ଭବାନୀ ଶଙ୍କର ମଲ୍ଲିକ ହେଲେ ରାଜ୍ୟ ସରପଞ୍ଚ ସଂଘ ର ଦକ୍ଷିଣାଞ୍ଚଳ ଜୋନ ସଭାପତି
ଆସିକା ବ୍ଲକ କେନ୍ଦୁପଦର ପଂଚାୟତ ର ସରପଞ୍ଚ ଭାବନୀ ଶଙ୍କର ମଲ୍ଲିକ (ଟୁଟୁ ) ହେଲେ ଓଡ଼ିଆ ସରପଞ୍ଚ ସଂଘ ର ଦକ୍ଷିଣାଞ୍ଚଳ ଜୋନ ସଭାପତି l ରାଜ୍ୟ ସରପଞ୍ଚ ମହାସଂଘ ଓଡିଶା ପକ୍ଷରୁ ଭୁବେନେଶ୍ୱର ଠାରେ ସାରା ରାଜ୍ୟର ସରପଞ୍ଚ ମାନଙ୍କୁ ନେଇ ଏକ ବୈଠକ ଆୟୋଜିତ ହୋଇଥିଲା l ଏହି ବୈଠକ ରେ ଯୁବ ସମାଜ ସେବୀ ଟୁଟୁ ମଲ୍ଲିକ କୁ ସର୍ବ ସମତି କ୍ରମେ ଦକ୍ଷିଣlଞ୍ଚଳ ଜୋନ ଦାୟିତ୍ୱ ପ୍ରଦାନ କରିଛନ୍ତି l ସେ ପୂର୍ବ ରୁ ଗଞ୍ଜାମ ଜିଲ୍ଲାର ସରପଞ୍ଚ ସଂଘ ର ସଭାପତି ରହିଛନ୍ତି l ତାଙ୍କର ଯୁବ ନେତୃତ୍ୱ ଉପରେ ଭରସା ଏବଂ ବିଶ୍ୱାସ ରଖି ରାଜ୍ୟ ସରପଞ୍ଚ ସଂଘ ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି l ଗଞ୍ଜାମ, ଗଜପତି, ରାୟଗଡା, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗୀର, ଜିଲ୍ଲା କୁ ନେଇ ଏହି ଜୋନ କରାଯାଇଛି l ଓଡିଶା ସରପଞ୍ଚ ସଂଘ ର ଦକ୍ଷିଣlଞ୍ଚଳ ଜୋନ ସଭାପତି ହେବା ପରେ ଜିଲ୍ଲାର ଅନେକ ଶୁଭେଛୁ ଟୁଟୁ ମଲ୍ଲିକ କୁ ଶୁଭେଚ୍ଛା ଜଣାଇଛନ୍ତି l ପୂର୍ବତନ ବ୍ଲକ ଅଧକ୍ଷ କଳ୍ପନା ଭୋଳ, ସୂର୍ଯ୍ୟ କାନ୍ତ ପରିଡା, ହରେ କୃଷ୍ଣ ମଲ୍ଲିକ, ପୂର୍ଵତନ ଉପାଧ୍ୟାକ୍ଷା ସୁଜାତା ସ୍ୱାଇଁ, ଅନିମା ପରିଡା,ଟୁକୁନା ପରିଡା, ଭଜରାମ ସ୍ୱାଇଁ, ଭଗବାନ ପ୍ରଧାନ, ଅଜିତ ଚୌଧୁରୀ, ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି l ଦକ୍ଷିଣାଞ୍ଚଳ ର ନେତୃତ୍ୱ ନେବା ଆସିକା ଅଂଚଳ ପାଇଁ ଗୌରବ ର ବିଷୟ ବୋଲି ରାଜନୈତିକ ନେତୃ ମଣ୍ଡଳୀ କହିଛନ୍ତି l l