//BREAKING//
Loading...

ଆସିକା ବ୍ଲକ ରେ ଦୁଇ ଶିକ୍ଷକ ସଂଘ ଆୟୋଜନ କଲେ ଗୁରୁ ଦିବସ କାର୍ଯ୍ୟକ୍ରମ


ଆସିକା ବ୍ଲକ ରେ ଦୁଇ ଶିକ୍ଷକ ସଂଘ ଆୟୋଜନ କଲେ ଗୁରୁ ଦିବସ କାର୍ଯ୍ୟକ୍ରମ
ଆସିକା 05/09/ 23(ମନୋଜ କୁମାର ସାହୁ)ଭାରତୀୟ ପରମ୍ପରା ରେ ଗୁରୁ କେବଳ ଜଣେ ବ୍ୟକ୍ତି ନୁହନ୍ତି ବରଂ ଏକ ଶକ୍ତିର ଉତ୍ସ l ଜୀବନ ଗଢିବାର ଭଗବାନ l ଗୁରୁ ଙ୍କ ପ୍ରତ୍ୟେକ ଚିନ୍ତା ଓ ଚେତନା ରେ ପ୍ରକାଶ ଐଶ୍ୱରୀୟ ବିଭୁତି l ଗୁରୁ ଜଣେ ସାଧାରଣ ମଣିଷଟିଏ ହେଲେ ମଧ୍ୟ ଚଳନ୍ତି ଠାକୁର l ତେଣୁ ଆଜିର ଦିନରେ ପ୍ରାକ ଶିକ୍ଷା, ପ୍ରାଥମିକ ଶିକ୍ଷା, ଉଚ୍ଚ ମଧ୍ୟମିକ ଶିକ୍ଷା, ଉଚ୍ଚ ଶିକ୍ଷା, ମହାବିଦ୍ୟାଳୟ, ବିଶ୍ୱ ବିଦ୍ୟାଳୟ ମାନଙ୍କରେ ପାଳନ କରାଯାଏ ଏହି ପବିତ୍ର ଗୁରୁ ଦିବସ l ଏହି ଅବସରରେ ଆସିକା ବ୍ଲକ ରେ ଦୁଇ ଶିକ୍ଷକ ସଂଘ ଏକା ଦିନ ରେ ଦୁଇଟି ପୃଥକ ପୃଥକ ଭାବରେ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି l ପାଣ୍ଡିଆପଥର ଜୟ ଦୁର୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆସିକା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ଅବସର ପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସକର୍ଷଣ ତ୍ରିପାଠୀ, ସମ୍ପାଦକ ଅର୍ଜୁନ ନାହାକ, ଉପ ସଭାପତି କବିତା ମହାରଣା, , ଶିବ ରାମ ଗୌଡ଼ ବ୍ରଜ ମୋହନ ପାତ୍ର,ଅବନୀ ବେହେରା,ଜିଲ୍ଲା ସଦସ୍ୟ ସନ୍ତୋଷ ସେଠୀ, ଅବନୀ ପଟନାୟକ, ଭବାନୀ ଶଙ୍କର ପାତ୍ର, ସଭେନ୍ଦୁ ଶେଖର ଜେନା, ଜଗନ୍ନାଥ ଦାସ, ଅମିୟ ସିନ୍ଧୁ ମୁନି ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଆସିକା ହରି ହର ହାଇସ୍କୁଲ ଠାରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ରେ ସଭାପତି ସନ୍ତୋଷ ସେଠୀ, ସମ୍ପାଦକ ସରୋଜ କୁମାର ନାଏକ,ସନ୍ତୋଷ ବେହେରା, ରାମନାଥ ପଟନାୟକ ପ୍ରମୁଖ ନେତୃତ୍ୱ ରେ ଗୁରୁ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା l ଓଡିଶା ରାଜ୍ୟ ଅମଲା ସଂଘ ର ପୂର୍ଵତନ ସମ୍ପାଦକ ପ୍ରସନ୍ନ ତ୍ରିପାଠୀ,ଆସିକା ବ୍ଲକ ଅତରିକ୍ତ ଶିକ୍ଷା ଅଧିକାରୀ ଭାଗିରଥି ପାତ୍ର, ବିଭୁ ନନ୍ଦନ ପଣ୍ଡା, ବିଚିତ୍ର ବିହାରି ଦାସ, ସ୍ୱାମୀଜୀ ଗୁରୁ ଶରଣାନନ୍ଦ ସରସ୍ବତୀ ଗୁରୁଜୀ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ l ଏହି ଅଵସର ରେ ଉଭୟ ସଂଘ ରୁ 15 ଜଣ ବୟୋଜ୍ୟେଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସଂମାନ୍ନୀତ କରାଯାଇଥିଲା l ଆସିକା ବ୍ଲକ ର 13 ଗୋଟି କ୍ଳଷ୍ଟର ର ବହୁ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ l

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe