେ କିଛି ଯାଣି ନାହାନ୍ତି ବୋଲି କହୁଛନ୍ତି । ତେବ ବ୍ୟାଙ୍କ କର୍ତ୍ତୃପକ୍ଷ କହିଛନ୍ତି କି ତଦନ୍ତ କରାଯାଉଛି କେଉଁଠି ଟଙ୍କା ଆସିଲା । ସୂଚନା ମୁତାବକ ୪୦ ଜଣଙ୍କର ଆକାଉଣ୍ଟକୁ ଟଙ୍କା ଆସିଛି । କେଉଁଠୁ ଟଙ୍କା ଆସିଛିି ତାହା ଏବେ ଯାଏଁ ଯଣାପଡିନାହିଁ । ଏପରିକି ଲେକମାନଙ୍କ ଆକାଉଣ୍ଟକୁ ୨ ଲକ୍ଷ ଟଙ୍କା ମଧ୍ୟ ଆସିଛି । ବ୍ୟାଙ୍କ ସହିତ ଗ୍ରାହକ ସେବା କେନ୍ଦ୍ର ଆଗରେ ଲୋକଙ୍କର ଭିଡ ମଧ୍ୟ ଦେଖିବାକୁ ମିଳିଛି ।
ତେବେ ବାଟିପଡା ଶାଖା ଅଧୀନ ସହିରା, ସାନମଙ୍ଗ, ବାଟିପଡା ଓ ନୂଆପଡା ପଞ୍ଚାୟତର ଶତାଧିକ ଆକାଉଣ୍ଟଧାରୀଙ୍କ ଖାତାରେ ଏହି ଅର୍ଥ ଜମା ହୋଇଥିବା ଜଣାପଡ଼ିଛି । ଏ ସଂପର୍କରେ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ବାଟିପଡା ଶାଖା ପରିଚାଳକ ପ୍ରତାପ ପ୍ରଧାନ କହିଛନ୍ତି ଯେ, ଆଜି ବ୍ୟାଙ୍କ ଖୋଲିବା ପରେ ୨୦ରୁ ୩୦ ଗ୍ରାହକ ଟଙ୍କା ଉଠାଣ ପାଇଁ ଆସିଥିଲେ । ଏକକାଳୀନ ସମସ୍ତଙ୍କୁ ଆବଶ୍ୟକ ପରିମାଣର ଅର୍ଥ ପୈଠ କରିବା ସମ୍ଭବ ନ ଥିବାରୁ ସେ ସେମାନଙ୍କୁ ୧୦ ହଜାର ଟଙ୍କା ଲେଖାଏ ଦିଆଯାଇଥିଲା । କିନ୍ତୁ ପରେ ଟଙ୍କା ଉଠାଣ ପାଇଁ ବ୍ୟାଙ୍କରେ ପ୍ରବଳ ଗହଳି ଓ ଠେଲାପେଲା ହେବାରୁ ପୁଲିସ ସହାୟତା ନିଆଯାଇଥିଲା ଓ ଟଙ୍କା ଉଠାଇବା ବନ୍ଦ କରି ଦିଆଯାଇଥିଲା ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe