ବିବାଦ ପିଛା ଛାଡୁନାହିଁ ଢେ଼ଙ୍କାନାଳ ଦେବୋତ୍ତର ବିଭାଗ ର ! ଜମି ମାଫିଆ ମାନଙ୍କ ର ଲୋଲୁପ ଦୃଷ୍ଟି ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜିଉ ଙ୍କ ର ଭୁ ସମ୍ପତି ଉପରେ । କପିଳାସ ପାଦ ଦେଶ ଦେଓଗାଁ ଗ୍ରାମ ରେ କେଉଁ କାଳରୁ ଅବସ୍ଥିତ ଜଗନ୍ନାଥ ମନ୍ଦିର ।ସେହି ମନ୍ଦିର କୁ ଲାଗି ଏକ ଧର୍ମଶାଳା ନିର୍ମିତ ହୋଇଥିଲା ଏକ ଧର୍ମଶାଳା ରାଜା ରାଜୁଡ଼ା ସମୟରୁ । କୁହାଯାଏ ଜଣେ ଭଦ୍ର ବ୍ୟକ୍ତି ଜମି ଦାନ କରିଥିଲେ ଠାକୁର ଙ୍କୁ ଦେଓଗାଁ ଗ୍ରାମରେ । ତାଙ୍କ ଦାନ ଜମି ର ଲବ୍ଧ ଅର୍ଥ ରୁ ଗରିବ ମାନଙ୍କୁ ମାଗଣା ଖାଇବାକୁ ଦେବାର ବ୍ୟବସ୍ଥା ହୋଇଥିଲା ବୋଲି ଶୁଣିବାକୁ ମିଲେ।ଏହି ଜମି କୁ "ଲାହା ଫଣ୍ଡ" ନାମରେ ସମସ୍ତେ ଜାଣନ୍ତି ।ସେହି ଅର୍ଥରେ ଦେଓଗାଁ ରେ ଜଗନ୍ନାଥ ମନ୍ଦିର ନିକଟରେ ଧର୍ମଶାଳା ନିର୍ମାଣ ହୋଇଥିବାର ଜଣାଯାଏ ।ଏହି ଧର୍ମଶାଳା ଘର ଟି ବହୁ ପୁରୁଣା ଓ ଜରାଜୀର୍ଣ୍ଣ ଅବସ୍ଥା ରେ ଥିବାରୁ ଦେବୋତ୍ତର ବିଭାଗ ତାକୁ ଗତ କିଛିଦିନ ଧରି ଭାଙ୍ଗି ଦେଇଛନ୍ତି । ସେହି ଜାଗା ପ୍ରାୟ ଗୋଟିଏ ଏକର ଜାଗାରେ ପ୍ରାଚୀର ନିର୍ମାଣ କରାଯାଇଛି । ସେହି ଜାଗା ରେ ଗ୍ରାମ ବାସୀ ମନେ ଜାନୀ ଯାତ୍ରା ପ୍ରଭୁତି ରେ ବ୍ୟବହାର କରାଯାଏ । କିନ୍ତୁ ଏବେ ଏହି ଜାଗା ତିରେ ଧର୍ମଶାଳା ର ପୁନଃ ନିର୍ମାଣ କରାଯିବା ପରିବର୍ତ୍ତେ ଗୁପ୍ତ ଭାବରେ ଜନୈକ ବ୍ୟବସାୟୀ ଙ୍କୁ ଏହି ମୂଲ୍ୟ ବାନ ଜାଗା ହସ୍ତାନ୍ତର କରିବା ପାଇଁ ଦେବୋତ୍ତର ର କିଛି ଅସାଧୁ କର୍ମଚାରୀ ଯୋଜନା କରି ବିନା ଟେଣ୍ଡର ରେ ହସ୍ତାନ୍ତର କରିବାକୁ ଯୋଜନା କରିଛନ୍ତି । ଏହା ଗ୍ରାମ ବାସି ଙ୍କ ମନରେ ଦାରୁଣ ଆଘାତ ଦେଇଛି । ଗତ କାଲି ଏହାକୁ ବିରୋଧ କରି ଗ୍ରାମ ବାସି ମାନେ ଏକ ସଭା ମଧ୍ୟ କରିଥିଲେ ।ଏହି ଘଟଣା ପଛରେ ସରକାରୀ ଦଳ ର କିଛି ନେତା ଙ୍କ ର ହାତ ଥିବାର ଜଣାଯାଏ । ଗ୍ରାମ ବାସି ମାନେ ଏହି ଘଟଣା ଜିଲ୍ଲାପାଳ ଙ୍କ ଦୃଷ୍ଟି କୁ ଆଣିବାକୁ ସ୍ଥିର କରି ଥିବାର ଜଣାଯାଏ । ଏଠି ପ୍ରଶ୍ନ ଉଠୁଛି ଜଣେ ବଦାନ୍ୟ ବ୍ୟକ୍ତି ଙ୍କ ଦାନ ଅର୍ଥ ରେ ନିର୍ମିତ ଧର୍ମଶାଳା କୁ ମରାମତି କରା ନଯାଇ ତାକୁ ସମ୍ପୂର୍ଣ ଭାଙ୍ଗି କରି ସେହି ମୂଲ୍ୟବାନ ଜାଗାକୁ କାହା ପରାମର୍ଶ ରେ ହସ୍ତାନ୍ତର ପାଇଁ ଯୋଜନା ହୋଇଛି ବୋଲି ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଢେଙ୍କାନାଳ ଗଁଦିଆରୁ ତାପସଦାସ ଙ୍କ ରିପୋର୍ଟ