//BREAKING//
Loading...

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଫୁଟବଲ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

 


 


ଯୋଡ଼ା, ଅକ୍ଟୋବର ୧୧/୧୦(sangharsatv ) କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ କେନ୍ଦୁଝର ଜିଲ୍ଲା ସୀମାନ୍ତବର୍ତ୍ତୀ କଳମଙ୍ଗ ଏବଂ ଗନ୍ଧଲପଦା ଅଂଚଳର ଯୁବପିଢି ମାନଙ୍କ ଲାଗି ଫୁଟବଲ ପ୍ରଶିକ୍ଷଣର ଆରମ୍ଭ କରାଯାଇଛି, ଯାହାର ଲକ୍ଷ୍ୟ ହେଉଛି ସେମାନଙ୍କ ସାମଗ୍ରିକ ବିକାଶକୁ ସୁଦୃଢ଼ କରିବା । ଗତ ସେପ୍ଟେମ୍ବର ମାସରୁ କଳମଙ୍ଗ ଓ ଗନ୍ଧଲପଦା ଗ୍ରାମରେ “୧୦ ବର୍ଷରୁ କମ୍ ବାଳକ ଫୁଟ୍‌ବଲ୍ ପ୍ରଶିକ୍ଷଣ’ ଆରମ୍ଭ କରାଯାଇଛି ଏବଂ  ଏହାର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ନୀତି ନିୟମ, ଦଳର ସାଥୀ ଓ ପ୍ରତିପକ୍ଷଙ୍କ ସମ୍ମାନ ପ୍ରଦର୍ଶନ କରିବାର ଭାବକୁ ବାଳକମାନଙ୍କ ମଧ୍ୟରେ ଜାଗ୍ରତ କରାଇବା ସହ ସକାରାତ୍ମକ ସାମାଜିକ ଦକ୍ଷତା, ନେତୃତ୍ୱ ଗୁଣ ଓ ସହଯୋଗିତା ପ୍ରକୃତିକୁ ସମୃଦ୍ଧ କରିବା ।

ଏହି ପ୍ରଶିକ୍ଷଣ ଲାଗି ଗନ୍ଧଲପଦା ଗ୍ରାମର କରନ ମୁଣ୍ଡା ଓ କଳମଙ୍ଗ ଗ୍ରାମର ଅମିତ କୁମାର ବେହେରାଙ୍କୁ ଉତ୍ସର୍ଗୀକୃତ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଛି । ଏକ ମାସ ମଧ୍ୟରେ ୪୧ ଜଣ ପିଲାଙ୍କୁ ପ୍ରଶିକ୍ଷୀତ କରିବା ପାଇଁ ସେମାନଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି । କଳମଙ୍ଗରେ ୨୦ ଜଣ ଉତ୍ସାହୀ ଯୁବ ଖେଳାଳି ଥିବା ବେଳେ ଗନ୍ଧଲପଦା ରେ ୨୧ ଜଣ ଅଭିଳାଷପୂର୍ଣ୍ଣ କ୍ରୀଡ଼ାବିତ ରହିଛନ୍ତି । ସେମାନେ ଏବେ ଟିଏସ୍‌ଏଫ୍ ଟିମ୍‌ର ବିଶେଷଜ୍ଞଙ୍କ ମାର୍ଗଦର୍ଶନରେ ପ୍ରଶିକ୍ଷଣ ହାସଲ କରୁଛନ୍ତି । ଉଭୟ ପଡ଼ିଆ ଭିତରେ ଓ ବାହାର ପାଇଁ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ହାସଲ କରିବା ଲାଗି ଏହି ଟିମ୍ ଯୁବ ବାଳକମାନଙ୍କୁ ସହଯୋଗ ପ୍ରଦାନ କରିବା ଲାଗି ପ୍ରତିବଦ୍ଧ ରହିଛି ।ଏହି ପ୍ରକଳ୍ପକୁ ବାସ୍ତବତାରେ ପରିଣତ କରିବାରେ ଅତୁଟ ସହଯୋଗ ପ୍ରଦାନ କରିଥିବାରୁ ଟିଏସ୍‌ଏଫ୍ ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ସମୁଦାୟ ଓ ସମସ୍ତ ଅଂଶୀଦାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe