//BREAKING//
Loading...

ସାଇବରଅପରାଧ ସୁରକ୍ଷା ସଚେତନତା ,

 


ପୁରୁଷୋତ୍ତମପୁର ବ୍ଲକର  ତାରିଣୀ ମହା ବିଦ୍ୟା ଳୟ ଓ ଭାଟ କୁମରଡ଼ା ବାସୁଦେବ ସେଠୀ  କଲେଜରେ ସାଇବରଅପରାଧ ସୁରକ୍ଷା ସଚେତନତା ,  ଗଞ୍ଜାମ ଜିଲ୍ଲା ରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକ୍ରମ ବଢୁଛି ଯାହାପାଇଁ ପୋଲିସ ବିଭାଗ ବହୁତ ଚିନ୍ତିତ, ଏବଂ ସେମାନଙ୍କ ଆଖିରୁ ନିଦ ହଜି ଯାଉଛି | ଏହାକୁ ପ୍ରସମିତ କରିବା ଦିଗରେ  ଆରମ୍ଭ କରାଯାଇଛି ଏକ ସଚେତନତା କାର୍ଯ୍ୟକ୍ରମ

 ପ୍ରତେକ ସମୟରେ ବୃଦ୍ଧି ହେବାରେ ଲାଗିଛି ସାଇବର ଜନିତ ଅପରାଧ । ଏହାକୁ ନିୟନ୍ତ୍ରଣ କରିବା ସହିତ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏନେଇ ଏକ ସାଇବର ସଚେତନତା ରଥ ଗତ ଅକ୍ଟୋବର ୨ ତାରିଖରେ ଗଞ୍ଜାମ ଜିଲ୍ଲାରେ ଛତ୍ରପୁର ଠାରେ ଏସପି ଜଗମୋହନ ମିନା ଓ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଏହାର ଶୁଭାରମ୍ଭ କରିଥିଲେ । ଏହି ସାଇବର ସଚେତନତ ରଥ ଜିଲ୍ଲାର ସମସ୍ତ  22ଗୋଟି ବ୍ଳକ ବୁଲି, ବୁଲି ସେଠାରେ ରହିଥିବା ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇବାର କାର୍ଯ୍ୟକ୍ରମ ହାତକୁନେଇଛନ୍ତି । ସେହିକ୍ରମରେ ଆଜି ପୁରୁଷୋତ୍ତମପୁର ବ୍ଳକର ଭାଟକୁମରଡ଼ା ବାସୁଦେବ ସେଠି  ଜୁନିଅର କଲେଜ ଠାରେ ପରେ ପୁରୁଷୋତ୍ତମ ସହର ସ୍ଥିତ ତାରାତାରିଣୀ ମହାବିଦ୍ୟାଳୟ ରେ ସାଇବର ସଚେତନତା ରଥ ପହଞ୍ଚି ଥିଲା ।  ଛାତ୍ରଛାତ୍ରୀ ମାନଙ୍କୁ ସାଇବର ଅପରାଧ ପ୍ରତି କିଭଳି ଭାବେ ସଚେତନତା କରି ହେବ ସେ ନେଇ ସେମାନଙ୍କୁ ବିଭିନ୍ନ ସଚେତନତା ଧର୍ମୀ ଭିଡ଼ିଓ ଓ ଗୀତ ନାଚ ଦ୍ବାରା  କଳା କୌଶଳ ଦେଖା ଯାଇଥିଲା |  ଏହି କାର୍ଯ୍ୟକ୍ରମରେ ଗଞ୍ଜାମର ଅତିରିକ୍ତ ଏସପି ରଞ୍ଜିତ କୁମାର ପୃଷ୍ଟି,ପୁରୁଷୋତ୍ତମପୁର ଉପଖଣ୍ଡ ସ୍ତରୀୟ ପୋଲିସ ଅଧିକାରୀ ରଜନୀକାନ୍ତସାମଲ, ତାରା ତାରିଣୀ ମହାବିଦ୍ୟାଳୟ ଅଧକ୍ଷ ଡ଼ସିମାଞ୍ଚକପଟନାୟକ, ପୁରୁଷୋତ୍ତମପୁର ଥାନା ଅଧିକାରୀ ସମୀର କୁମାର ରାଉତଙ୍କ ସମେତ ବହୁ ପୋଲିସ ଅଧିକାରୀ, ଛାତ୍ର, ଛାତ୍ରୀ ସାମିଲ ହୋଇଥିଲେ | ଛାତ୍ରଛାତ୍ରୀଙ୍କୁ ସାଇବର ଜନିତ ଅପରାଧ ପ୍ରତିକିଭଳି ପ୍ରତିରୋଧ ଓ ଠକାମୀର ଶିକାର ରୁ ରକ୍ଷା ପାଇଁ ସଚେତନ ତା କରାଇଥିଲେ ।ଏବଂ  ଅତିରିକ୍ତ ଏସପି ରଞ୍ଜିତ କୁମାର ପୃଷ୍ଟି ଛାତ୍ର, ଛାତ୍ରୀ ମାନଙ୍କୁ ଏହି ସଚେତନତା ଉପରେ କଣ ଶିକ୍ଷା ଲାଭ କଲେ ତାଉପରେ ବହୁତ ପ୍ରଶ୍ନ ପଚାରିଥିଲେ ଏବଂ ଛାତ୍ର, ଛାତ୍ରୀ ମାନେ ତାହାର ଠିକ ଉତ୍ତର ଦେଇଥିବାରୁ ଅତିରିକ୍ତ ଏସପି ବହୁତ ଖୁସି ବ୍ୟକ୍ତ କରିଥିଲେ |

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe