//BREAKING//
Loading...

କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ପଞ୍ଚାୟତ ପ୍ରତିନିଧି ଙ୍କୁ ଅଣଦେଖା


 

ଆସିକା 10/10/23(sangharsatv)ସମଗ୍ର ଶିକ୍ଷା ନିର୍ଦ୍ଦେଶକ୍ରମେ ଆସିକା ବ୍ଲକର 13 ଗୋଟି କ୍ଲଷ୍ଟର ରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କିନ୍ତୁ ପଂଚାୟତ ପ୍ରତିନିଧି ମାନଙ୍କୁ ଏଥିରେ ନିମନ୍ତ୍ରଣ ନଥିବା ହେତୁ ଉଦବେଗ ପ୍ରକାଶ ପାଇଛି l ପଂଚାୟତ ପୁସ୍ତିକାର 73 ତମ ସମ୍ବିଧାନ ସଂଶୋଧନ ନିୟମ ଆଧାରରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳ ପରିମଳ, କୃଷି, ପଶୁସମ୍ପଦ ବିଭାଗ ଯେ କୌଣସି କାର୍ଯ୍ୟ କଲେ ପଂଚାୟତ ପ୍ରତିନିଧି କୁ ଜଣାଇବା ବ୍ୟବସ୍ତା ରହିଥିଲେ ମଧ୍ୟ ସୁରଭି କାର୍ଯ୍ୟକ୍ରମ ରେ ସେମାନଙ୍କୁ ଆମନ୍ତ୍ରଣ ନକରିବା ଦୁଭାଗ୍ୟଜନକ ବୋଲି ଜିଲ୍ଲା ପରିଷଦ ସଦସ୍ୟ ଡି ମନୋଜ କୁମାର ଦୋରା ମତ ପ୍ରକାଶ କରିଛନ୍ତି l ଶିକ୍ଷା ବିଭାଗ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା, ପୋଷାକ ବଣ୍ଟନ, କିମ୍ବା କୌଣସି କାର୍ଯ୍ୟକ୍ରମ ରେ ସୂଚନା ଦିଅନ୍ତି ନାହିଁ ବୋଲି ଅନେକ ଜନ ପ୍ରତିନିଧି ଗତ ସମିତି ବୈଠକ ରେ ଦୃଷ୍ଟି ଆକର୍ଷଣ କରିଥିଲେ l ଆସିକା ବ୍ଲକ ଶିକ୍ଷା କାର୍ଯ୍ୟଳୟ ଅଧୀନରେ ଥିବା କାଳଷଣ୍ଡପୁର, ନଳବଣ୍ଟା,ଭେଟନଇ, ବଡଖୋଲି, କେନ୍ଦୁପଦର, ନିମିନା, ଦେବଭୂମି, ବାଲିସିରା, ଖାରିଆ, ହରିଡ଼ାପଦର, ବାବନପୁର,ଇତ୍ୟାଦି କ୍ଲଷ୍ଟର ରେ ସୁରଭି କାର୍ଯ୍ୟକ୍ରମ ଅତି ଆନନ୍ଦ ଉଲ୍ଲାସ ରେ ଅନୁଷ୍ଠିତ ହୋଇଥିଲା l କେତେକ କ୍ଲଷ୍ଟର ରେ ଅତିଥି ରୂପେ ବ୍ଲକ ଶିକ୍ଷା ଅଧିକାରୀ ମୁନରାଣୀ ମାହାନ୍ତି, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ  ବିଭୁ ନନ୍ଦନ ପଣ୍ଡା ଓ ଭାଗିରଥୀ ପାତ୍ର,ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ l କ୍ଲଷ୍ଟର ର ଅଂଞ୍ଚଳିକ ସଂଯୋଜକ ଶୁଭେନ୍ଦୁ ଶେଖର ଜେନା, ବଂଶୀଧର ପରିଡା, ନିରଞ୍ଜନ ପରିଡା, ସତ୍ୟନାରାୟଣ ସେଠୀ, ମନୋରଞ୍ଜନ ପାଢ଼ୀ, କାଳୁ ଚରଣ ଲେଙ୍କା, ଜଗନ୍ନାଥ ଦାଶ, ପ୍ରମୁଖ ଯୋଗ ଦେଇଥିଲେ l


ପ୍ରଧାନଶିକ୍ଷକ ଅଶୋକ ଦାଶ, ହାଡୁବନ୍ଧୁ ମହାରଣା, ସ୍ନେହଲତା ସେଠୀ, ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରତିଯୋଗୀତା ରେ ଅଂଶଗ୍ରହଣ କରିବା ପାଇଁ ଉତ୍ସାହିତ କରିଥିଲେ । ପ୍ରତ୍ୟେକ କ୍ଲଷ୍ଟର ରେ ସି ଆର ସି ସି  କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ କ୍ଲଷ୍ଟର ସ୍ତରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏଥିରେ ସହଯୋଗ ପ୍ରଦାନ କରିଥିଲେ। ଆସିକା ବ୍ଲକର 13 ଗୋଟି କ୍ଲଷ୍ଟର ରେ 135 ଗୋଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,35 ଗୋଟି ଉଚ୍ଚ ବିଦ୍ୟାଳୟ ଓ  ଗୋଟିଏ ଓ ଏ ଭି ର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ରହିଥିବା ଲୁକାୟିତ ପ୍ରତିଭାକୁ ପରିପ୍ରକାଶ ନିମନ୍ତେ ସୁରଭି କାର୍ଯ୍ୟକ୍ରମ ମାଧ୍ୟମରେ ନୃତ୍ୟ,ଚିତ୍ର, କୁଇଜ, ସୃଜନଶିଳ ଲେଖନ,ବିତର୍କ,ପ୍ରବନ୍ଧ, ବତ୍କୃତା,ଓଡ଼ିଆ ହସ୍ତାକ୍ଷର,ସୃତି ଲିଖନ,ମଧ୍ୟାହ୍ନ ଭୋଜନ ସଂପର୍କୀତ ଚିତ୍ରକଳା,ଶିଳ୍ପ କଳା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଅନ୍ୟ ପକ୍ଷରେ ମିଲଟ ମିଶନ ସମ୍ବନ୍ଧୀୟ କୁଇଜ, ବତ୍କୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କ୍ଲଷ୍ଟର ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନେ ଆଗାମୀ ଦିନରେ ହେବାକୁ ଥିବା ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିବେ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe