//BREAKING//
Loading...

କୃଷି, କୃଷକ,ପଶୁଜନ୍ତୁ ମାନଙ୍କ ରୋଗମୁକୁ ନିମନ୍ତେ ନଳ ଯାତ୍ରା


ଆସିକା, (ମନୋଜ କୁମାର ସାହୁ)
ସାମ୍ପ୍ରତିକ ପରିସ୍ଥିତି ରେ କୃଷି, କୃଷକ ଏବଂ ପଶୁଜନ୍ତୁ ମାନଙ୍କ ମଙ୍ଗଳ ବିଧାନ ନିମନ୍ତେ ଚାଲିଛି ନାଳଯାତ୍ରା | ଏହି ନଳଯାତ୍ରା ଆସିକା ବ୍ଲକ ର ନିମିନା ଗ୍ରାମରେ ଦେଖିବାକୁ ମିଳିଛି I ଗ୍ରାମବାସୀ ପକ୍ଷରୁ ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଶନିବାର ଦିନ ଗ୍ରାମବାସୀ ପକ୍ଷରୁ ସକାଳୁ ସକାଳୁ ଗ୍ରାମଦେବୀ, ରଙ୍ଗଚାଟିଆ ପାହାଡ଼ ଶିଖର ରେ ଥୁବା ଶ୍ରୀ ଶ୍ରୀ ମା ବନଦୁର୍ଗା, ପାଦଦେଶ ରେ ଥିବା ଶ୍ରୀ ଶ୍ରୀ ମା କନ୍ଧୁଣି ଦେବୀ, ଏବଂ ନିମିନା ଗ୍ରାମର ଶ୍ରୀ ଶ୍ରୀ ମା ରହେଶ୍ବରୀ ତିନି ଭଉଣୀ ମାନଙ୍କ ଏକତ୍ରିତ କରିବା।ପୂର୍ବରୁ ଗ୍ରାମରେ ଶାନ୍ତି ହୋମ, ପୂଜା ଅର୍ଚନା, ପରେ ତିନି ଗୋଟି ନଳ ରେ
ତିନି ଦେବୀଙ୍କ ଆଜ୍ଞାମାଳ ଆସେ I ଗ୍ରାମ ଭ୍ରମଣ, ଗ୍ରାମର ସ୍ଥାନେ ସ୍ଥାନେ ପୂଜାଅର୍ଚନା ହୁଏ I ସନ୍ଧ୍ୟା ସମୟରେ ପୁଣି ତିନି ଭଉଣୀ କୁ ଏକାଠି ହେଲା ସମୟରେ ରେ କୃଷିର ଉନ୍ନତି,କୃଷକର ସୁସ୍ଥତା ପଶୁଜନ୍ତୁ ର
ରୋଗମୁକ୍ତ ନିମନ୍ତେ ମାନସିକ କରନ୍ତି । ଏହି କାର୍ଯ୍ୟକ୍ରମ ରେ ନଳ ଧାରଣ
କରିଥିଲେ ଭଗବାନ ଚର୍ଛି, ଅରୁଣ ଚର୍ଚ୍ଚି, ପଞ୍ଚୁ ପ୍ରଧାନ, ସରପଞ୍ଚ ବିଦ୍ୟାନ୍ତ
ଚର୍ଚ୍ଚି, ସମିତିସଭ୍ୟ ଶଶାଙ୍କ ଚର୍ଚ୍ଚି, ବିଚିତ୍ର ଦଳାଇ, ଭାସ୍କର ଚର୍ଚ୍ଚି, ବଟକୃଷ୍ଣ
ଚର୍ଚ୍ଚି, ଗୋପୀ ନାହାକ, ଦଣ୍ଡ ପାଣି ଦଳାଇନଳ ଭୁକ୍ତା – ଅରୁଣ ଚର୍ଚ୍ଚି
ଭଗବାନ ଚର୍ଜୀ,ବଟକୃଷ୍ଣ ଚର୍ଚିବାହାନ ନାହାକ,ନରି ଦଳାଇ ପ୍ରତାପ
ବିଷୋୟୀ,ରମେଶ ନାହାକ ଭାସ୍କର ପ୍ରଧାନ,ରମାକାନ୍ତ ଚର୍ତି ପ୍ରମୁଖ
ସହଯୋଗ କରିଥିଲେ ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe