//BREAKING//
Loading...

ଗୁରୁ ଦିବସରେ ଆସିକା ବିଗ୍ୟାନ ମହାବିଦ୍ୟାଳୟ ରେ ଗୁରୁମାନଙ୍କ କଳାବ୍ୟାଚ ପରିଧାନ


ଗୁରୁ ଦିବସରେ ଆସିକା ବିଗ୍ୟାନ ମହାବିଦ୍ୟାଳୟ ରେ ଗୁରୁମାନଙ୍କ କଳାବ୍ୟାଚ ପରିଧାନ

ଆସିକା5/09/23(ମନୋଜ କୁମାର ସାହୁ)-ଏସ୍ଏସ୍ ଅଧ୍ୟାପକଙ୍କ କଳା ବ୍ୟାଚ ପରିଧାନ ନିଷ୍ପତି ରାଜ୍ୟର ସମସ୍ତ ଏସ୍ଏସ୍ ଅଧ୍ୟାପକ ସେମାନଙ୍କ ଗ୍ରେଡ଼ ପେ ୪୬୦୦/- ରୁ ୫୪୦୦/- କୁ ପରିବର୍ତ୍ତନ ପାଇଁ
ଥୁବା ଦୀର୍ଘ ଦିନର ଦାବି ପୂରଣ ପାଇଁ କଳାବ୍ୟାଚ ପରିଧାନ କରିବାକୁ ନିଷ୍ପତି ନେଇଛନ୍ତି ।
ଓଡ଼ିଶା ଏସ୍ଏସ୍‌ ଅଧ୍ୟାପକ ସଂଘର ସଭାପତି ଶ୍ରୀ ସରୋଜକାନ୍ତ ନାୟକ କହିଛନ୍ତି ଯେ ଆମେ ମାନେ ଅଧ୍ୟାପକ ଭାବେ ସ୍ନାତକ ଶ୍ରେଣୀ ପାଇଁ ନିଯୁକ୍ତି ପାଇଥିଲେ ମଧ୍ୟ ଆମକୁ ସେହି ଅନୁସାରେ ଦରମା ମିଳୁନାହିଁ
। ଆମ ମାନ୍ୟବର ମୂଖ୍ୟମନ୍ତ୍ରୀ ଓ ୫ଟି ସଚିବ ୫ଟି ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ଅନେକ ଉନ୍ନତିମୂଳକ ପଦକ୍ଷେପ ଗ୍ରହଣ କରୁଥିଲା ବେଳେ ଆମେ ଦୀର୍ଘ ୮ ବର୍ଷ ଧରି ଆମ ଗ୍ରେଡ୍‌ ପେ କୁ ୪୬୦୦/- ରୁ ୫୪୦୦/-
ରେ ପରିବର୍ତ୍ତନ କରିବା ପାଇଁ ଦାବି ଉପସ୍ଥାପନ କରି ଆସୁଥିଲେ ମଧ୍ୟ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ପାଖରେ ଆମ ଦାବି ପହଂଚି ପାରିଲା ନାହିଁ। ଏ ସଂକ୍ରାନ୍ତରେ ଆମେ ଗତ ଅଗଷ୍ଟ ୩୧ ତାରିଖ ଦିନ ଏକ ସାମ୍ବାଦିକ
ସମ୍ମିଳନୀ କରି ସରକାରଙ୍କୁ ଅନୁରୋଧ କରିଥିଲୁ । ମାତ୍ର ଆମ ଦାବି ପୂରଣ ପାଇଁ ସରକାର ଏଯାବତ୍ କୌଣସି ପଦକ୍ଷେପ ଗ୍ରହଣ କରିଲେନାହିଁ। ତେଣୁ, ଆମେ ସମସ୍ତ ଏସ୍ଏସ୍ଏବି ଅଧ୍ୟାପକ ଆମର ଦୀର୍ଘ ୮ ବର୍ଷର ନ୍ୟାଯ୍ୟ ଦାବିକୁ ନ ଶୁଣା ଯିବାରୁ ପୂର୍ବ ନିଷ୍ପତି ଅନୁଯାୟୀ ଗୁରୁଦିବସ ଦିନ ଠାରୁ ରାଜ୍ୟବ୍ୟାପୀ କଳାବ୍ୟାଚ ପରିଧାନ କରି କାର୍ଯ୍ୟ କରିବୁ ।ସେ ଏହା ମଧ୍ୟ କହିଛନ୍ତି ଯେ
ଯଦି ଆଗାମୀ ୭ ଦିନ ମଧ୍ୟରେ ସରକାର ଅଧ୍ୟାପକଙ୍କ ଦାବି ପୂରଣ ନକରନ୍ତି ତେବେ ଅଧ୍ୟାପକ ମାନେ ଅନ୍ୟ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବାକୁ ବାଧ୍ୟ ହେବେ ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe