//BREAKING//
Loading...

ଟିଏସ୍ଏଲପି ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

 


ଯୋଡା, ୬ା୧୦(ରମେଶ ଚନ୍ଦ୍ର ମହାପାତ୍ର) ଶୁକ୍ରବାର ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟ ଲିଃ (ଟିଏସ୍ଏଲପି ) ଓ କେନ୍ଦୁଝରର ଭୁମିକା ଚକ୍ଷୁ ଚିକିତ୍ସା କେନ୍ଦ୍ରର ମିଳିତ ଉଦ୍ୟମରେ ଏକ ସଫଳ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚକ୍ଷୁ୍ୟ ପରୀକ୍ଷା ସହିତ ମୋତିଆ ବିନ୍ଦୁ ଚିହ୍ନଟ ମଧ୍ୟ କରାଯାଇଥିଲା । ଟିଏସ୍ଏଲପି ର ଚତୁପାଶ୍ୱର୍ରେ ଅବସ୍ଥିତ ୨୮ନଂ ଜୋନର ୫ଟି ପଞ୍ଚାୟତ ବିରିକଳା, କଣ୍ଡରା, ଅଂଶେଇକଳା, ଚମକପୁର, ଦେଓଝର ର ଗ୍ରାମ ଗୁଡିକୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଥିବା ବେଳେ ଏହାର ବାସିନ୍ଦାମାନଙ୍କର ଉତ୍ତମ ଚକ୍ଷୁ୍ୟ ଯନô ଏହି ଶିବିର ଲକ୍ଷ ରହିଥିଲା । ଶିବିରଟି ଟିଏସଏଲପି ର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା । ଶୁକ୍ରବାର ପୂର୍ବାହ୍ନରେ ଗ୍ରାମର ଜଣେ ବୟସ୍କ ବ୍ୟକ୍ତିଙ୍କ ଦ୍ୱାରା ଏହି ଶିବିଟିର ଶୁଭ ଉଦ୍ଘାଟନ କରାଯାଇଥିବା ବେଳେ ଏଥିରେ କମ୍ପାନୀର ସାମାଜିକ ଦାୟିତ୍ୱବୋଧ ମୁଖ୍ୟ ଆର. ସୋମନାଥ, ବିଭାଗୀୟ ପରିଚାଳକ ଡା. ଶୁଭନା ଗୁପ୍ତାଙ୍କ ସହ କମ୍ପାନୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ । କମ୍ପାନୀ କଲୋନୀର ୩୨ଜଣ ସ୍ୱେଚ୍ଛାସେବୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶିବିରଟିରେ ୮୬ଜଣ ରୋଗୀ ନିଜର ଚକ୍ଷୁ୍ୟ ପରୀକ୍ଷା କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୯ଜଣଙ୍କ ମୋତିଆବିନ୍ଦୁ ଅସ୍ତ୍ରପ୍ରଚାର କରାଯିବା ପାଇଁ ଚିହ୍ନଟ କରାଯାଇଥିଲା । ସମସ୍ତ ରୋଗୀଙ୍କୁ ନିଶୁଳ୍କ ଅସ୍ତ୍ରପ୍ରଚାର, ଔଷଧ, ଚଷମା ଓ ରହିବା ଓ ଯିବା ଆସିବାର ସମସ୍ତ ଖର୍ଚ୍ଚ କମ୍ପାନୀ ବହନ କରିବ ବୋଲି ଜଣାପଡିଛି । ଏହି ଶିବିରଟି ଗ୍ରାମବାସୀଙ୍କ ଦ୍ୱାରା ବେସ ଉପାଦେୟ ପ୍ରମାଣିତ ହୋଇଛି ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe