//BREAKING//
Loading...

ମିଶନ ଇନ୍ଦ୍ରଧନୁଷ ପାଇଁ ପ୍ରସ୍ତୁତି ବୈଠକ

ମିଶନ ଇନ୍ଦ୍ରଧନୁଷ ପାଇଁ ପ୍ରସ୍ତୁତି ବୈଠକ
.........................

ଧରାକୋଟ,9/9/23(ମନୋଜ କୁମାର ସାହୁ)ସମଗ୍ର ରାଜ୍ୟରେ ଆସନ୍ତା 11ତାରିଖ ଠାରୁ 16 ତାରିଖ ପର୍ଯ୍ୟନ୍ତ ସସସ୍ତି କରଣ ମିଶନ ଇନ୍ଦ୍ର ଧନୁଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଶୂନ ରୁ ପାଞ୍ଚ ବର୍ଷ ବୟସ ପର୍ଯ୍ୟନ୍ତ ପିଲା ମାନଙ୍କୁ ଚିହ୍ନଟ ସହ ଗର୍ଭବତୀ ମହିଳାମାନଙ୍କୁ ମଧ୍ୟ ଟୀକା କରଣ କରାଯିବ । ଏହି ଅବସରରେ ଧରାକୋଟ ବ୍ଲକ କନଫରେନ୍ସ ହଲ ରେ ବି ଡି ଓ ଡେନିସ ବେହେରାଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଏମ ଭି କେ ଅଶୋକ, ଏ ବି ଡି ଓ ସୁଶିଲ ପଟନାୟକ, ସି ଡି ପି ଓ ସୁନିଲ ପ୍ରଭା ରଥ, ବି ଇ ଓ ଲିଙ୍ଗରାଜ ସ୍ବାଇଁ, ଏ ବି ଇ ଓ ପ୍ରଦୀପ କୁମାର ଶତପଥି, ଉମା ଚରଣ ପାଣିଗ୍ରାହୀ, ବି ପି ଏମ ଗୋଲକ ନାରାୟଣ ଗାରୀଆଗାଡୁ, ବି ଡି ଏମ ଆଶୁତୋଷ ସାହୁ, ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଅଞ୍ଜନା ଖଣ୍ଡୁଆଳ,ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଟିମର ଡାକ୍ତର ସଚ୍ଚିଦାନନ୍ଦ ବିଷୋୟୀ, ଡାକ୍ତର ସୁକାନ୍ତ ପାତ୍ର,ମହିଳା ସୁପରଭାଇଯର,ସି ହେଚ ଓ, ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ମିଶନ ଇନ୍ଦ୍ର ଧନୁଷ ର ସଫଳତା ପାଇଁ ଉପାନ୍ତ ଅଞ୍ଚଳ ସହ ଗାଁ ଗହଳିରେ ରହିଯାଇଥିବା ସମସ୍ତ ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ଯେପରି ଟୀକାକରଣ କରାଯାଇ ପାରିବ ସେଥିପାଇଁ ସମସ୍ତେ ନିଜସ୍ଵ ସ୍ତରରେ ଉଦ୍ୟମ କରିବା ପାଇଁ ଡାକ୍ତର ଅଶୋକ ଆହ୍ବାନ ଦେଇଥିଲେ। ଧରାକୋଟ ବ୍ଲକ ରେ 90 ଗୋଟି କେନ୍ଦ୍ର ଖୋଲାଯିବ । ସମସ୍ତ ସବ ସେଣ୍ଟର ଓ ଟୀକା କରଣ କେନ୍ଦ୍ର କୁ ଏଥିପାଇଁ ପ୍ରସ୍ତୁତ କରାଯାଇଛି । ଚିହ୍ନଟ ମାନଙ୍କୁ ଆଶା ଓ ଅଙ୍ଗନୱାଡ଼ି କର୍ମୀ ମାନେ ଦୁଇଦିନ ପୂର୍ବରୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିବେ । ବି ଇ ଓ, ସି ଡି ପି ଓ ବିଭାଗ କର୍ମଚାରୀ ମାନେ ଏହାର ତଦାରଖ କରିବେ। ପରିବାର ସଦସ୍ୟ ମାନଙ୍କୁ ଟୀକା ଦନର ଲାଭ ବିଷୟରେ ସଚେତନ କରାଇବା ସହ ଏହି କାର୍ଯ୍ୟକ୍ରମ କୁ ସଫଳ କରାଇବା ପାଇଁ ଏଥିରେ ମତ ପ୍ରକାଶ ପାଇଥିଲା ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe