//BREAKING//
Loading...

ଆସିକା ରେ ସରକାରୀ ଅର୍ଥ ରାଶିକୁ ହେୟ ଜ୍ଞାନ କରି - ଠିକାଦାରଙ୍କ ଖୋଲା ଚ୍ୟାଲେଞ୍ଜ !


ଆସିକା ରେ ସରକାରୀ ଅର୍ଥ ରାଶିକୁ ହେୟ ଜ୍ଞାନ କରି - ଠିକାଦାରଙ୍କ ଖୋଲା ଚ୍ୟାଲେଞ୍ଜ !

 ଆସିକା ୫ -୯ଆସିକା ରେ ୫ ଟି ସଚିବ ଙ୍କୁ ବଦନାମ କରିବାକୁ ଠିକାଦାର ଙ୍କ ପ୍ରୟାସ - ବିଭାଗୀୟ ଅଧିକାରୀ ଚୁପ କାହିଁକି। ଆସିକା ଉପଖଣ୍ଡ ଚିକିତ୍ସାଳୟ ର ପୁନଃ ଉନ୍ନତି କରଣ ଯୋଜନା ରେ ଆମ ଡାକ୍ତର ଖାନା ୫ଟି ରୂପାନ୍ତରଣ ର କୋଠା ନିର୍ମାଣ କାର୍ଯ୍ୟ ଚାଲିଛି। ଗତ ଜୁନ ମାସ ୯ ତାରିଖ ରେ ଆସିକା ସାଂସଦ ଓ ବିଧାୟିକା ଭିତ୍ତିପ୍ରସ୍ତ ସ୍ଥାପନ କରିଥିଲେ।ଏହି କୋଠା ନିର୍ମାଣ ପାଇଁ ଆମ ଡ଼ାକ୍ତର ୫ ଟି ମାଧ୍ୟମରେ ୧ କୋଟି୬୩ ଲକ୍ଷ ଟଙ୍କାର ଅଟକଳ ରେ କାର୍ଯ୍ୟ ଚାଲିଛି। ସରକାରଙ୍କ ନିର୍ଦ୍ଧାରିତ ଓ ଚୁକ୍ତି ମୁତାବକ କାର୍ଯ୍ୟ ନ ହୋଇ ନିମ୍ନ ମାନର କାର୍ଯ୍ୟ ଚାଲିବା ସମ୍ପର୍କ ରେ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ହୋଇଥିଲା। ଖବର ପ୍ରକାଶ ପରେ ଆସିକା ବିଧୟିକା ମଞ୍ଜୁଳା ସ୍ୱାଇଁ ଚିକିତ୍ସାଳୟ କୁ ଯାଇ କାର୍ଯ୍ୟ ତଦାରଖ କରି ଫେରିଥଲେ। ୫ ଟି ସଚିବଙ୍କୁ ବଦନାମ କରିବାକୁ ଠିକାଦାର ନିମ୍ନ ମାନରକାମ କରୁଥିଲେ ମଧ୍ୟ ଠିକାଦାର- ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ପୂର୍ତ୍ତ ବିଭାଗ ଚୁପ ରହିବାକୁ ବାଧ୍ୟ ହେଉଛି ବୋଲି ଚାର୍ଚ୍ଚା ହେଉଛି। ୫ ଟି ସଚିବ ଙ୍କ ସାରା ରାଜ୍ୟରେ ଘନ ଘନ ଗସ୍ତକୁ ମନ୍ତ୍ର ଓ ବିଧାୟକଙ୍କ ଠାରୁ ଆରମ୍ଭ କରି ବିରୋଧୀ ଦଳ ମଧ୍ୟ ଅଣନିଶ୍ୱାସୀ ହୋଇ ଥିବା ବେଳେ ଏହି ଠିକାଦାର ମହାଶୟ ଏହି କାର୍ଯ୍ୟ କୁ ନିମ୍ନ ମାନର କରି ଖୋଲା ଚ୍ୟାଲେଞ୍ଜ ଦେଉଥିବା ଘଟଣା ଏବେ ହାଟରେ ପଡି ଦାଣ୍ଡରେ ଗଡୁଥିବା ଚାର୍ଚ୍ଚା ହେଉଛି।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe