..
ଧରାକୋଟ,11/9/23(ମନୋଜ କୁମାର ସାହୁ)ଧରାକୋଟ ଥାନାରେ କାର୍ଯ୍ୟରତ ଥାନା ଅଧିକାରୀ ମମତା ସାମନ୍ତରାୟ ଙ୍କ ଏଠାରୁ ଢେଙ୍କାନାଳ ଜିଲ୍ଲା କୁ ବଦଳି ହେବାପରେ ଆଜି ଥାନା ପରିସରରେ ଏକ ବିଦାୟ କାଳୀନ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଉମା ଶଙ୍କର ସିଂହ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ,ସୋରଡା ଥାନା ଅଧିକାରୀ ଅନିଲ କୁମାର ପରିଡ଼ା,ଆସିକା ଥାନା ଅଧିକାରୀ ସ୍ୱରୂପ କିଶନ, ବଡଗଡ ଥାନା ଭାରପ୍ରାପ୍ତ ଅଧିକାରୀ ଅମର ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇ ଉପସ୍ଥିତ ବିଦାୟୀ ଆଇ ଆଇ ସି ଙ୍କ କାର୍ଯ୍ଯ ଶୈଳୀ,ସାଧାରଣ ଜନତା ଙ୍କ ସହ ସୁ ସମ୍ପର୍କ ଓ ତ୍ୱରିତ ପଦକ୍ଷେପ ର ପ୍ରଶଂସା କରିଥିଲେ। ଧରାକୋଟ ଥାନାର ଭାରପ୍ରାପ୍ତ ଅଧିକାରୀ ବାଲ୍ମିକୀ ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଏ ଏସ ଆଇ ଅଭିମନ୍ୟୁ ପାଣ୍ଡେ ଏଥିରେ ସଂଯୋଜନା କରିଥିଲେ।