ଆଜିର ଏହି ପରୀକ୍ଷା ରେ ମୋଟ 111 ଜଣ ବିଦ୍ୟlର୍ଥୀ ମଧ୍ୟରୁ ଛଅ ଜଣ ଅନୁପସ୍ଥିତ ରହି ମୋଟ 105 ଜଣ ଉପସ୍ଥିତ ରହିଥିଲେ l ଆସିକା ବ୍ଲକ ଏବଂ ଏନଏସି ର ପ୍ରାୟ 100 ସ୍କୁଲ ରୁ ଛାତ୍ର ଛାତ୍ରୀ ଏହି ପରୀକ୍ଷା ପାଇଁ ମନୋନୀତ ହୋଇଥିଲେ l ଏହି ପରୀକ୍ଷା କେନ୍ଦ୍ର କୁ ପର୍ଯ୍ୟବେକ୍ଷକ ଭାବେ ଆସିକା ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁନ ରାଣୀ ମାହାନ୍ତି,ଏବିଇଓ ବିଭୁନନ୍ଦନ ପଣ୍ଡା ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ପରୀକ୍ଷା କେନ୍ଦ୍ର ରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଜଲି ମହାପାତ୍ର ତତ୍ୱାବଧାନରେ କରିଥିବା ବେଳେ ନମିତା ପାଣି, ଵାଣିଶ୍ରୀ ପଣ୍ଡା, ପଦ୍ମlବତୀ ଦୋରା, ରଶ୍ମିତା ପାତ୍ର, ଇନ୍ଦିରା ଦାଶ, ପି ରୋଜା ପ୍ରମୁଖ ପରୀକ୍ଷା ପରିଚାଳନା କରିଥିଲେ l ଏହି ପରୀକ୍ଷା ରେ ଉତୀର୍ଣ୍ଣ ଛାତ୍ର ଛାତ୍ରୀ ମାନଙ୍କୁ 200 ଟଙ୍କା ପ୍ରତ୍ୟେକ ମାସରେ 2 ବର୍ଷ ପର୍ଯ୍ୟନ୍ତ ମିଳିବl ନିୟମ ରହିଛି l