ଆସିକା:୨୯-୧୦ ଆସିକା ରେ ଥିବା ଆହାର କେନ୍ଦ୍ର ରେ ଗ୍ରହକ ଙ୍କୁ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହେଉଛି। ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ଗରିବ ଗୁରୁବା ପାଇଁ ୫ ଟଙ୍କା ଦରରେ ଆହାର କେନ୍ଦ୍ର ଖୋଲିଛନ୍ତି। ଏହି ଆହାର କେନ୍ଦ୍ର ଉପରେ ବହୁ ଲୋକେ ନିର୍ଭର କରି ଖାଇବାକୁ ଆସନ୍ତି। ଆଜି ଆସିକା ରେ ଥିବା ଆହାର କେନ୍ଦ୍ର ରେ ଲୋକଙ୍କୁ ଦିଆଯାଇଥିବା ଖାଦ୍ୟ ରେ ପାଣିଆ ଡାଲି ଓ ଦୁଇ ଖଣ୍ଡ ଆଳୁ ଥିବା ଦେଖିବାକୁ ମିଳିଛି। ଖାଦ୍ୟ ଖାଇବାକୁ ଆସିଥିବା ଲୋକେ ଧର୍ମ କୁ ଆଧାରୀ ଚୁପଚାପ ଖାଇଦେଇ ଚାଲି ଯାଉଥିବା ଦେଖିବାକୁ ମିଳିଛି। ଦାୟିତ୍ୱ ରେ ଥିବା ଅଧିକାରୀମାନେ ତଦାରଖ କରୁନଥିବା ଯୋଗୁଁ ନିମ୍ନ ମାନର ଖାଦ୍ୟ ଲୋକେ ଖାଇବାକୁ ବାଧ୍ୟ ହେଉଛନ୍ତି। ଆଧାର କେନ୍ଦ୍ର ରେ ଦିଆ ଯାଉଥିବା ଖାଦ୍ୟ ର ମାନ ଜାଞ୍ଜ କରିବାକୁ ସାଧାରଣ ରେ ଦାବୀ ହେଉଛି।