//BREAKING//
Loading...

ଗଜଲକ୍ଷ୍ମୀ ପୂଜା ପାଇଁ ଯୋଡା ସହର ଚଳଚଞ୍ଚଳ

 


ଜଗତଜନନୀ ଦେବୀ ଦୁର୍ଗାଙ୍କ ଧରାପୃଷ୍ଠରୁ ମେଲାଣି ନେବା ପରେ ଆସିଛନ୍ତି ଧନଦେବୀ ମା’ଲକ୍ଷ୍ମୀ । ଆରମ୍ଭ ହୋଇଛି ଖଣି ଅଂଚଳ କେନ୍ଦୁଝର ଜିଲ୍ଲା ଯୋଡାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । କିଛିଦିନ ତଳେ ମା’ଦୁର୍ଗାଙ୍କ ପାର୍ବଣ ଉସôବ ଶେଷ ହୋଇଥିବା ବେଳେ ଏବେ ଗଜଲକ୍ଷ୍ମୀ ପୂଜା ପାଇଁ ଯୋଡା ସହର ଚଳଚଞ୍ଚଳ ହୋଇ ଉଠିଛି । ଏଥିପାଇଁ ଯୋଡାବାସୀ ମନରେ ପୁଣିଥରେ ଆନନ୍ଦ ଓ ଉସôାହର ଲହରୀ ଖେଳିଯାଇଛି । ଗଜଲକ୍ଷ୍ମୀ ପୂଜାକୁ ପାଳନ କରିବାକୁ ଯୋଡାବାସୀ ଆଗଭର ହୋଇ ଉଠିଛନ୍ତି । ୧୯୫୯ ମସିହାରୁ ଯୋଡା ଲକ୍ଷ୍ମୀପୂଜା ପାଳନ କମିଟି ପକ୍ଷରୁ ଆରମ୍ଭ ହୋଇଥିବା ଏହି ଲକ୍ଷ୍ମୀପୂଜା 
 ଅଞ୍ଚଳର ଏକ ଗଣଉତ୍ସବରେ ପରିଣତ ହୋଇଥିବା ବେଳେ ଦୀର୍ଘ ୬୪ ବର୍ଷ ଧରି ପାଳିତ ହୋଇଆସୁଛି । କମିଟି ପକ୍ଷରୁ ନିର୍ମାଣଧୀନ ବୃହତ୍ତକାୟ ଲକ୍ଷ୍ମୀ ମନ୍ଦିରକୁ ୮ବର୍ଷ ପୂର୍ବେ ପ୍ରତିଷ୍ଠା କରାଯାଇ ସ୍ଥାୟୀ ମନ୍ଦିରରେ ପୂଜା ପାଉଛନ୍ତି ମା’ । ଭକ୍ତମାନେ ମନ୍ଦିର ବିଗ୍ରହକୁ ଦର୍ଶନ କରି ସୌଭାଗ୍ୟ ଅର୍ଜନ କରିବେ । ଶନିବାର ସକାଳେ କଳସ ଶୋଭାଯାତ୍ରା,ଆବାହନୀ,ଘଟସ୍ଥାପନ,ଜୀବନଦାନ,ଚକ୍ଷୁଦାନ ଆଦି ପାରମ୍ପାରିକ ରୀତିନୀତି ଅନୁଷ୍ଠିତ ହୋଇଥିବା ବେଳେ ରବିବାର ପ୍ରତୁ୍ୟଷରୁ ମା’ଙ୍କର ଷୋଡଶ ଉପଚାର ପୂଜା ଆରମ୍ଭ ହେବ ବୋଲି କମିଟି ସୂତ୍ରରୁ ଜଣାପଡିଛି  । ଏଥିସହିତ ୧ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଭଜନସଂନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଲକ୍ଷ୍ମୀପୂଜାରେ ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତ ମା’ଙ୍କର ଦର୍ଶନ କରି କୃତାର୍ଥ ଲାଭ କରିଥାନ୍ତି । ଦୀର୍ଘ ୧୨ ଦିନ ବ୍ୟାପି ଜାକଜମକରେ ପାଳନ ହେବାକୁ ଥିବା ଯୋଡା ଲକ୍ଷ୍ମୀ ପୂଜା ରାଜ୍ୟର ଦ୍ୱିତୀୟ ସର୍ବବୃହତ୍ତ ପୂଜାର ମାନ୍ୟତା ପାଇଛି । ଏଥିସହିତ ଲକ୍ଷ୍ମୀପଡିଆରେ ମୀନାବଜାର,ଦୋଳି ସହ ଭେଳିକି ଭେଳି ଦୋକାନ ଲୋକ ମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁରେ ପରିଣତ ହେବ । ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ବ୍ୟାପକ ପୋଲିସ ମୁତୟନ କରାଯିବ ବୋଲି ସୂଚନା ମିଳିଛି । କମିଟି ସଭାପତି ଦୁଃଶାସନ ସାହୁ,କାର୍ଯ୍ୟକାରୀ ସଭାପତି ଶ୍ରୀନିବାସ ସାହୁ,ଉପସଭାପତି ନୀଳମଣୀ ମହାନ୍ତି,ସମ୍ପାଦକ ରବି ନାରାୟଣ ଦାସ,ଯୁଗ୍ମ ସମ୍ପାଦକ ହୃଷିକେଶ ଜେନା,କୋଷାଧ୍ୟକ୍ଷ ଭୋଳାନାଥ ସାହୁଙ୍କ ପରିଚାଳନାରେ ଏହି ପୂଜା ଅନୁଷ୍ଠିତ ହେଉଛି ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe