ଆଜି କୁମାର ପୂର୍ଣ୍ଣିମା, ପ୍ରାୟ ଅପରାହ୍ନ ୨ ଘଣ୍ଟା ସମୟ, ସମସ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳି ଯାଇଥିଲା, ସାହି ପଡୋଶୀ ସାଙ୍ଗ ସାଥି ବହୁ ଖୁସି ଥିଲେ, ସେମାନଙ୍କ ସହ ତାଳ ମିଳାଇ ଥିଲେ ରଶ୍ମୀତା , କିନ୍ତୁ ଆନନ୍ଦ ନିମିଷକ ମଧ୍ୟରେ ଉଭେଇ ଗଲା। ଦୁଃଖରେ ଗାଁ ଦାଣ୍ଡ ହୁରି ପଡ଼ିଲା । ଟିକିଏ ଅସାବଧାନତା ଯୋଗୁଁ ବିଦ୍ୟୁତ୍ ଆଘାତରେ ଚାଲିଗଲା ରଶ୍ମିତାଙ୍କ ଜୀବନ । ଏପରି ଏକ ହୃଦୟ ବିଦାରକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଶୈଳଙ୍ଗ ଗ୍ରାମରେ ।
ସୂଚନା ମୁତାବକ କୁମାର ପୂର୍ଣ୍ଣିମା ଅବସରରେ ଖୁସିରେ ବିଭୋର ହୋଇ ତରବରିଆ ଭାବେ ଚାନ୍ଦୁଆ କରି ସାଉଣ୍ଡ ବକ୍ସ ସଜାଡୁଥିଲେ ରଶ୍ମିତା ଜେନା ନାମକ ଜୈନିକ ମହିଳା । ସେ ଜାଣି ପାରିନଥିଲେ ମୃତ୍ୟୁ ତାଙ୍କ ସମ୍ମୁଖରେ। ହଠାତ୍ କୋୖଣସି କାରଣ ବଶତଃ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ ରଶ୍ମିତା । ଫଳରେ ଗୁରୁତର ଆହତ ହୋଇଥିଲେ । ଚିତ୍କାର ଶୁଣି ଆସିଥିଲେ ପରିବାର ଓ ପଡୋଶୀ । ଘଟଣାସ୍ଥଳରୁ ଗୁରୁତର ଅବସ୍ତାରେ ଉଦ୍ଧାର କରି ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ଆନନ୍ଦପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଥିଲେ । ପରିତାପର ବିଷୟ ପ୍ରାଥମିକ ଚିକିତ୍ସା ସମୟରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।