ଆସିକା (ମନୋଜ କୁମାର ସାହୁ): ଆଜାଦୀ କା ଅମୃତମହୋତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ
ଆହ୍ବାନକ୍ରମେ ଦେଶ ପାଇଁ ଜୀବନ ଦେଇଥିବା ସହିଦ୍ ଯବାନ୍ମାନଙ୍କୁ
ଶ୍ରଦ୍ଧାଞ୍ଜଳି ଦେବା ଲକ୍ଷ୍ୟରେ ବିଜେପି ପକ୍ଷରୁ ସାରା ଦେଶରେ ମୋ ମାଟି ମୋ ଦେଶ ଅଭିଯାନ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି ଘୁମୁସର ସାଙ୍ଗଠନିକ ଜିଲ୍ଲା ଅଧୀନ
ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର
ଆସିକା ନଗର ମଣ୍ଡଳ ପକ୍ଷରୁ ଏହି
କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏନ୍ଏସିର ୧୬ ନଂ ୱାର୍ଡର ଲଛମନପଲ୍ଲୀ
ଗ୍ରାମରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ବିଧାୟକ ଦେବରାଜ ମହାନ୍ତି, ବିଜେପି ଘୁମୁସର ସାଙ୍ଗଠନିକ ଜିଲ୍ଲାର ସଂପାଦକ ରବିନ୍ଦ୍ର ନାଥ ପୋଲାଇ, କାଉନସିଲର ସରୋଜ କୁମାର ଭଞ୍ଜ ଓ ରାଘବ ସିୟ, ବିଜେପି ନେତା ଖୋକନ୍
ରାଓ, ବାବୁ ଆଚାରୀ, ରମେଶ ରାଉତଙ୍କ
ସମେତ ବହୁ ଦଳୀୟ ନେତା ଓ କର୍ମୀ ଘରକୁ ଘର ଯାଇ ଅମୃତ କଳସରେ ମାଟି ସଂଗ୍ରହ କରିଥିଲେ। ସହିଦ୍ ଯବାନ୍ଙ୍କ ସ୍ମୃତି ଉଦ୍ଦେଶ୍ୟରେ ରାଜଧାନୀ ଦିଲ୍ଲୀରେ ଏକ ଭବ୍ୟ ଅମୃତ ବାଟିକା ନିର୍ମାଣ କରାଯିବାର ବ୍ୟବସ୍ଥା କରାଯାଉଛି।ଜୀବନର ପ୍ରତ୍ୟେକ ମୁହୂର୍ଭ, ପ୍ରତ୍ୟେକ ସମୟ ଦେଶ ପାଇଁ ସମର୍ପଣ ହିଁ ସ୍ଵତନ୍ତ୍ରତା ପାଇଁ ବଳିଦାନ ଦେଇଥିବା ବୀର ଯବାନ୍ଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ବିଜେପି ଘୁମୁସର ସାଙ୍ଗଠନିକ ଜିଲ୍ଲାର ସଂପାଦକ ରବିନ୍ଦ୍ର ନାଥ ପୋଲାଇ କହିଥିଲେ।