ଆସିକା 10/10/23(sangharsatv)ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର କେତେକ ଭୋଟ ଦାନ କେନ୍ଦ୍ରକୁ ବୁଲି ଦେଖିଲେ ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ l କିଛି କେନ୍ଦ୍ରରେ ଫାଇଭ- ଟି ସ୍କୁଲ ହେବା ଯୋଗୁଁ ବା ଲୋକ ମାନଙ୍କ ଦୂରତା କୁ କମାଇବା ହେଉ କିମ୍ବା କୌଣସି କାରଣ ବଶତଃ 09 ଗୋଟି ଭୋଟ ଦାନ କେନ୍ଦ୍ର କୁ ସାମାନ୍ୟ ପରିବର୍ତ୍ତନ ଏବଂ 03 ଗୋଟି କେନ୍ଦ୍ରର ଭୋଟରଙ୍କ ଅଦଳବଦଳ ପାଇଁ ଏକ ପ୍ରସ୍ତାବ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପାଖକୁ ପ୍ରେରଣ କରାଯାଇଥିଲା l ବୁଥ ନମ୍ବର 60 କିଶୋର ଚନ୍ଦ୍ର ପୁର ବିଦ୍ୟାଳୟ ବନ୍ଦ ହେବା ଯୋଗୁଁ ସୁଦର୍ଶନ ହାଇସ୍କୁଲ କିଶୋର ଚନ୍ଦ୍ର ପଲ୍ଲି,ବୁଥ ନମ୍ବର 66 ମଙ୍ଗଳପୁର ପିପି ଏସ, ବୁଥ ନମ୍ବର 87 ବାବନପୁର ବାଳିକା ବିଦ୍ୟାଳୟ,ବୁଥ ନମ୍ବର 152 ହରିହର ହାଇସ୍କୁଲ ରୁ ଖମ୍ବେଶ୍ବରୀ ପାଟଣା ପ୍ରାଥମିକ ବିଦ୍ୟାଳୟ,ବୁଥ ନମ୍ବର 155 ଖମ୍ବେଶ୍ବରୀ ପାଟଣା ପ୍ରାଥମିକ ବିଦ୍ୟାଳୟ ରୁ ବାଳିକା ଉଚ୍ଚ ବିଦ୍ୟାଳୟ,ବୁଥ ନମ୍ବର 163 ହାଟପଦା ଏକ୍ସ ବୋର୍ଡ ସ୍କୁଲ ରୁ ବସଷ୍ଟାଣ୍ଡ ପ୍ରାଥମିକ ବିଦ୍ୟାଳୟ,ବୁଥ ନମ୍ବର 165 ଲାଲାଶାସନ ପ୍ରାଥମିକ ବିଦ୍ୟାଳୟ ଏନଏସି ହାଇସ୍କୁଲ ରେ ମିଶିବା ଫଳରେ ସରକାରୀ ଏନ ଏ ସି ଉଚ୍ଚ ବିଦ୍ୟାଳୟ ନାମ ରେ ଭୋଟ ଦାନ କେନ୍ଦ୍ର ଗୁଡିକୁ ଅତିରିକ୍ତ ଜିଲ୍ଲା ପାଳ ବୁଲି ଦେଖିଲେ l ଏଥି ସହିତ କାମାଗଡ଼, ସାମନ୍ତରାପଲ୍ଲୀ, ବାଲିସିରା ବୁଥ ର କିଛି ଭୋଟ ଅଦଳ ବଦଳ ହୋଇଥିବା କେନ୍ଦ୍ର ବୁଲି ଦେଖିଲେ l ଆସିକା ନିର୍ବାଚନ ମଣ୍ଡଳୀର ମୋଟ 209 ଭୋଟ ଦାନ କେନ୍ଦ୍ର ମଧ୍ୟରୁ ଆସିକା ବ୍ଲକ 27 ପଂଚାୟତ ର 149 କେନ୍ଦ୍ର ରେ ଭୋଟର ମାନେ ନିଜ ନିଜର ଭୋଟ ସାବ୍ୟସ୍ତ କରନ୍ତି l ଅତିରିକ୍ତ ଜିଲ୍ଲାପାଳ ଙ୍କ ସହ ତହସିଲଦାର ସଂଜୟ କୁମାର ସାମନ୍ତରାୟ, ଏବିଇଓ ବିଭୁ ନନ୍ଦନ ପଣ୍ଡା,ଆସିକା ବ୍ଲକ ର ଏକ୍ସ ସିଆରସିସି ରାମନାଥ ପଟନାୟକ, ଭଞ୍ଜନଗର ଉପ ଜିଲ୍ଲାପାଳ ଙ୍କ ବରିଷ୍ଠ କିରାଣୀ ମୁକ୍ତିପଦ ନାଏକ, ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ ପ୍ରମୁଖ ଉପସ୍ଥିତ ଥିଲେ l