ଆସିକା 24/09/23(ମନୋଜ କୁମାର ସାହୁ)ଗଞ୍ଜାମ ଜିଲ୍ଲା ହେଉଛି କୃଷି ପ୍ରାଧନୀ ଦେଶ l ଆସିକା ବ୍ଲକ ରେ ଶତକଡା 75% ଲୋକ କୃଷି ଉପରେ ନିର୍ଭର କରି ଗୁଜୁରାଣ ମେଣ୍ଟାଉଛନ୍ତି l ଏହି ବ୍ଲକ ରେ ଭାଗ ଚାଷୀ 11 ହଜାର ରୁ ଉର୍ଦ୍ଧ ରହିଥିବା ବେଳେ 27 ହାଜର ଚାଷୀ ନିଜେ ଚାଷ କାର୍ଯ୍ୟ କରୁଛନ୍ତି l ମୋଟ 38 ହାଜର ରୁ ଉର୍ଦ୍ଧ ଲୋକେ ପ୍ରାୟ 07 ହଜାର ହେକ୍ଟର ଚାଷ ଜମି ରେ ଖରିପ ଋତୁ ରେ( ଧାନ ଚାଷ )କରୁଥିବା ବେଳେ 10 ହଜାର ହେକ୍ଟର ରେ (ଅଣଧାନ ଚାଷ) ରବି ଫସଲ କରିଥାନ୍ତି l ରାଜ୍ୟ ଓ କେନ୍ଦ୍ର ସରକାର କୃଷି ଓ କୃଷକ ମାନଙ୍କ ପାଇଁ ଅନେକ ଯୋଜନା କରିଛନ୍ତି l ଗ୍ରାମଞ୍ଚଳ ର ଚାଷୀ ଉଚ୍ଚଶିକ୍ଷିତ ନଥିବା କାରଣରୁ କିମ୍ବା ପୂର୍ବ ଭଳି ଘର ପାଖରେ କୃଷି ସୂଚନା ପହଁଚି ନପାରିବା କାରଣ ରୁ ଅନେକ ଯୋଜନା ରେ ଅଂଜ୍ଞ ହୋଇ ରହିଯାଉଛି l ରାଜ୍ୟ ସରକାର ଙ୍କ କୃଷି ଓ କୃଷକ ବିଭାଗ ପକ୍ଷରୁ କୃଷକ ମାନେ କିଭକି ବୁଣିବା ଶୈଳୀ ଫସଲ ର ସୁରକ୍ଷା, ମୃତ୍ତିକା ଉର୍ବରତା ସମ୍ବନ୍ଧୀୟ ଗୁରୁତ୍ୱପୁର୍ଣ ସୂଚନା, କୃଷି ଉତ୍ପାଦନରେ ଉନ୍ନତି ଆଣିବାରେ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟାରେ କୃଷି ସହ ସାମିଲ କରିବା ଦିଗରେ ଅନେକ ପଦକ୍ଷେପ ନେଇଛନ୍ତି l ହେଲେ ଏସବୁ କୃଷକ ପାଇଁ ସାତ ସପନ ହୋଇଥିବା ଶୁଣିବାକୁ ମିଳୁଛି l ସରକାର ଙ୍କ କାଳିଆ ଯୋଜନା, ବଳରାମ ଯୋଜନା, ପଶୁପାଳନ ବିକାଶ ଯୋଜନା, କୃଷକ ମାନଙ୍କ ପାଇଁ ଜମା ରଖିବା ସୁବିଧା,ଫସଲ ବୀମା ଯୋଜନା, ଦୁଗ୍ଧ କ୍ଷେତ୍ର ପାଇଁ ଆଗ୍ରହୀ ଚାଷୀ ପାଇଁ ଯୋଜନା, କିସାନ କ୍ରେଡିଟ କାର୍ଡ, କୃଷି ଉଦ୍ୟାନ ଯୋଜନା, ମିଶନ ଅମୃତ ସରୋବର ଯୋଜନା, ଜାତୀୟ ମହୁ ମାଛି ଓ ମହୁଚାଷ ମିଶନ, ଜାତୀୟ ଖାଇବା ତେଲ ମିଶନ, ପ୍ରଧାନମନ୍ତ୍ରୀ କୃଷକ ମାନ ଧନ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ସମ ନିଧି ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା, ପ୍ରାଥମିକ କୃଷି କ୍ରେଡିଟ ସମିତି ରେ ସାମିଲ, କୃଷକ ମାନଙ୍କ ନିମନ୍ତେ ଆସୁଥିବା ସ୍ୱତନ୍ତ୍ର ପ୍ୟାକେଜ, କୃଷି କାର୍ଯ୍ୟ ପାଇଁ ନୂତନ ଜ୍ଞାନ କୌଶଳ ଉପରେ କୃଷକ କୁ ଦକ୍ଷତା ବୃଦ୍ଧି, ଚାଷ ର ଆମଦାନୀ, ରପ୍ତାନି, ବୀମା, କୃଷି ଉଦ୍ୟୋଗ, କୃଷି କ୍ଷେତ୍ରରେ ଭଲ ଅଭ୍ୟାସ ରେ ଚାଷ କାର୍ଯ୍ୟ କରିବା, କେଉଁ ସମୟରେ ଫସଲ ଉତ୍ପାଦନ କରିବା, ମାଛ ଚାଷ ର ପ୍ରଣାଳୀ, ବନ୍ୟଜାତ ଦ୍ରବ୍ୟ ର ଉତ୍ପାଦନ ଓ ବିକ୍ରି, ପଶୁପାଳନ, ବଜାର ବ୍ୟବସ୍ତା, କୁକୁଡ଼ା ପାଳନ, ଏବଂ ମହିଳା କୃଷକ ପାଇଁ ସରକାର ଙ୍କ ଯୋଜନା ଉପରେ ଗାଁ ଗାଁ ରେ କୃଷି ବିଭାଗ ର କର୍ମଚାରୀ ପହଂଚି ସଚେତନତା କରାଇବା ବ୍ୟବସ୍ତା ରହିଥିଲେ ମଧ୍ୟ ମାନବସମ୍ବଳ ଅଭାବ ସକାଶେ ଚାଷୀ ଙ୍କ ପାଖରେ ପହଂଚି ପାରୁନି ଚାଷର ସୂଚନା l ଅପରପକ୍ଷେ କୃଷି ବିଭାଗ , ଉଦ୍ୟାନ ବିଭାଗ, ପଶୁ ବିଭାଗ, ମସ୍ୟ ବିଭାଗ, ବନ ବିଭାଗ ଓ ମୃତ୍ତିକା ବିଭାଗ ର ସମନ୍ୱୟ ଅଭାବ ରୁ ଚାଷୀ ପାଖରେ ସରକାରୀ ଯୋଜନା ଅପହଞ୍ଚ ରେ ରହିଛି l ଆସିକା କୃଷି କାର୍ଯ୍ୟାଳୟ ରେ ବ୍ଲକ କୃଷି ଅଧିକାରୀ, ସହକାରୀ କୃଷି ଅଧିକାରି, କୃଷି ଅଧୀଦର୍ଶକ, କୃଷକ ସାଥି, କୃଷି ମିତ୍ର ଭଳି ଅନେକ କର୍ମଚାରୀ ରହିଥିଲେ ହେଁ ସବୁ ଯୋଜନା ଗୁଡିକ କୃଷକ ପାଖରେ ପହଁଚି ପାରୁନାହିଁ l ଏ ସମ୍ପର୍କରେ ଆସିକା ବ୍ଲକ କୃଷି ଅଧିକାରୀ ବାସୁଦେବ ସାହୁ ଙ୍କୁ ପଚାରିବାରୁ ଆସିକା ର 27 ପଂଚାୟତ ନିମନ୍ତେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବା ବେଳେ ସମସ୍ତ ପଂଚାୟତ ପାଇଁ ଏତେ ସଂଖ୍ୟକ ଯୋଜନା ଆମକୁ ପ୍ରଦାନ କରାଯାଇ ନାହିଁ l ଜିଲ୍ଲା ରୁ ଅଧିକ ପରିମାଣ ର ଯୋଜନା ଏବଂ କର୍ମଚାରୀ ଦେଲେ ଚାଷୀ ପାଖରେ ପହଂଚି ଯୋଜନା କାର୍ଯ୍ୟକାରୀ କରିବା ଅସୁବିଧା ହେବ ନାହିଁ ବୋଲି ପ୍ରକାଶ କରିଛନ୍ତି l