ଯୋଡ଼ା, ୦୯/୧୦(sangharsatb) କେନ୍ଦୁଝର ଜିଲ୍ଲା ଯୋଡ଼ା ଟାଟା ଷ୍ଟିଲ ଦ୍ବାରା ଗ୍ରାମୀଣ ଗୋଷ୍ଠୀ ସମୁଦାୟ ସମ୍ମୁଖୀନ ହେଉଥିବା ସ୍ୱାସ୍ଥ୍ୟ ଓ ପୋଷଣ ସମସ୍ୟାର ସ୍ଥାୟୀ ସମାଧାନ ସ୍ୱରୁପ କିଚେନ୍ ଗାର୍ଡେନ ପାଇଁ ଗୁଆଳି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବରପଦା ଗ୍ରାମ କୁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍ଏଫ୍) ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ଗ୍ରାମର ପ୍ରାୟ ୧୫୦ ଜଣ ହିତାଧିକାରୀଙ୍କୁ ନିଜସ୍ୱ ରୋଷେଇ ବଗିଚା ଆରମ୍ଭ କରିବା ପାଇଁ ଆବଶ୍ୟକ ସମ୍ବଳ ମଧ୍ୟ ଯୋଗାଇ ଦିଆଯାଇଛି ।ଏହି ଅଂଚଳର ଅଧିକାଂଶ ଚାଷୀ ପନିପରିବା ଚାଷ ପାଇଁ ରାସାୟନିକ ସାର ବ୍ୟବହାର କରୁଥିବାରୁ ଗୋଷ୍ଠୀ ସମୁଦାୟ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛି । ଏହି ପନିପରିବାରେ ଥିବା ବିଷାକ୍ତ ପଦାର୍ଥ ଶିଶୁ, କିଶୋର ଏବଂ ବିଶେଷ କରି ଗର୍ଭବତୀ ମା'ମାନଙ୍କ ସ୍ୱାସ୍ଥ୍ୟକୁ ଗୁରୁତର ଭାବେ ପ୍ରଭାବିତ କରୁଛି ।କିଚେନ୍ ଗାର୍ଡେନ ଏହି ସମସ୍ୟାର ଏକ ସରଳ ଏବଂ ପ୍ରଭାବଶାଳୀ ସମାଧାନ ଅଟେ ।
୧୦୦% ଜୈବିକ, ସତେଜ ଏବଂ ସୁସ୍ଥକର ପନିପରିବା ଚାଷ କରି ଗ୍ରାମୀଣ ଗୋଷ୍ଠୀ ସମୁଦାୟ ସେମାନଙ୍କ ପରିବାର ପାଇଁ ସୁରକ୍ଷିତ ଓ ପୁଷ୍ଟିକର ଖାଦ୍ୟ ସୁନିଶ୍ଚିତ କରିପାରିବେ । ଖଣି ପ୍ରଭାବିତ ଅଂଚଳରେ ରୋଷେଇ ବଗିଚାକୁ ପ୍ରଭାବଶାଳୀ ଢଙ୍ଗରେ ପ୍ରୋତ୍ସାହିତ କରିବା ପାଇଁ ଆଦିବାସୀ ସଶକ୍ତୀକରଣ ଓ ଜୀବିକା କାର୍ଯ୍ୟକ୍ରମ (ଓଟିଇଏଲପି) ନିରନ୍ତର ସହାୟତା ପ୍ରଦାନ କରୁଛି ।ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ସବୁ ଗାଁରେ ଶିଶୁ, କିଶୋର ଏବଂ ଗର୍ଭବତୀ ମା'ମାନଙ୍କ ମଧ୍ୟରେ ଅପପୁଷ୍ଟି ସମସ୍ୟାର ସମାଧାନ କରିବା । ଓଟିଇଏଲପି ସହାୟତାରେ ଗ୍ରାମୀଣ ଗୋଷ୍ଠୀ ସମୁଦାୟ ଏବେ ନିଜର ଆବଶ୍ୟକତା ଅନୁଯାୟୀ ପନିପରିବା ଚାଷ କରି ନିଜ ସ୍ୱାସ୍ଥ୍ୟ ଓ କଲ୍ୟାଣ ଉପରେ ନିୟନ୍ତ୍ରଣ ହାସଲ କରିପାରିବେ । ବରପଦା ଗ୍ରାମର ଗୋଷ୍ଠୀ ସମୁଦାୟର ସାମଗ୍ରିକ ସ୍ୱାସ୍ଥ୍ୟ ଓ ପୋଷଣରେ ଉନ୍ନତି ଆଣିବା ଦିଗରେ ଏହି କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଥିଲାବେଳେ ଅନ୍ୟ ଗ୍ରାମାଂଚଳରେ ମଧ୍ୟ ଦୀର୍ଘସ୍ଥାୟୀ ବିକାଶ ପାଇଁ ଏକ ମଡେଲ ଭାବେ କାର୍ଯ୍ୟ କରୁଛି ।